ଯୁଦ୍ଧର ପ୍ରଭାବ: ପ୍ରାଣୀ ଉଦ୍ୟାନରେ ୪୦୦୦ ପ୍ରାଣୀ ଭୋକିଲା

କ୍ୱିଭ୍‌,୧୧ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକାରେ ଖାଦ୍ୟ ସଙ୍କଟରେ ଛଟପଟ ହେଉଛନ୍ତି ହଜାର ହଜାର ପଶୁପକ୍ଷୀ। ଏଠାକାର ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଖାଇବାକୁ ଖାଦ୍ୟ ପାଉନାହାନ୍ତି। ଉଦ୍ୟାନର କର୍ମଚାରୀମାନେ ପ୍ରାଣୀମାନଙ୍କର ବିଶେଷ ଭାବେ ଯତ୍ନ ନେଇଥାନ୍ତି। ମାତ୍ର ଯୁଦ୍ଧ ଯୋଗୁ ଜୀବଜନ୍ତୁ ଖାଇବାକୁ ନ ପାଇ ଭୋକିଲା ଅଛନ୍ତି।

କ୍ୱିଭ୍‌ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ କାରିଲୋ ଟ୍ରେଣ୍ଟିନଙ୍କ ଅନୁଯାୟୀ, ପ୍ରାଣୀ ଉଦ୍ୟାନରେ ପ୍ରାୟ ୪୦୦୦ପ୍ରାଣୀ ଅଛନ୍ତ। ଏମାନଙ୍କ ଖାଦ୍ୟ ଚିନ୍ତାକୁ ନେଇ ଯୁଦ୍ଧ ଆରମ୍ଭ ହେବାର ଦୁଇ ସପ୍ତାହ ପୂର୍ବରୁ ଖାଦ୍ୟ ସଂଗ୍ରହ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯୁଦ୍ଧର ୩ ସପ୍ତାହ ବିତିଗଲାଣି, ଏଭଳି ପରିସ୍ଥିତିରେ ପଶୁମାନଙ୍କ ପାଇଁ ଆଉ କିଛି ଦିନ ଖାଦ୍ୟ ଅଛି। ବର୍ତ୍ତମାନ ସଙ୍କଟ ହେଉଛି ଯଦି ପରିସ୍ଥିତି ଏହିପରି ଜାରି ରହେ ତେବେ ପରବର୍ତ୍ତୀ କ’ଣ ହେବ? ଏହା ବିଷୟରେ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। ଏଥିସହିତ, ବିସ୍ଫୋରଣ ମଧ୍ୟରେ ପଶୁମାନଙ୍କୁ ଶାନ୍ତ ରଖିବା ପାଇଁ ଆମକୁ ଔଷଧ ଏବଂ ଆଣ୍ଟିଡେପ୍ରେସାଣ୍ଟ ଦେବାକୁ ପଡୁଛି।

କ୍ୱିଭ୍‌ ପ୍ରାଣୀ ଉଦ୍ୟାନର ପଶୁମାନେ ଜୀବନ ରକ୍ଷା କରିବାର ବିପଦର ସମ୍ମୁଖୀନ ହେଉଛନ୍ତି। ଫଳରେ ପଶୁମାନେ ଉଦାସୀନତା ଭିତରକ ଚାଲି ଯାଉଛନ୍ତି। ମଣିଷ ନ ଦେଖି ସେମାନେ ବିରକ୍ତ ହେଉଛନ୍ତି। ପଶୁମାନଙ୍କ ସୁରକ୍ଷା ପାଇଁ, ବେସମେଣ୍ଟକୁ ଆକ୍ୱାରିୟମ ତିଆରି କରି ବୋମା ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରାଯାଉଛି। ଯେଉଁଠାରେ ପଶୁମାନଙ୍କ ସହିତ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ମଧ୍ୟ ସେମାନଙ୍କ ପରିବାର ସହିତ ରହୁଛନ୍ତି। ପ୍ରତିଦିନ ମଣିଷ ବହୁ ସଂଖ୍ୟାରେ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରୁଥିଲା, ଯେଉଁଥିପାଇଁ ମଣିଷ ଏବଂ ପଶୁମାନେ ମୁହାଁମୁହିଁ ହେଉଥିଲେ। କିନ୍ତୁ ବର୍ତ୍ତମାନ ପଶୁମାନେ ମଣିଷକୁ ଦେଖିବାରେ ଅସମର୍ଥ ହେତୁ ବହୁତ ଦୁଃଖୀ ଜୀବନଯାପନ ଆରମ୍ଭ କରିଛନ୍ତି। ତେଣୁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ନିଷ୍ପତ୍ତି ନେଇଛନ୍ତି ଯେ, ବର୍ତ୍ତମାନ ସେମାନଙ୍କୁ ଫିଲ୍ମ ଦେଖାଯିବ। ଏହି କାରଣରୁ ପ୍ରକୃତ ବ୍ୟକ୍ତି ସାମ୍ନାକୁ ଆସି ନ ପାରେ, କିନ୍ତୁ ଅନ୍ତତଃପଷକ୍ଷ କିଛି ଦେଖାଯିବ ଯାହାଦ୍ୱାରା ସେମାନେ ମଣିଷକୁ କୌଣସି ସ୍ଥାନରେ ଦେଖିପାରିବେ। ଯୁଦ୍ଧକୁ ଦୃଷ୍ଟିରେ ରଖି ପଶୁମାନେ ମଧ୍ୟ କାରାଗାରରେ ରହିଛନ୍ତି। ପ୍ରାଣୀ ଉଦ୍ୟାନ ବନ୍ଦ ଅଛି, ତେଣୁ କେହି ଆସିବେ ନାହିଁ କିମ୍ବା ସେମାନେ କାହାକୁ ଦେଖିବାକୁ ସକ୍ଷମ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri