ସୀତା ଗୁମ୍ଫାରେ କ୍ରିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ନିକଟରେ ନାସିକର ପଞ୍ଚବଟୀର ସୀତା ଗୁମ୍ଫା ମନ୍ଦିରରେ ପହଞ୍ଚି ସୀତାଙ୍କ ଆଶୀର୍ବାଦ ନେଇଛନ୍ତି। ସେଠାରେ ସେ ସୀତା ମାତାଙ୍କୁ ଆଳତି କରିଥିଲେ। ସିଙ୍ଗର ସଚେତ୍‌-ପରମ୍ପରାଙ୍କ ରାମ ସିୟା ରାମ ଉଚ୍ଚାରଣ କରିବା ସମୟରେ କ୍ରିତିଙ୍କୁ ଭକ୍ତିରେ ମଗ୍ନଥିବା ଦେଖିବାକୁ ମିଳିଥିଲା। ପରେ ସେ କାଲାରାମ ମନ୍ଦିର ପରିଦର୍ଶନ କରି ସେଠାରେ ଭଜନ ଓ ଆଳତି କରିଥିଲେ। ନିକଟରେ ଫିଲ୍ମ ‘ଆଦିପୁରୁଷ’ର ଶୁଟିଂ ସରିଥିବାବେଳେ ସେ ସୀତା ଗୁମ୍ଫା ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ତେବେ ଜୁନ୍‌ ୬ରେ ଏହି ଚଳଚ୍ଚିତ୍ର ରିଲିଜ୍‌ ହେବାକୁ ଯାଉଛି। ସେଥିରେ କ୍ରିତି ସୀତାଙ୍କ ଭୂମିକାରେ ନଜରକୁ ଆସିଛନ୍ତି। ଅଭିନେତା ପ୍ରଭାସ ରାମଙ୍କ ଚରିତ୍ରରେ ନଜର ଆସିଥିବାବେଳେ ଶୈଫ ଅଲ୍ଲି ଖାନ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିଛି। ପୂର୍ବରୁ ବିବାଦରେ ଛନ୍ଦି ହୋଇଥିବା ଏହି ଫିଲ୍ମର ଟ୍ରାକ୍‌ ମେ’ ୨୯ରେ ରିଲିଜ୍‌ ହୋଇଛି। ତେବେ କ୍ରିତିଙ୍କ ତାଙ୍କ ବଲିଉଡ୍‌ କ୍ୟାରିୟର ୨୦୧୪ରୁ ଆରମ୍ଭ କରିଥିବାବେଳେ ଶେଷ ଥର ପାଇଁ ତାଙ୍କୁ ମୁଭି ‘ଶେହଜାଦା’ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଦେଖିବାକୁ ମିଳିଥିଲା। ଏଥିସହ ତାଙ୍କ ହାତରେ ଏବେ ଆଉ ୩ଟି ଫିଲ୍ମ ରହିଛି। ସେଥିପାଇଁ ଶୁଟିଂ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri