କୁଚିଣ୍ଡା ଉପଖଣ୍ଡ: ଧାନକିଣା ଆରମ୍ଭରୁ ଅବ୍ୟବସ୍ଥା

କୁଚିଣ୍ଡା,୩ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ୯ଗୋଟି ଲ୍ୟାମ୍ପ୍ସ ଓ ଗୋଟିଏ ମହିଳା ଏସ୍‌ଏଚ୍‌ଜି ଦ୍ୱାରା ବୁଧବାର ଖରିଫ ଧାନକିଣା ଆରମ୍ଭ ହୋଇଛି। କୁଚିଣ୍ଡା ସହକାରୀ ନିବନ୍ଧକଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବା କୁଚିଣ୍ଡା ଓ ଜମନକିରା ବ୍ଲକର ୭ଗୋଟି ମଣ୍ଡି ଆର୍‌ଏମ୍‌ସି ସମ୍ପାଦକ ମନୋଜ ମହନ୍ତ ଏବଂ ବାମରା ବ୍ଲକର ୩ଗୋଟି ମଣ୍ଡି ଆର୍‌ଏମ୍‌ସି ମାର୍କେଟିଂ ସୁପରଭାଇଜର ଅନିଲ ପୁରୋହିତଙ୍କ ତତ୍ତ୍ୱାବଧାନରେ ଧାନକିଣା ଆରମ୍ଭ ହୋଇଛି। ମାତ୍ର ବାମରା ବ୍ଲକର ବାଉଁଶଲଗା ଓ କିନାବଗା ମଣ୍ଡି ଏବଂ କୁଚିଣ୍ଡା ବ୍ଲକର ବାଉରିଗୋଡା ମଣ୍ଡିରେ ମିଲର୍ସ କିମ୍ବା ନିଯୁକ୍ତ ଏଜେଣ୍ଟ ଆସି ନ ଥିବାରୁ ଖୋଲା ଆକାଶ ତଳେ ୧୦ଜଣ ଚାଷୀଙ୍କ ମୋଟ ୧୨ଶହ୨୮ପ୍ୟାକେଟ ଧାନ ପକାଇ ରଖାଯାଇଛି।
ବୁଧବାର ଉପଖଣ୍ଡର ୩ଗୋଟି ବ୍ଲକର ୮ ଲ୍ୟାମ୍ପ୍ସରେ ୯୦ଜଣ ଚାଷୀଙ୍କଠାରୁ ୧୦ ହଜାର ୬୩୯ ପ୍ୟାକେଟ ଧାନ କିଣାଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଉପଖଣ୍ଡର ୩ ବ୍ଲକରେ ୫୪ଗୋଟି ଧାନକ୍ରୟ ମଣ୍ଡି ହୋଇଥିବା ବେଳେ କୁଚିଣ୍ଡା ବ୍ଲକରେ ୩, ବାମରା ଓ ଜମନକିରା ବ୍ଲକରେ ୨ଟି ଲେଖାଏ ଏଭଳି ମୋଟ ୭ଟି ମହିଳା ଏସ୍‌ଏଚ୍‌ଜିକୁ ବାଦଦେଲେ ବାକିସବୁ ମଣ୍ଡିରେ ଲ୍ୟାମ୍ପ୍ସ ଧାନ କିଣୁଛି। ବୁଧବାର ମଣ୍ଡିରେ କିଣାଯାଇଥିବା ଚାଷୀଙ୍କ ଧାନ ବିନା ଟେଷ୍ଟିଂରେ ମିଲକୁ ଯାଇଛି। ମିଲରେ କଟ୍‌ନୀଛଟ୍‌ନୀ ନିର୍ଦ୍ଧାରଣ ହେବ ବୋଲି ଉପସ୍ଥିତ ଥିବା ମିଲର୍ସ ଏଜେଣ୍ଟମାନେ କହୁଥିବାରୁ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ୩ଟି ମଣ୍ଡିରେ ଚାଷୀଙ୍କ ଧାନ କିଣା ହୋଇ ନ ପାରି ଖୋଲା ଆକାଶ ତଳେ ପକାଇ ରଖିଥିବାରୁ ଚାଷୀ ଅସନ୍ତୋଷକୁ ନେଇ ପ୍ରଶାସନର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। ଆରମ୍ଭରୁ ଯଦି ଏଭଳି ଅବ୍ୟବସ୍ଥା ହୁଏ ତେବେ ଆଗାମୀ ଦିନରେ କିଭଳି ମଣ୍ଡି ପରିଚାଳନା ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ୩ ମଣ୍ଡିରେ ମିଲର୍ସ ନ ଆସିବା ସମ୍ପର୍କରେ କୁଚିଣ୍ଡା ସହକାରୀ ନିବନ୍ଧକ ଭବାନୀକାନ୍ତ ନାଏକଙ୍କୁ ପଚାରିବାରେ ଏସବୁ ମଣ୍ଡିରେ ମିଲର୍ସ ଅଥରାଇଜେସନ ହୋଇ ନ ଥିବା କାରଣରୁ ଧାନ କିଣାଯାଇ ନ ଥିବା କହି
ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ସମାଧାନ ପାଇଁ ମିଲର୍ସଙ୍କ ସହ ଆଲୋଚନା କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?