Advertisement

ଆଦିବାସୀଙ୍କ ପ୍ରିୟ କୁରୁକୁଟି ଆଚାର

କେନ୍ଦୁଝର, ୧୫ା୧୧ ଦୀପକ ମିଶ୍ର: ଆଦିବାସୀଙ୍କ ପ୍ରିୟ କୁରୁକୁଟି ଆଚାର। କେନ୍ଦୁଝର ଜିଲାର ଆଦିବାସୀମାନେ ବିଶେଷ କରି ଏହି ଆଚାର ଖାଇଥାନ୍ତି। ଜଙ୍ଗଲ ଅଞ୍ଚଳରେ ଥିବା ଶାଳ, ପଣସ ଗଛରେ ନାଲି ପିମ୍ପୁଡି ଜାତୀୟ ପୋକ ବ୍ୟାପକ ଦେଖାଯାଇଥାଏ। ଏହାକୁ କାଇ ମଧ୍ୟ କୁହାଯାଇଥାଏ। ଆଦିବାସୀମାନେ ଏହାକୁ ସଂଗ୍ରହ କରି ବିଭିନ୍ନ ମସଲା ସହ ମିଶାଇ ଆଚାର କରି ବର୍ଷ ବର୍ଷ ରଖନ୍ତି ଏବଂ ବିଭିନ୍ନ ଖାଦ୍ୟ ସାଙ୍ଗରେ ଖାଉଥିବାର କେନ୍ଦୁଝର ବଜାରକୁ କାଞ୍ଜିପାଣି ଅଞ୍ଚଳର ରବି ନାଏକ ନାମକ ଜଣେ କୁରୁକୁଟି ବିକାଳି ପ୍ରକାଶ କରିଛନ୍ତି। ଏହି ପୋକକୁ କାଶ, ଜ୍ୱର, ତଣ୍ଟି ବ୍ୟଥା ଆଦିରେ ଔଷଧ ଭାବେ ବ୍ୟବହାର କରାଯାଇଥାଏ ବୋଲି ଆଦିବାସୀମାନେ କହିଛନ୍ତି। କରୋନା ମହାମାରୀ ସମୟରେ ଏହା ଅଧିକ ଲାଭପ୍ରଦ ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏହାର ସ୍ବାଦ ଖଟା ରହିଥିବା ବେଳେ ପଖାଳ ଭାତ ସାଙ୍ଗେ ଏହା ଖାଇବା ବହୁତ ସ୍ବାଦିଷ୍ଟ ହୋଇଥାଏ ା ଶାଳପତ୍ରରେ ଭାଗ କରି ବିଭିନ୍ନ ସ୍ଥାନରେ ଏହା ୧୦ ଟଙ୍କା ଭାଗରେ ସେମାନେ ବିକିଥାନ୍ତି। ଏହା ଆୟୁର୍ବେଦିକ ଔଷଧ ତିଆରିରେ ମଧ୍ୟ ସାହାଯ୍ୟ କରିଥାଏ ବୋଲି କୁଆଁର ଅଞ୍ଚଳର ସନାତନ ମୁଣ୍ଡା ପ୍ରକାଶ କରିଛନ୍ତି। ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, କେନ୍ଦୁଝର ସଦର ଆଦି ବ୍ଲକ ଅଞ୍ଚଳରେ ଏହା ଅଧିକ ପରିମାଣରେ ବିକ୍ରି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୧୮।୪ – ଶୁକ୍ରବାର ଥିଲା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। କରୋନା କଟକଣା ପାଇଁ ଅନୁଗୋଳ ବିଜେଡି ପକ୍ଷରୁ ଏହାକୁ ପାଳନ...

ଆଗେଇ ପାରୁନି ଚାଷ କାମ: ଶ୍ରାବଣରେ ଜମି ପଡ଼ିଛି ଶୁଖିଲା

ବାରିପଦା ଅଫିସ,୨୩ା୭- ଶ୍ରାବଣ ମାସ ସରିବାକୁ ବସିଥିବା ବେଳେ ବର୍ଷାର ଦେଖା ନାହିଁ। ପ୍ରତିଦିନ ବର୍ଷା ଉଠାଇଛି ହେଲେ ବର୍ଷୁ ନାହିଁ। ସ୍ବଳ୍ପ ବର୍ଷା ଯୋଗୁ...

୬୦୦୦ ଲିଟର କିରୋସିନ ଜବତ

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଧୀନ ୫୫ନଂ. ଜାତୀୟ ରାଜପଥର ରସାସିଂହ ନିକଟରୁ ବୁଧବାର ଭୋର୍‌ ସମୟରେ ୨ଟି ଟ୍ୟାଙ୍କରରେ...

କୃଷି କାର୍ଯ୍ୟରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୋନପୁର, ୫।୧୨(ନି.ପ୍ର.) ଭାରତର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାଏ। ଦେଶର ୮୦ ପ୍ରତିଶତ ମହିଳା କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟରେ ନିଜକୁ ନିୟୋଜିତ...

ତାମ୍ପରା ହ୍ରଦ ଆର୍ଦ୍ରଭୂମିରେ ମାଛ ରଙ୍କା ବିରାଡ଼ି ଠାବ

ଗୋପାଳପୁର,୧୪ ।୮: (ଡି.ଏନ.ଏ.): ଗଞ୍ଜାମ ଜିଲା ତାମ୍ପରା ହ୍ରଦ ନିକଟରେ ଥିବା ଆର୍ଦ୍ରଭୂମିରେ ପ୍ରଥମ ଥର ପାଇଁ ମାଛରଙ୍କା ବିରାଡ଼ିଙ୍କ ଅବସ୍ଥିତି ସମ୍ପର୍କରେ ଭାରତୀୟ ପ୍ରାଣୀ...

ମୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଣ

ଯାଜପୁର ଅଫିସ,୨୪ା୧୨: ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତି କ୍ଷେତ୍ରରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକରେ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ...

ବିରଳ ବଜ୍ରକାପ୍ତା ଜବତ

ପାରଳାଖେମୁଣ୍ଡି,୨୭।୧୧(ଡି.ଏନ୍‌.ଏ) : ଗଜପତି ଜିଲା ଆଦବା ଥାନା ଗୁରୁଜୁଳି ପଞ୍ଚାୟତର ଚିଢାଙ୍ଗପଙ୍ଖା ଗ୍ରାମରୁ ଏକ ବିରଳ ବଜ୍ରକାପ୍ତା ଜବତ କରାଯାଇଛି। ମୋହନା ବନବିଭାଗ ଏବଂ ଅଡବା...

ସୁନାମାଳି ଗୁନ୍ଥିବା ଆଳରେ ଠକେଇ : ୪ ମହିଳା ଗିରଫ

ହିଞ୍ଜିଳିକାଟୁ,୧୯।୧୦(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ମାଳି ଗୁନ୍ଥିବା ଆଳରେ ଠକେଇ ହୋଇଛି। ସୁନାମାଳି ବଦଳରେ ନକଲି ମାଳି ଦେଇଥିବା ଅଭିଯୋଗରେ ଶୁକ୍ରବାର...

Advertisement
Archives

Model This Week