Posted inଖେଳ

କୁନ୍‌ଲାଭଟ, ଆନ୍‌ ସେୟଙ୍ଗ୍‌ ଚାମ୍ପିୟନ

ନୂଆଦିଲ୍ଲୀ, ୨୩ା୧(ପି.ଟି.): ଥାଇଲାଣ୍ଡର କୁନ୍‌ଲାଭଟ ଭିଦିତଶରନ ଓ କୋରିଆର ଆନ୍‌ ସେୟଙ୍ଗ ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେମାନେ ଯଥାକ୍ରମେ ଦୁଇଥର ବିଶ୍ୱ ଚାମ୍ପିୟନ ଭିକ୍ଟର ଏକ୍ସେଲସେନ୍‌ ଓ ଆକାନେ ୟାମାଗୁଚିଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। କୁନ୍‌ଲାଭଟ ୨୨-୨୦, ୧୦-୨୧, ୨୧-୧୨ରେ ଅଲିମ୍ପିକ ଚାମ୍ପିୟନ ଡେନ୍‌ମାର୍କର ଏକ୍ସେଲସେନ୍‌ଙ୍କୁ ହରାଇ ତାଙ୍କର ପ୍ରଥମ ସୁପର ୭୫୦ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଆନ୍‌ ମହିଳା ବିଭାଗ ଫାଇନାଲରେ ୧୫-୨୧, ୨୧-୧୬, ୨୧-୧୨ରେ ବିଶ୍ୱର ନମ୍ବର ଓ୍ବାନ୍‌ ୟାମାଗୁଚିଙ୍କୁ ହରାଇ ଦେଇଛନ୍ତି। ବିଶ୍ୱର ୧୧ ନମ୍ବର ଲିଆଙ୍ଗ ଓ୍ବି କେଙ୍ଗ୍‌ ଓ ଓ୍ବାଙ୍ଗ୍‌ ଚାଙ୍ଗ୍‌ ପୁରୁଷ ଡବଲ୍ସ ଚାମ୍ପିୟନ ହୋଇଛନ୍ତି।

ଫାଇନାଲରେ ଏହି ଯୋଡ଼ି ତୃତୀୟ ସିଡ୍‌ ମାଲେସିଆନ ଯୋଡ଼ି ଆରନ ଚିଆ ଓ ସୋ ଉଇ ୟିକ୍‌ଙ୍କୁ ୧୪-୨୧, ୨୧-୧୯, ୨୧-୧୮ରେ ହରାଇ ଦେଇଛନ୍ତି। ଏହା ହେଉଛି ସେମାନଙ୍କର ଦ୍ୱିତୀୟ ଓ୍ବାଲର୍‌ଡ ଟୁର୍‌ ଟାଇଟଲ। ଗତବର୍ଷ ଏହି ଯୋଡ଼ି ଜାପାନ ଓପନ୍‌ ଚାମ୍ପିୟନ ହୋଇଥିଲା। ଅସୁସ୍ଥ ଯୋଗୁ ଦୁଇଜଣ ଓହରିଯିବାରୁ ଅନ୍ୟ ଦୁଇଟି ଡବଲ୍ସ ମ୍ୟାଚ୍‌ ଖେଳ ହୋଇପାରି ନ ଥିଲା। ଉଭୟ ଯୋଡ଼ି ହେଉଛନ୍ତି ଚାଇନିଜ୍‌। ଜାପାନର ୟୁଟା ଓ୍ବାଟାନାବେ ଓ ଆରିସା ହିଙ୍ଗାଶିନୋ ମିକ୍ସଡ ଡବଲ୍ସ ଟାଇଟଲ ଜିତିଥିବା ବେଳେ ଜାପାନର ନାମି ମାତ୍‌ସୁୟାମା ଓ ଚିରାରୁ ଶିଦା ମହିଳା ଡବଲ୍ସ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri