Posted inଜାତୀୟ

ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ନିଜ ସହିତ ନିଜର ବିବାହ କଲେ କ୍ଷମା ବିନ୍ଦୁ, ଏବେ ହନିମୁନ୍‌ ଗୋଆରେ…

ବଡୋଦରା, ୯।୬ : ଗୁଜୁରାଟର ବଡୋଦରାର କ୍ଷମା ବିନ୍ଦୁ, ନିଜେ ବର ହେବାର ସ୍ବପ୍ନକୁ ପୂରଣ କରି ଶେଷରେ ନିଜକୁ ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବିବାହ କରିଛନ୍ତି। ଜୁନ ୧୧ ରେ ସେ ନିଜକୁ ବିବାହ କରିବାକୁ ଘୋଷଣା କରିଥିଲେ। ତେବେ ବିବାଦ ଏଡାଇବା ଲାଗି ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ବୁଧବାର ଦିନ କ୍ଷମା ଏକାକୀ ବିବାହ କରଛନ୍ତି। ଏବେ କ୍ଷମା ଦୁଇ ସପ୍ତାହ ପାଇଁ ହନିମୁନରେ ଗୋଆ ଯିବେ।

କ୍ଷମା ବିନ୍ଦୁଙ୍କ ଏକକ ବିବାହକୁ ନେଇ ବିବାଦ ଉପୁଜିଥିଲା। ହିନ୍ଦୁ ଧର୍ମରେ ଏପରି ବିବାହ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି କୁହାଯାଇଥିଲା। ମନ୍ଦିରରେ ଏପରି ବିବାହ ନକରିବାକୁ କ୍ଷମାଙ୍କୁ ମଧ୍ୟ ଚେତାବନୀ ଦିଆଯାଇଥିଲା। କ୍ଷମା ଘରେ ନିଜେ ଏକାକୀ ସାତ ଫେରା ନେଇଛନ୍ତି। ବନ୍ଧୁ ଏବଂ ସମ୍ପର୍କୀୟମାନେ ତାଙ୍କୁ ବିବାହ ପୂର୍ବରୁ ହଳଦୀ ମଧ୍ୟ ଲଗାଇଥିଲେ।

ବଡୋଦରାର ପୂର୍ବତନ ଡେପୁଟି ମେୟର ସୁନୀତା ଶୁକ୍ଲା କୌଣସି ମନ୍ଦିରରେ ବିବାହ ଅନୁମତି ନଦେବାକୁ କ୍ଷମାଙ୍କୁ ଚେତାବନୀ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଭାରତୀୟ ବିବାଦ ବ୍ୟବସ୍ଥାରେ ଏଭଳି ବିବାହ ସ୍ବୀକୃତିପ୍ରାପ୍ତ ନୁହେଁ। ଏହା ଏକ ବିଦେଶୀ ୱେବ ସିରିଜ ଦ୍ୱାରା ଅନୁପ୍ରାଣିତ। ସୁନୀତା କହିଥିଲେ ଯେ ଏକକ ବିବାହ ଅଭ୍ୟାସରେ ବୃଦ୍ଧି ଯୋଗୁ ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଇବ।

ବଡୋଦରାର ଗୋତ୍ରିରେ ଥିବା ତାଙ୍କ ଘରେ ହିନ୍ଦୁ ରୀତିନୀତି ଅନୁଯାୟୀ କ୍ଷମା ବିବାହ କରିଥିଲେ। ଏହି ବିଶେଷ ବିବାହରେ ସାତ ଫେରା ସମୟରେ ବର କିମ୍ବା ପଣ୍ଡିତ ନ ଥିଲେ । ବିବାହରେ କ୍ଷମାଙ୍କ ସମ୍ପର୍କୀୟଙ୍କ ବ୍ୟତୀତ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଦେଶରେ ଏହା ହେଉଛି ପ୍ରଥମ ବିବାହ। ନିକଟରେ କ୍ଷମା ବିନ୍ଦୁ ଏଭଳି ବିବାହ କରିବାକୁ ଘୋଷଣା କରିଥିଲେ। ସେ ଜୁନ ୧୧ ରେ ବଡୋଦରାସ୍ଥିତ ଏକ ମନ୍ଦିରରେ ନିଜର ବିବାହ ଘୋଷଣା କରି କହିଥିଲେ ଯେ ସେ ବିବାହ କରିବାକୁ ଚାହୁଁନାହାଁନ୍ତି କିନ୍ତୁ ପରମ୍ପରା ଅନୁଯାୟୀ ନିଜକୁ ବିବାହ କରିବେ।

ସେ ତାଙ୍କ ବିବାହ ଘୋଷଣା କରିବା ମାତ୍ରେ ବିରୋଧ ଆରମ୍ଭ ହୋଇଥିଲା। ଯଦିଓ ବରୋଧୀଙ୍କ ସଂଖ୍ୟା ବହୁତ ଅଧିକ ନ ଥିଲା, କିନ୍ତୁ ବିବାହ ଦିନ ଏକ ବିବାଦ ହୋଇପାରେ ବୋଲି ଆଶଙ୍କା କରି କ୍ଷମା ୧୧ ଜୁନ ପରିବର୍ତ୍ତେ ୮ ଜୁନ ରେ ବିବାହ କରିଥିଲେ।

ମନ୍ଦିରରେ ବିବାହକୁ ବିରୋଧ କରିବା ଏବଂ ପଣ୍ଡିତଙ୍କ ରୀତିନୀତି କରିବାକୁ ମନା କରିବା ସତ୍ତ୍ୱେ କ୍ଷାମ ପଛକୁ ହଟି ନ ଥିଲେ। ପଣ୍ଡିତଙ୍କ ଅଭାବକୁ ପୂରଣ କରିବା ପାଇଁ ଟେପରେ ବିବାହ ମନ୍ତ୍ର ବଜାଇ ରୀତିନୀତି ଅନୁସାରେ କ୍ଷମା ନିଜକୁ ବିବାହ କରିଥିଲେ। ସୋଲୋଗାମି ବିବାହ ଘୋଷଣା କରିବାବେଳେ କ୍ଷମା କହିଥିଲେ ଯେ ସେ କେବେବି ବିବାହ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ବର ହେବାର ସ୍ବପ୍ନ ଦେଖିଥିଲେ ତେଣୁ ସେ ନିଜେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ଏକାକୀ ବିବାହ କରି ଦେଶରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କ୍ଷମା ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସେ କହିଛନ୍ତି ଯେ କିଛି ଲୋକ ଏହାକୁ ଅପ୍ରାସଙ୍ଗିକ ମନେ କରିପାରନ୍ତି, କିନ୍ତୁ ସେ ଦେଖାଇବାକୁ ଚାହୁଁଥିଲେ ଯେ ମହିଳାମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତାଙ୍କ ପିତାମାତା ଖୋଲା ମନୋଭାବ ପୋଷଣ କରି ତାଙ୍କୁ ଏହି ବିବାହ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri