ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟିଲା

ବାଲିକୁଦା,୨୩ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କୁଶୁପୁର ପଞ୍ଚାୟତର ସମୁଦ୍ରକୂଳ ଆକାଶିଆ ଜଙ୍ଗଲରୁ ବଣଭୋଜି ସାରି ଫେରୁଥିବାବେଳେ ରବିବାର ସନ୍ଧ୍ୟାରେ ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ବୁଡ଼ି ଯାଇଥିଲା। ସୌଭାଗ୍ୟବଶତଃ ସେଥିରେ ଥିବା ସମସ୍ତ ଯାତ୍ରୀ ରକ୍ଷା ପାଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ଚିକିତ୍ସା କରାଯାଇଛି। ସରକାରୀ ନିୟମ ଅନୁସାରେ ଯାତ୍ରୀଙ୍କୁ ଡଙ୍ଗାରେ ବସାଇବା ସମୟରେ ନାଉରିଆ ସମସ୍ତଙ୍କୁ ଲାଇଫ ଜ୍ୟାକେଟ ପିନ୍ଧାଇବା କଥା। ହେଲେ ଯାତ୍ରୀମାନେ କେହି ଲାଇଫ ଜ୍ୟାକେଟ ପିନ୍ଧି ନ ଥିବା ଜଣାପଡିଛି।
ସ୍ଥାନୀୟ ନେନ୍ଦେରା ଗଁାର କେତେଜଣ ଯୁବକଙ୍କ ସହ ବାଲିକୁଦା, ଜଗତ୍‌ସିଂହପୁର, କଟକ ଓ ଭୁବନେଶ୍ୱରରରୁ ମୋଟ ୨୮ ଜଣ ବଣଭୋଜି ପାଇଁ ଆକାଶିଆ ଜଙ୍ଗଲକୁ ଯାଇଥିଲେ। ବଣଭୋଜି ସାରି ସନ୍ଧ୍ୟାରେ ଫେରିବା ବେଳେ ଡଙ୍ଗାରେ ପରିବହନ କ୍ଷମତାଠାରୁ ଅଧିକ ଯାତ୍ରୀ ବସିଥିଲେ। ଡଙ୍ଗାର ମୋଟର ଷ୍ଟାର୍ଟ ମାରିବା ସମୟରେ ନାଉରିଆ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲେ। ସେତେବେଳକୁ ଡଙ୍ଗା ଚାଲିବା ଆରମ୍ଭ କରି ଦେଇଥିଲା। ନାଉରିଆ ନ ଥିବାରୁ ଡଙ୍ଗାଟି କିଛି ବାଟ ଗଲା ପରେ ଓଲଟି ପଡ଼ିଥିଲା। ଉକ୍ତ ସ୍ଥାନରେ ପାଣି କମ୍‌ ଥିବାରୁ ୨୮ଜଣ ଯାତ୍ରୀ ରକ୍ଷା ପାଇ ଯାଇଥିଲେ। ଯାତ୍ରୀମାନଙ୍କ ଭିତରୁ କେହି ଜଣେ ଅଗ୍ନିଶମ ବାହିନୀକୁ ମୋବାଇଲ୍‌ରେ ଫୋନ୍‌ କରିଥିଲେ। ଖବରପାଇ ବାଲିକୁଦା ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri