Posted inଖେଳ

ଡେବ୍ୟୁ ପୂର୍ବରୁ ଭାଇ ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର, ଆକାଶକୁ ଚାହିଁ…

ପୁଣେ,୨୩।୩: ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମରେ ମଙ୍ଗଳବାର ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଖେଳ ଜାରି ରହିଛି। ଟେଷ୍ଟ ଏବଂ ଟି୨୦ ସିରିଜରେ ଇଂଲଣ୍ଡକୁ ହରାଇବା ପରେ ଏବେ ଦିନିକିଆରେ ମଧ୍ୟ ବାଜିମାତ କରିବା ଲକ୍ଷ୍ୟରେ ଭାରତୀୟ ଦଳ। ଏଭଳି ସ୍ଥିତିରେ ପ୍ରଥମ ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି କ୍ରୁଣାଳ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କ୍ରିଷ୍ଣା। ଉଭୟ ଖେଳାଳି ବିଜୟ ହଜାରେ ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିନିକିଆ ଟିମ୍‌ରେ ତାଙ୍କୁ ଚୟନ କରାଯାଇଛି।
୨୦୧୮ରେ ପ୍ରଥମ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ କ୍ରୁଣାଳ। ଏଯାବତ ସେ ୧୮ ଟି୨୦ ମ୍ୟାଚ୍‌ ଖେଳିସାରିଥିବା ବେଳେ ଏବେ ଦିନିକିଆ ଖେଳିବାକୁ ସୁଯୋଗ ମିଳିଛି। ତାଙ୍କୁ ଡେବ୍ୟୁ କ୍ୟାପ୍‌(ଟୋପି) ଦିଆଯାଇଛି। ଏହି ସମୟରେ ସେ ସ୍ବର୍ଗତ ପିତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିବା ନଜର ଆସିଛି। ଭାଇ ହାର୍ଦ୍ଦିକଙ୍କ ହାତରୁ ଡେବ୍ୟୁ କ୍ୟାପ୍‌ ନେବା ପରେ ସେ ଆକାଶକୁ ଉଠାଇ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏପରିକି କ୍ରୁଣାଳ ହାର୍ଦ୍ଦିକଙ୍କୁ ଆଲିଙ୍ଗନ କରି ଲୁହ ଲୁଚାଇଥିଲେ। ଏହାର ଏକ ଭିଡିଓ ବିସିସିଆଇ ତାର ଆଧିକାରିକ ଟୁଇଟର ପୃଷ୍ଠାରେ ଶେୟାର କରିଛି। ଏହା ଏବେ ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଳାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଓ୍ବାଣ୍ଡର୍ସ,୨।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ସୋମବାର ଠାରୁ ଜୋହାନ୍ସବର୍ଗ ଗ୍ରାଉଣ୍ଡରେ ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ...

ମାତ୍ର ୪୦ ମିନିଟ୍‌ରେ ଏହି ପାକିସ୍ତାନୀ ଖେଳାଳିଙ୍କ ହୃଦୟ ଜିତି ନେଲେ ସୌରଭ ଗାଙ୍ଗୁଲୀ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଏବଂ ପାକିସ୍ତାନ କ୍ରିକେଟ ଖେଳ ସବୁବେଳେ ରୋମାଞ୍ଚଭରା ହୋଇଥାଏ। ଦୁଇ ପ୍ରତିପକ୍ଷ ଖେଳାଳିଙ୍କ ମଧ୍ୟରେ ଖେଳ ପଡ଼ିଆ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ଲାଗି...

ଓ୍ବାଶିଂଟନ ସୁନ୍ଦରଙ୍କୁ ନେଇ ବଡ ଖୁଲାସା, ଟେଷ୍ଟ ମ୍ୟାଚ୍‌ ଭିତରେ ଦୋକାନ ଯାଇ…

ନୂଆଦିଲ୍ଲୀ,୨୩।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିଥିଲେ ଓ୍ବାଶିଂଟନ ସୁନ୍ଦର। ଉକ୍ତ ଟେଷ୍ଟ ମ୍ୟାଚ୍‌ ଜିତିବାରେ ସେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ହେଲେ ଏବେ...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି: ମନଦୀପଙ୍କ ହ୍ୟାଟ୍ରିକ, ଭାରତ ଫାଇନାଲରେ

ଟୋକିଓ, ୨୧।୮(ପି.ଟି.)-ଷ୍ଟ୍ରାଇକର ମନଦୀପ ସିଂଙ୍କ ଆକର୍ଷଣୀୟ ହ୍ୟାଟ୍ରିକ ସହାୟତାରେ ଭାରତ ଏଠାରେ ଚାଲିଥିବା ପୁରୁଷ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ...

ଶଳାଙ୍କ ବିବାହରେ ଧୁମ୍‌ ନାଚିଲେ ଅଧିନାୟକ ରୋହିତ ଶର୍ମା, ଭିଡିଓ ଦେଖି ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧୭।୩: ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଶାନ୍ତ ଖେଳାଳି ଭାବେ ବିବେଚନା କରାାଏ। କାରଣ ଦଳର କୌଣସି ମଜାମସ୍ତି କଥା ଉଠେ ସେ ଏକ...

ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌: ପଦ୍ମିନୀଙ୍କୁ ସ୍ବର୍ଣ୍ଣ, ସ୍ବୟମ୍ସ, ବୈଭବଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)- ଅହମ୍ମଦାବାଦରେ ଅନୁଷ୍ଠିତ ୪୦ତମ ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ଖେଳାଳିମାନେ ଚମତ୍କାରିତା ପ୍ରଦର୍ଶନ...

ଆଜି ଭାରତ ଖେଳିବ ନିର୍ଣ୍ଣାୟକ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୧୭।୭: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମୁକାବିଲା ମଞ୍ଚେଷ୍ଟରରେ ଖେଳାଯିବ। ରବିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ...

ଜାତୀୟ ସିନିୟର ଭଲିବଲ୍‌: ଓଡ଼ିଶାର ବିଜୟଧାରା ରୋକିଲା ଛତିଶଗଡ଼

ଭୁବନେଶ୍ୱର, ୨୯।୧୨ (ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶା ଭଲିବଲ୍‌ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ୍‌ (ମହିଳା ଓ ପୁରୁଷ)...

Advertisement
Archives

Model This Week