ଯୁଦ୍ଧର ପ୍ରଭାବ: ପ୍ରାଣୀ ଉଦ୍ୟାନରେ ୪୦୦୦ ପ୍ରାଣୀ ଭୋକିଲା

କ୍ୱିଭ୍‌,୧୧ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକାରେ ଖାଦ୍ୟ ସଙ୍କଟରେ ଛଟପଟ ହେଉଛନ୍ତି ହଜାର ହଜାର ପଶୁପକ୍ଷୀ। ଏଠାକାର ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଖାଇବାକୁ ଖାଦ୍ୟ ପାଉନାହାନ୍ତି। ଉଦ୍ୟାନର କର୍ମଚାରୀମାନେ ପ୍ରାଣୀମାନଙ୍କର ବିଶେଷ ଭାବେ ଯତ୍ନ ନେଇଥାନ୍ତି। ମାତ୍ର ଯୁଦ୍ଧ ଯୋଗୁ ଜୀବଜନ୍ତୁ ଖାଇବାକୁ ନ ପାଇ ଭୋକିଲା ଅଛନ୍ତି।

କ୍ୱିଭ୍‌ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ କାରିଲୋ ଟ୍ରେଣ୍ଟିନଙ୍କ ଅନୁଯାୟୀ, ପ୍ରାଣୀ ଉଦ୍ୟାନରେ ପ୍ରାୟ ୪୦୦୦ପ୍ରାଣୀ ଅଛନ୍ତ। ଏମାନଙ୍କ ଖାଦ୍ୟ ଚିନ୍ତାକୁ ନେଇ ଯୁଦ୍ଧ ଆରମ୍ଭ ହେବାର ଦୁଇ ସପ୍ତାହ ପୂର୍ବରୁ ଖାଦ୍ୟ ସଂଗ୍ରହ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯୁଦ୍ଧର ୩ ସପ୍ତାହ ବିତିଗଲାଣି, ଏଭଳି ପରିସ୍ଥିତିରେ ପଶୁମାନଙ୍କ ପାଇଁ ଆଉ କିଛି ଦିନ ଖାଦ୍ୟ ଅଛି। ବର୍ତ୍ତମାନ ସଙ୍କଟ ହେଉଛି ଯଦି ପରିସ୍ଥିତି ଏହିପରି ଜାରି ରହେ ତେବେ ପରବର୍ତ୍ତୀ କ’ଣ ହେବ? ଏହା ବିଷୟରେ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। ଏଥିସହିତ, ବିସ୍ଫୋରଣ ମଧ୍ୟରେ ପଶୁମାନଙ୍କୁ ଶାନ୍ତ ରଖିବା ପାଇଁ ଆମକୁ ଔଷଧ ଏବଂ ଆଣ୍ଟିଡେପ୍ରେସାଣ୍ଟ ଦେବାକୁ ପଡୁଛି।

କ୍ୱିଭ୍‌ ପ୍ରାଣୀ ଉଦ୍ୟାନର ପଶୁମାନେ ଜୀବନ ରକ୍ଷା କରିବାର ବିପଦର ସମ୍ମୁଖୀନ ହେଉଛନ୍ତି। ଫଳରେ ପଶୁମାନେ ଉଦାସୀନତା ଭିତରକ ଚାଲି ଯାଉଛନ୍ତି। ମଣିଷ ନ ଦେଖି ସେମାନେ ବିରକ୍ତ ହେଉଛନ୍ତି। ପଶୁମାନଙ୍କ ସୁରକ୍ଷା ପାଇଁ, ବେସମେଣ୍ଟକୁ ଆକ୍ୱାରିୟମ ତିଆରି କରି ବୋମା ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରାଯାଉଛି। ଯେଉଁଠାରେ ପଶୁମାନଙ୍କ ସହିତ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ମଧ୍ୟ ସେମାନଙ୍କ ପରିବାର ସହିତ ରହୁଛନ୍ତି। ପ୍ରତିଦିନ ମଣିଷ ବହୁ ସଂଖ୍ୟାରେ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରୁଥିଲା, ଯେଉଁଥିପାଇଁ ମଣିଷ ଏବଂ ପଶୁମାନେ ମୁହାଁମୁହିଁ ହେଉଥିଲେ। କିନ୍ତୁ ବର୍ତ୍ତମାନ ପଶୁମାନେ ମଣିଷକୁ ଦେଖିବାରେ ଅସମର୍ଥ ହେତୁ ବହୁତ ଦୁଃଖୀ ଜୀବନଯାପନ ଆରମ୍ଭ କରିଛନ୍ତି। ତେଣୁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ନିଷ୍ପତ୍ତି ନେଇଛନ୍ତି ଯେ, ବର୍ତ୍ତମାନ ସେମାନଙ୍କୁ ଫିଲ୍ମ ଦେଖାଯିବ। ଏହି କାରଣରୁ ପ୍ରକୃତ ବ୍ୟକ୍ତି ସାମ୍ନାକୁ ଆସି ନ ପାରେ, କିନ୍ତୁ ଅନ୍ତତଃପଷକ୍ଷ କିଛି ଦେଖାଯିବ ଯାହାଦ୍ୱାରା ସେମାନେ ମଣିଷକୁ କୌଣସି ସ୍ଥାନରେ ଦେଖିପାରିବେ। ଯୁଦ୍ଧକୁ ଦୃଷ୍ଟିରେ ରଖି ପଶୁମାନେ ମଧ୍ୟ କାରାଗାରରେ ରହିଛନ୍ତି। ପ୍ରାଣୀ ଉଦ୍ୟାନ ବନ୍ଦ ଅଛି, ତେଣୁ କେହି ଆସିବେ ନାହିଁ କିମ୍ବା ସେମାନେ କାହାକୁ ଦେଖିବାକୁ ସକ୍ଷମ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ୫୦୦ ଏଚ୍‌ଆଇଭି ସଂକ୍ରମିତ

ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍‌କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍‌ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ...

୪ ଯୁବତୀଙ୍କୁ କରିଥିଲେ ବଳାତ୍କାର: କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ସ୍ବୀକାର କଲେ ନିଜ ଦୋଷ, ଆଉ ତା’ ପରେ…

ନ୍ୟୁୟର୍କ,୨୫ା୧୧: ଜଣେ କି ଦୁଇ ଜଣ ନୁହେଁ, ୪ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନ୍ୟୁୟର୍କର ଜଣେ ଯୁବକ ଜେଲ୍‌ ଯାଇଛନ୍ତି। ୨୦ ବର୍ଷୀୟ କ୍ରିଷ୍ଟୋଫର...

ଆତଙ୍କବାଦୀଙ୍କ ହାତରେ ପହଞ୍ଚୁଛି ରାସାୟନିକ ଅସ୍ତ୍ରଶସ୍ତ୍ର, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା,୨୨।୭ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପହଞ୍ଚୁଥିବା ନେଇ ଭାରତ ବିଶ୍ୱକୁ ଚେତାବନୀ ଦେଇଛି। ଆତଙ୍କବାଦୀ ଗୋଷ୍ଠୀ ତଥା...

ମାଗଣା ରାଶନ ବଣ୍ଟାରେ ହେରଫେର ନେଇ ପାକିସ୍ତାନ ଲୋକେ କଲେ ଅଭିଯୋଗ…

ଇସଲାମାବାଦ,୬।୪ : ମାଗଣା ରାଶନ ବଣ୍ଟନ କରୁଥିବାବେଳେ ପାକିସ୍ତାନର ମନସେହରା ଗାଁର ଲୋକମାନେ ପ୍ରଶାସନ ନିକଟରେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ...

ଏଭଳି ଲୋକଙ୍କୁ ହେବନି କରୋନା…

ପ୍ୟାରିସ୍‌,୧୪।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ୟାରିସ୍‌ର ହୋଇଥିବା ଏକ...

କାବୁଲ ବିସ୍ଫୋରଣ: ୫ ମୃତ ୧୦ ଆହତ

କାବୁଲ,୨୫।୭: ଆଫଗାନିସ୍ତାନର କାବୁଲରେ ଗୁରୁବାର ହୋଇଥିବା ୩ଟି ବିସ୍ଫୋରଣରେ ପ୍ରାୟ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ୧୦ ଆହତ ହୋଇଥିବା ସୂଚନା...

ଭୋକିଲା ଶିଶୁଙ୍କୁ ଡ୍ରଗ୍ସ ଦେଇ ଶୁଆଉଛନ୍ତି

କାବୁଲ,୨୮।୧୧ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନର ଦ୍ୱିତୀୟ ବର୍ଷ ଚାଲିଥିବାବେଳେ ଲୋକଙ୍କ କରୁଣ ସ୍ଥିତି ସାମ୍‌ନାକୁ ଆସିଛି। ଲୋକେ ଖାଇବାକୁ ନ ପାଇ ଉପବାସ ରହୁଥିବାବେଳେ...

ଏଲ୍‌ଏନ୍‌ଜି ଟର୍ମିନାଲରେ ଅଗ୍ନିକାଣ୍ଡ: ୫ ମୃତ

ବେଜିଂ,୩।୧୧: ଚାଇନାର ଏକ ଏଲ୍‌ଏନ୍‌ଜି ଟର୍ମିନାଲରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଚାଇନାର ଗ୍ବାଙ୍ଗସୀ ଝୁଆଙ୍ଗ୍‌ସ୍ଥିତ ଏଲ୍‌ଏନ୍‌ଜି ଟର୍ମିନାଲରେ ଏଭଳି ଅଭାବନୀୟ...

Advertisement
Archives

Model This Week