Advertisement

ରୁଷିଆ ବିରୋଧରେ ମତଦାନରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୧୫।୧୧: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିବାକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଆହ୍ବାନ ଦିଆଯାଇଛି। ଏହି ଆକ୍ରମଣ ଯୋଗୁ ୟୁକ୍ରେନରେ ହୋଇଥିବା ସମସ୍ତ କ୍ଷତି ପାଇଁ ରୁଷିଆ କ୍ଷତିପୂରଣ ଦେବା ଉଚିତ ବୋଲି ୟୁଏନଜିଏରେ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଉପରେ ୟୁଏନଜିଏରେ ମତଦାନ କରାଯାଇଥିଲା। ମୋଟ ୯୪ ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାବେଳେ ୧୪ଟି ଏହା ବିରୋଧରେ ମତ ଦେଇଛନ୍ତି। ଭାରତ ସମେତ ୭୩ଟି ଦେଶ ଭୋଟ ଗ୍ରହଣରେ ଭାଗ ନେଇ ନାହାଁନ୍ତି।
ଆରମ୍ଭରୁ ରୁଷିଆ ଏବଂ ୟୁକ୍ରେନ ପ୍ରସଙ୍ଗରେ ଭାରତ ନିଜର ସ୍ବାଧୀନ ସ୍ଥିତି ବଜାୟ ରଖିଛି । ଭାରତ ଏହା ମଧ୍ୟ କହିଛି ଯେ ସେମାନେ ଆଦୌ ଯୁଦ୍ଧକୁ ସମର୍ଥନ କରୁନାହାଁନ୍ତି ଏବଂ ବର୍ତ୍ତମାନ ଯୁଦ୍ଧ ପାଇଁ ସମୟ ଠିକ ନୁହେଁ। ତେବେ ଭାରତ ରୁଷିଆକୁ ଖୋଲାଖୋଲି ଭାବେ ନିନ୍ଦା କରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟର୍‌ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ

ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଟୁଇଟର୍‌ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ...

ୟୁରୋପ, ଆମେରିକାରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ ରୋମ୍‌,୧ା୪: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅଦ୍ୟାବଧି ମୋଟ ୩୯,୫୭୫ ଜଣ ଏହି ରୋଗରେ ପଡ଼ି ପ୍ରାଣ...

ନୂଆ ସର୍ଭେରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ଋଷିଙ୍କ ଆଗରେ ଲିଜ

ଲଣ୍ଡନ,୨୩ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀକୁ ନେଇ ଚାଲିଥିବା ରେସରେ ଭାରତୀୟ ବଂଶୋଦଭବ ଋଷି ସୁନକ ସବୁଠାରୁ ଆଗରେ ରହିଛନ୍ତି । ହେଲେ...

ମୁକୁଳିଲେ ୨୭୯ ଅପହୃତା ଛାତ୍ରୀ

ଆବୁଜା, ୩ା୩: ନାଇଜେରିଆର ଉତ୍ତରପଶ୍ଚିମ ରାଜ୍ୟ ଜାମ୍‌ଫ୍ରାର ଏକ ବୋର୍ଡିଂ ସ୍କୁଲରୁ ଅପହରଣ ହୋଇଥିବା ୨୭୯ ଛାତ୍ରୀ ବନ୍ଧୁକଧାରୀଙ୍କ କବଳରୁ ମୁକୁଳିଛନ୍ତି। ଏ ନେଇ ଜାମ୍‌ଫ୍ରା...

ବୁଡି ଯାଉଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କଲା ପାକିସ୍ତାନ ନୌସେନା

କରାଚି,୧୨ ।୮: ପାକିସ୍ତାନ ନୌସେନା ଗୁରୁବାର ଆରବ ସାଗରରେ ବୁଡିଯାଉଥିବା ଏକ ଡଙ୍ଗାରୁ ଏହାର ଚାଳକ ଦଳଙ୍କ ସମେତ ୯ ଭାରତୀୟ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି...

ଇସ୍ତଫା ଦେଲେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନର

କଲମ୍ବୋ,୪।୪: ଶ୍ରୀଲଙ୍କା ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏହାର କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାନୀତି ସମ୍ପର୍କିତ ନିଷ୍ପତ୍ତି ନେବାର ଦିନକ ପୂର୍ବରୁ ଗଭର୍ନର ଅଜିଥ...

୩୫ ଆତଙ୍କବାଦୀ ନିହତ

କାବୁଲ, ୪ା୪: ଆଫଗାନ ଏୟାର ଫୋର୍ସ ପକ୍ଷରୁ ଫର୍‌ୟାବ ଓ ବାଘ୍‌ଲାନ ପ୍ରଦେଶରେ ଏୟାର ଷ୍ଟ୍ରାଇକ୍‌ ଯୋଗୁ ୩୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହୁରି...

ଓଜନ ହୋଲ୍‌ର ଆକାର କମିବାରେ ଲାଗିଛି !

ଓ୍ବାଶିଂଟନ,୨୮।୩: ଆଣ୍ଟାର୍କଟିକା ଉପରେ ସୃଷ୍ଟି ହୋଇଥିବା ଓଜନ ହୋଲ୍‌ର ଆକାର ଇତିମଧ୍ୟରେ କମିବାରେ ଲାଗିଛି। ୧୯୮୭ ମଣ୍ଟେକାର୍ଲୋ ପ୍ରୋଟୋକଲ ଅନ୍ତର୍ଗତ ହୋଇଥିବା ଏକ ସର୍ଭେ ରିପୋର୍ଟରେ...

Advertisement
Archives

Model This Week