ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ କଲେଜରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷଙ୍କ କର୍ମମୟ ଜୀବନ ସମୟରେ ଏହି ମହାବିଦ୍ୟାଳୟ ବହୁ ଆଗକୁ ଯାଇଛି ବୋଲି ବକ୍ତାମାନେ କହିଥିଲେ। ଅଧ୍ୟକ୍ଷ ଦାସ ମଧ୍ୟ ଏହି ମହାବିଦ୍ୟାଳୟରେ ନିଜର ୩୪ ବର୍ଷରୁ ଊଦ୍ଧର୍ବ ଦିନ ଅଧ୍ୟାପକ ଜୀବନରେ ଯୋଗାଇ ଆସିଥିବା ସେବା ବିଷୟରେ କହିଥିଲେ। ସଭାକୁ ପ୍ରାଧ୍ୟାପକ ବିଭାସ ଦାସ ସଂଯୋଜନା କରିଥିଲେ।
ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…
ଏହି ଅବସରରେ ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହର ପ୍ରସାଦ ଶତପଥି, ପ୍ରଶାନ୍ତ କୁମାର ରଥ, ଡ ରବିନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଆଲୋଚନାରେ ଅଧ୍ୟାପିକା ତୃପ୍ତିମୟୀ ଦାସ, ରାଜଲକ୍ଷ୍ମୀ ରଥ, ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ, ସସ୍ମିତା କୁମାରୀ ଦାସ, ଶେଫାଳୀ ପଟ୍ଟନାୟକ, ଅନିତା ମହାପାତ୍ର, ରୋଜାଲିନ ମହାରଣା, ଜ୍ୟୋତ୍ସ୍ନା ଦାସ, ଅଧ୍ୟାପକ ବୁଧିନାଥ ବେହେରା,ସନାତନ ବେହେରା,ରଜତ ମିଶ୍ର, ସୁନାମ ପାତ୍ର, ଦୁର୍ଗା ପ୍ରାସାଦ ସାହୁ, ବିଦେଶୀ ରାଉତ, ଦିଗନ୍ତ ଜେନା, ବିଭୂତି ଗୌଡ଼, ପ୍ରତ୍ୟୁଷ କାର୍ଜି, ଡ ଦେବାଶିଷ ସ୍ବାଇଁ, ରମାକାନ୍ତ ସାହୁ,ଫିଲିପ ମଲ୍ଲିକ, ମୁଖ୍ୟ କିରାଣୀ ଦାମୋଦର ରଥ, ବରିଷ୍ଠ କିରାଣି ଲଳିତା ପ୍ରଧାନ, ଡିଇଓ ଅଜିତ ସାହୁ, କନିଷ୍ଠ କିରାଣି ତପନ ବେହେରା,ଦୀପକ ମହାନ୍ତି, ସୁଧିର ବିଷୋୟୀ ଏଠାରୁ ବଦଳି ହୋଇ ଯାଇଥିବା ଏବଂ ଅବସର ନେଇଥିବା ଅନେକ ଅଧ୍ୟାପିକା ଅଧ୍ୟାପକ ଦାସଙ୍କ ପ୍ରଭାବରେ ଅନୁପ୍ରାଣିତ ହୋଇ ଆଜି ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ। ଡ ରବିନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହାପରେ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କୁମୁନ୍ଦ ଚନ୍ଦ୍ର ମହାପାତ୍ର ଦାସଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି।

