Posted inଖେଳ

ପେରେରା ଶ୍ରୀଲଙ୍କା ଦିନିକିଆ ଅଧିନାୟକ

କଲମ୍ବୋ, ୧୩।୫(ପି.ଟି.)- ଉଇକେଟ କିପର ବ୍ୟାଟ୍ସମ୍ୟାନ କୁଶାଲ ପେରେରା ଶ୍ରୀଲଙ୍କା ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦିମୁଥ କରୁଣାରନେତ୍ଙ୍କ ସ୍ଥାନରେ ପେରେରାଙ୍କୁ ଏହି ଗୁରୁଦାୟିତ୍ୱ ମିଳିଛି। ଚଳିତ ମାସରେ ହେବାକୁଥିବା ବାଂଲାଦେଶ ବିପକ୍ଷ ସିରିଜ ପାଇଁ କୁଶାଲ ମେଣ୍ଡିସଙ୍କୁ ପେରେରାଙ୍କ ଡେପୁଟି ଅର୍ଥାତ୍‌ ଉପ-ଅଧିନାୟକ ମନୋନୀତ କରାଯାଇଛି। ଶ୍ରୀଲଙ୍କା ପକ୍ଷରୁ ପେରେରା ୧୦୧ ଦିନିକିଆ, ୨୨ ଟେଷ୍ଟ ଓ ୪୭ ଦିନିକିଆ ଖେଳିଛନ୍ତି। ବିଦାୟୀ ଅଧିନାୟକ କରୁଣାରନେତ୍ଙ୍କ ସମେତ ସିନିୟର ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ, ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ ଏବଂ ଉଇକେଟ କିପର ଦୀନେଶ ଚଣ୍ଡିମଲଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। କେତେକ ନୂଆ ମୁହଁଙ୍କୁ ଦଳରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଚାମିକା କରୁଣାରନେତ୍ ଓ ବ୍ୟାଟ୍ସମ୍ୟାନ ଶିରନ ଫର୍ନାଣ୍ଡୋ ପ୍ରଥମଥର ପାଇଁ ଦଳରେ ସ୍ଥାନ ପାଇଥିବାବେଳେ କେତେକ ଟି୨୦ ମ୍ୟାଚ ଖେଳିଥିବା ସ୍ପିଡ୍‌ଷ୍ଟର ବିନୁରା ଫର୍ନାଣ୍ଡୋଙ୍କୁ ମଧ୍ୟ ନିଆଯାଇଛି। ଶ୍ରୀଲଙ୍କା ଦଳ ଚଳିତ ମାସ ୧୬ ତାରିଖରେ ବାଂଲାଦେଶ ଗସ୍ତ କରି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଢାକାରେ ମ୍ୟାଚଗୁଡ଼ିକ ମେ’ ୨୩, ୨୫ ଓ ୨୮ ତାରିଖରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟଏଲେଟ୍‌ ଭିତରେ ବସି ଗୀତ ଶୁଣୁଛନ୍ତି ଧୋନୀ, ଭିଡିଓ ଭାଇରାଲ୍‌

ଭାରତକୁ ୨ଟି ବିଶ୍ୱକପ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ...

ଇତିହାସ ରଚିଲେ ହରମନପ୍ରୀତ

କେପଟାଉନ,୨୧।୨: ଭାରତୀୟ ମହିଳା କ୍ରିକେଟର୍‌ ହରମନପ୍ରୀତ କୌର ୧୫୦ ଅନ୍ତର୍ଜାତୀୟ ଟି-୨୦ ଖେଳିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। କେବଳ ମହିଳା ନୁହେଁ, କୌଣସି ପୁରୁଷ...

ପନ୍ତଙ୍କୁ ଚାପୁଡା ମାରିବାକୁ ଚାହୁଁଛନ୍ତି କପିଲ ଦେବ

ନୁଆଦିଲ୍ଲୀ,୮।୨: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଡିସେମ୍ବର ୩୦ରେ ଏକ ଭୟଙ୍କର କାର ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ଗୁରୁତର ଆହତ ହେବା ପରେ...

ସେରେନା-ହାଲେପ୍‌ ଫାଇନାଲ

ଲଣ୍ଡନ, ୧୨ା୭ (ଏଏଫ୍‌ପି)-ଚଳିତବର୍ଷର ଓ୍ବିମ୍ବେଲଡନ ଓପନ୍‌ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲ ଆମେରିକାର ସେରେନା ଓ୍ବିଲିୟମ୍ସ ଏବଂ ରୋମାନିଆର ସିମୋନା ହାଲେପ୍‌ଙ୍କ ମଧ୍ୟରେ ଖେଳାଯିବ। ୨୪ତମ...

ଇଂଲଣ୍ଡ କ୍ରିକେଟର୍‌ଙ୍କୁ ନିଜ ଜର୍ସି ଦେଲେ ରବିନ୍ଦ୍ର ଜାଡେଜା, ଜାଣନ୍ତୁ କାହିଁକି

ଲଣ୍ଡନ,୩୧।୮:ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ବିଶେଷ କାରଣ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କୁ ତାଙ୍କ ଟେଷ୍ଟ ଜର୍ସି ଉପହାର ଦେଇଛନ୍ତି। ଏହି...

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ଭେଟିବ ଓ୍ବେଷ୍ଟଇଣ୍ଡିଜ

ନଟ୍ଟିଂହାମ, ୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ୧୦ମ ମ୍ୟାଚ୍‌ରେ ଗୁରୁବାର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଉଭୟ ଦଳ ବିଶ୍ୱକପ୍‌ରେ...

ନିଜ ବିଶ୍ୱ ରେକର୍ଡ ଭାଙ୍ଗିଲେ କୋଲେସ୍‌ନିକୋଭ୍‌

ବୁଦାପେଷ୍ଟ(ହଙ୍ଗେରୀ),୨୦ା୫(ଏପି)-  କ୍ରମାଗତ ଦ୍ୱିତୀୟ ଦିବସରେ ରୁଷୀୟ ସନ୍ତରଣକାରୀ କ୍ଲିମେଣ୍ଟ କୋଲେସ୍‌ନିକୋଭ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ନିଜ ନାମରେ ଥିବା ବିଶ୍ୱ ରେକର୍ଡରେ ଉନ୍ନତି ଆଣିଛନ୍ତି। ୨୦...

ଅଜଣା ମହିଳାଙ୍କୁ ମେସେଜ କରି ଫଶିଲେ ସାମି: ସ୍କ୍ରିନ୍‌ସଟ୍‌ ଭାଇରାଲ

ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଏକ ବିବାଦରେ ଫଶିଯାଇଛନ୍ତି। ଜଣେ ଅଜଣା ମହିଳାଙ୍କୁ ‘ଗୁଡ୍‌ ମର୍ଣ୍ଣିଙ୍ଗ୍‌’ ଲେଖି ମେସେଜ୍‌ କରିଛନ୍ତି ସାମି।...

Advertisement
Archives

Model This Week