Posted inଜାତୀୟ

ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ନିଜ ସହିତ ନିଜର ବିବାହ କଲେ କ୍ଷମା ବିନ୍ଦୁ, ଏବେ ହନିମୁନ୍‌ ଗୋଆରେ…

ବଡୋଦରା, ୯।୬ : ଗୁଜୁରାଟର ବଡୋଦରାର କ୍ଷମା ବିନ୍ଦୁ, ନିଜେ ବର ହେବାର ସ୍ବପ୍ନକୁ ପୂରଣ କରି ଶେଷରେ ନିଜକୁ ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବିବାହ କରିଛନ୍ତି। ଜୁନ ୧୧ ରେ ସେ ନିଜକୁ ବିବାହ କରିବାକୁ ଘୋଷଣା କରିଥିଲେ। ତେବେ ବିବାଦ ଏଡାଇବା ଲାଗି ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ବୁଧବାର ଦିନ କ୍ଷମା ଏକାକୀ ବିବାହ କରଛନ୍ତି। ଏବେ କ୍ଷମା ଦୁଇ ସପ୍ତାହ ପାଇଁ ହନିମୁନରେ ଗୋଆ ଯିବେ।

କ୍ଷମା ବିନ୍ଦୁଙ୍କ ଏକକ ବିବାହକୁ ନେଇ ବିବାଦ ଉପୁଜିଥିଲା। ହିନ୍ଦୁ ଧର୍ମରେ ଏପରି ବିବାହ ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି କୁହାଯାଇଥିଲା। ମନ୍ଦିରରେ ଏପରି ବିବାହ ନକରିବାକୁ କ୍ଷମାଙ୍କୁ ମଧ୍ୟ ଚେତାବନୀ ଦିଆଯାଇଥିଲା। କ୍ଷମା ଘରେ ନିଜେ ଏକାକୀ ସାତ ଫେରା ନେଇଛନ୍ତି। ବନ୍ଧୁ ଏବଂ ସମ୍ପର୍କୀୟମାନେ ତାଙ୍କୁ ବିବାହ ପୂର୍ବରୁ ହଳଦୀ ମଧ୍ୟ ଲଗାଇଥିଲେ।

ବଡୋଦରାର ପୂର୍ବତନ ଡେପୁଟି ମେୟର ସୁନୀତା ଶୁକ୍ଲା କୌଣସି ମନ୍ଦିରରେ ବିବାହ ଅନୁମତି ନଦେବାକୁ କ୍ଷମାଙ୍କୁ ଚେତାବନୀ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଭାରତୀୟ ବିବାଦ ବ୍ୟବସ୍ଥାରେ ଏଭଳି ବିବାହ ସ୍ବୀକୃତିପ୍ରାପ୍ତ ନୁହେଁ। ଏହା ଏକ ବିଦେଶୀ ୱେବ ସିରିଜ ଦ୍ୱାରା ଅନୁପ୍ରାଣିତ। ସୁନୀତା କହିଥିଲେ ଯେ ଏକକ ବିବାହ ଅଭ୍ୟାସରେ ବୃଦ୍ଧି ଯୋଗୁ ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଇବ।

ବଡୋଦରାର ଗୋତ୍ରିରେ ଥିବା ତାଙ୍କ ଘରେ ହିନ୍ଦୁ ରୀତିନୀତି ଅନୁଯାୟୀ କ୍ଷମା ବିବାହ କରିଥିଲେ। ଏହି ବିଶେଷ ବିବାହରେ ସାତ ଫେରା ସମୟରେ ବର କିମ୍ବା ପଣ୍ଡିତ ନ ଥିଲେ । ବିବାହରେ କ୍ଷମାଙ୍କ ସମ୍ପର୍କୀୟଙ୍କ ବ୍ୟତୀତ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଦେଶରେ ଏହା ହେଉଛି ପ୍ରଥମ ବିବାହ। ନିକଟରେ କ୍ଷମା ବିନ୍ଦୁ ଏଭଳି ବିବାହ କରିବାକୁ ଘୋଷଣା କରିଥିଲେ। ସେ ଜୁନ ୧୧ ରେ ବଡୋଦରାସ୍ଥିତ ଏକ ମନ୍ଦିରରେ ନିଜର ବିବାହ ଘୋଷଣା କରି କହିଥିଲେ ଯେ ସେ ବିବାହ କରିବାକୁ ଚାହୁଁନାହାଁନ୍ତି କିନ୍ତୁ ପରମ୍ପରା ଅନୁଯାୟୀ ନିଜକୁ ବିବାହ କରିବେ।

ସେ ତାଙ୍କ ବିବାହ ଘୋଷଣା କରିବା ମାତ୍ରେ ବିରୋଧ ଆରମ୍ଭ ହୋଇଥିଲା। ଯଦିଓ ବରୋଧୀଙ୍କ ସଂଖ୍ୟା ବହୁତ ଅଧିକ ନ ଥିଲା, କିନ୍ତୁ ବିବାହ ଦିନ ଏକ ବିବାଦ ହୋଇପାରେ ବୋଲି ଆଶଙ୍କା କରି କ୍ଷମା ୧୧ ଜୁନ ପରିବର୍ତ୍ତେ ୮ ଜୁନ ରେ ବିବାହ କରିଥିଲେ।

ମନ୍ଦିରରେ ବିବାହକୁ ବିରୋଧ କରିବା ଏବଂ ପଣ୍ଡିତଙ୍କ ରୀତିନୀତି କରିବାକୁ ମନା କରିବା ସତ୍ତ୍ୱେ କ୍ଷାମ ପଛକୁ ହଟି ନ ଥିଲେ। ପଣ୍ଡିତଙ୍କ ଅଭାବକୁ ପୂରଣ କରିବା ପାଇଁ ଟେପରେ ବିବାହ ମନ୍ତ୍ର ବଜାଇ ରୀତିନୀତି ଅନୁସାରେ କ୍ଷମା ନିଜକୁ ବିବାହ କରିଥିଲେ। ସୋଲୋଗାମି ବିବାହ ଘୋଷଣା କରିବାବେଳେ କ୍ଷମା କହିଥିଲେ ଯେ ସେ କେବେବି ବିବାହ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ବର ହେବାର ସ୍ବପ୍ନ ଦେଖିଥିଲେ ତେଣୁ ସେ ନିଜେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ଏକାକୀ ବିବାହ କରି ଦେଶରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କ୍ଷମା ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସେ କହିଛନ୍ତି ଯେ କିଛି ଲୋକ ଏହାକୁ ଅପ୍ରାସଙ୍ଗିକ ମନେ କରିପାରନ୍ତି, କିନ୍ତୁ ସେ ଦେଖାଇବାକୁ ଚାହୁଁଥିଲେ ଯେ ମହିଳାମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତାଙ୍କ ପିତାମାତା ଖୋଲା ମନୋଭାବ ପୋଷଣ କରି ତାଙ୍କୁ ଏହି ବିବାହ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri