Posted inଖେଳ

କରାଟେରେ କୃଷ୍ଣଙ୍କ କୀର୍ତ୍ତି

ପିଲାଦିନେ କ୍ରିକେଟ ପ୍ରତି ରୁଚି ରଖୁଥିବା କୃଷ୍ଣ କ୍ରମେ ଭାଇଙ୍କ ପ୍ରେରଣାରେ କରାଟେ ପ୍ରେମରେ ପଡ଼ନ୍ତି। ଉତ୍କଳ କରାଟେ ସ୍କୁଲ ହୁଏ ତାଙ୍କର ପଥ ପ୍ରଦର୍ଶକ। କରାଟେ ଦେଇଛି ତାଙ୍କୁ ନୂଆ ପରିଚୟ। ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ସଫଳତା ପରେ କୃଷ୍ଣ ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ରାଜ୍ୟକୁ ଗର୍ବିତ କରିଛନ୍ତି।

ଏକାଧିକ କ୍ରୀଡ଼ାରେ ରାଜ୍ୟରେ ସର୍ବାଧିକ ଜାତୀୟ/ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିବା ଘରୋଇ କ୍ରୀଡ଼ାନୁଷ୍ଠାନ ହେଉଛି ଉତ୍କଳ କରାଟେ ସ୍କୁଲ। ରାଜ୍ୟରେ ‘ଖେଳାଳି ତିଆରି କାରଖାନା’ଭାବେ ବିଶେଷ ପରିଚିତ ଏହି ଅନୁଷ୍ଠାନର ଅନ୍ୟତମ ସଫଳ ସୃଷ୍ଟି ହେଉଛନ୍ତି କୃ୍‌ଷ୍ଣଚନ୍ଦ୍ର ନାୟକ। ପିଲାଦିନେ କ୍ରିକେଟ ପ୍ରତି ରୁଚି ରଖୁଥିବା କୃଷ୍ଣ କ୍ରମେ ଭାଇ ଭଗବାନ ନାୟକଙ୍କ ପ୍ରେରଣାରେ କରାଟେ ପ୍ରେମରେ ପଡ଼ନ୍ତି। ଉତ୍କଳ କରାଟେ ସ୍କୁଲ ଏବଂ ଏହାର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ହୁଅନ୍ତି ତାଙ୍କର ପଥ ପ୍ରଦର୍ଶକ। ବାସ୍‌ , ଏଠାରେ ଶିକ୍ଷାଲାଭ ପରେ ଏବେ କରାଟେ ହିଁ ତାଙ୍କୁ ଦେଇଛି ପରିଚୟ। ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ସଫଳତା ପରେ କୃଷ୍ଣ ଜାତୀୟ ପ୍ରତିଯୋଗିତାରେ ପଦକ ହାସଲକରି ରାଜ୍ୟକୁ ଗର୍ବିତ କରିଛନ୍ତି। ଏବେ ସେ ଫାଷ୍ଟ ଡାନ୍‌ ବ୍ଲାକ୍‌ ବେଲ୍ଟର ଅଧିକାରୀ। ଦିନେ ଭବିଷ୍ୟତକୁ ନେଇ ଅନ୍ଧାରରେ ଥିବା ଏହି କ୍ରୀଡ଼ାବିତ୍‌ କରାଟେରୁ ସଫଳତାର ସ୍ବାଦ ପାଇବା ପରେ ଏବେ ଯୋଜନାବନ୍ଧଭାବେ ଆଗକୁ ବଢ଼ୁଛନ୍ତି। ଆଗାମୀ ଦିନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିବା ତାଙ୍କର ସ୍ବପ୍ନ ବୋଲି ସେ ପ୍ରକାଶ କରିଛନ୍ତି। ”ଦିନ ଥିଲା ମୁଁ ଭବିଷ୍ୟତରେ କ’ଣ କରିବି ବୋଲି ଜାଣିପାରୁ ନ ଥିଲି। ମାତ୍ର କରାଟେକୁ ଆସିବା ପରେ ମୋର ମନୋଭାବ ବଦଳି ଯାଇଛି। ମୁଁ ଜଣେ ସଫଳ ଖେଳାଳି ଓ କୋଚ୍‌ଭାବେ ଆଗକୁ ବଢ଼ିବାକୁ ଉଦ୍ୟମ ଜାରି ରଖିଛି। ଅନ୍ତର୍ଜାତୀୟ ସ୍ତରରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରି ପଦକ ହାସଲ କରିବା ମୋର ଲକ୍ଷ୍ୟ। ଦିନେ ଲକ୍ଷ୍ୟ ପଥରେ ପହଞ୍ଚତ୍ବାନେଇ ଆଶା ମଧ୍ୟ ରଖିଛି“ ବୋଲି କୃଷ୍ଣ ପ୍ରକାଶ କରିଛନ୍ତି।
କୃଷ୍ଣ ୨୦୧୫ରୁ ୮ ବର୍ଷ ହେଲା କରାଟେ କରୁଛନ୍ତି। ଗ୍ରାଜୁଏଶନ ପରେ ଏବେ କେବଳ କରାଟେରେ ମନୋନିବେଶ କରିଛନ୍ତି। ବଡ଼ଭାଇ ଭଗବାନଙ୍କ ପ୍ରେରଣାରେ ସେ କ୍ରିକେଟ ଖେଳରୁ କରାଟେ ପ୍ରତି ମନ ବଳାଇଥିଲେ। ତାଙ୍କ ବଡ଼ଭାଇ ପୂର୍ବରୁ କରାଟେ ଶିଖୁଥିଲେ। ମାତ୍ର ଶାରୀରିକ ଅସୁସ୍ଥତା ଯୋଗୁ ସେ ଏଥିରେ ଆଗକୁ ବଢ଼ିପାରି ନ ଥିଲେ। ବଡ଼ଭାଇଙ୍କ ପରାମର୍ଶରେ କରାଟେରେ ପ୍ରବେଶ କରିଥିବା କୃଷ୍ଣଙ୍କର କ୍ରମେ ରାଜ୍ୟ ଏବଂ ପରେ ପୂର୍ବାଞ୍ଚଳ ଏବଂ ସର୍ବଭାରତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ପାଇବାପରେ ଆଗ୍ରହ ବଢ଼ି ବଢ଼ି ଚାଲିଲା। ଗୁରୁ ହରିପ୍ରସାଦଙ୍କ ଦିଗ୍‌ଦର୍ଶକ ମଧ୍ୟ ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଫଳରେ ସେ ଏଥିରେ ଆଗକୁ ବଢ଼ିବେ ବୋଲି ଦୃଢ଼ ସଂକଳ୍ପ ହୋଇଥିଲେ।
ରାଜ୍ୟସ୍ତରରେ ରୌପ୍ୟ ପଦକରୁ କୃଷ୍ଣଙ୍କ ଅଭିଯାନ ଆରମ୍ଭ ହୋଇଥିଲା। କୁମିତେ (ଫାଇଟିଂ) ହେଉଛି ତାଙ୍କର ପ୍ରିୟ ଇଭେଣ୍ଟ। ଟିମ୍‌ ଫାଇଟ୍‌ରେ ସେ ସ୍ବର୍ଣ୍ଣପଦକ ମଧ୍ୟ ପାଇଥିଲେ। ଇତିମଧ୍ୟରେ ସେ ରାଜ୍ୟସ୍ତରରେ ୬ ସ୍ବର୍ଣ୍ଣ, ୨ ରୌପ୍ୟ, ସର୍ବଭାରତୀୟ ଓପନରେ ୫ ସ୍ବର୍ଣ୍ଣ ଓ ୨ ରୌପ୍ୟ, ପୂର୍ବାଞ୍ଚଳ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୨ ରୌପ୍ୟ, ଦିଲ୍ଲୀରେ ଅନୁଷ୍ଠିତ ଚାମ୍ପିୟନ ଅଫ୍‌ ଚାମ୍ପିୟନ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ (୨୦୨୨) ହାସଲକରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ତେବେ ଏ ସବୁ ସଫଳତା ତାଙ୍କୁ ଯେତେ ସନ୍ତୁଷ୍ଟ କରିପାରି ନ ଥିଲା ୨୦୨୩ରେ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଅନୁଷ୍ଠିତ ଜାତୀୟ ସିନିୟର କରାଟେ ପ୍ରତିଯୋଗିତା (ଫାଇଟିଂ)ରେ ବ୍ରୋଞ୍ଜ ପଦକ ତାଙ୍କୁ ଅଧିକ ସନ୍ତୋଷ ପ୍ରଦାନ କରିଥିଲା। ଜାତୀୟ ପ୍ରତିଯୋଗିତାରେ କୃଷ୍ଣ ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ ଓ ମଧ୍ୟପ୍ରଦେଶ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଲଢ଼ିଥିଲେ। ପ୍ରଥମ ୩ଟି ଫାଇଟ୍‌କୁ ଯଥାକ୍ରମେ ୬-୧, ୭-୨ ଓ ୬-୧ରେ ଜିତିବା ପରେ ସେମିଫାଇନାଲରେ ୦-୩ରେ ହାରିଯାଇ ଥିଲେ। ତେବେ ଏହା ତାଙ୍କୁ ବ୍ରୋଞ୍ଜ ପଦକ ବିଜେତା ହେବା ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ଏସିଆନ କରାଟେ ପାଇଁ ଯୋଗ୍ୟତା ମିଳିଥାଏ। ଆଗାମୀ ଜାତୀୟ ପ୍ରତିଯୋଗିତାରେ ସେ ଏହା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।
ଚଳିତ ମାସ ୨୯ ଓ ୩୦ରେ କୋଲକାତାରେ ସର୍ବଭାରତୀୟ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ଅଗଷ୍ଟ ୧୧, ୧୨, ୧୩ରେ ଦିଲ୍ଲୀରେ ହେବାକୁ ଥିବା ଇଣ୍ଡିପେଣ୍ଡନ୍ସ କପ୍‌ ପାଇଁ କୃଷ୍ଣ ପ୍ରସ୍ତୁତି ଚଳାଇଛନ୍ତି। ୨୦୨୨ରେ କୋଲକାତାରେ ଅନୁଷ୍ଠିତ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବାରୁ ଏଥର ମଧ୍ୟ ଆଶାବାଦୀ ଅଛନ୍ତି।
କୃଷ୍ଣଙ୍କ କହିବା ଅନୁସାରେ ”କରାଟେ ଏପରି ଏକ କ୍ରୀଡ଼ା ଯାହାକି ମଣିଷକୁ ଶୃଙ୍ଖଳିତ କରିଥାଏ। ନିଜକୁ ନିଜେ ଚିହ୍ନିବା ପାଇଁ ସୁଯୋଗ ଦେଇଥାଏ। ଆତ୍ମରକ୍ଷା ଦେବା ସହିତ ଅନ୍ୟ ପ୍ରତି ସମ୍ମାନବୋଧ ଜାଗ୍ରତ କରିଥାଏ। ସ୍ମରଣଶକ୍ତି ମଧ୍ୟ ବଢ଼ାଇଥାଏ। ଉତ୍କଳ କରାଟେ ସ୍କୁଲ ଏପରି ଏକ ଅନୁଷ୍ଠାନ ଯାହାକି ଜଣେ ଖେଳାଳିକୁ ପ୍ରତିଷ୍ଠା ଅର୍ଜନ ପାଇଁ ସହାୟକ ହେବା ସହିତ ଭଲ ମଣିଷ ହେବାପାଇଁ ବାଟ ଦେଖାଇଥାଏ। ଏଠାକୁ ଆସିବାପରେ ମୁଁ ଅନେକ କିଛି ଜାଣିବାକୁ ପାଇଛି, ଯାହାକି ମୋତେ ଆଗାମୀ ଦିନରେ ବହୁ ଉପାଦେୟ ହୋଇପାରିବ।“
କୃଷ୍ଣଙ୍କ ବାପା ୨୦୨୧ରେ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ତେଣୁ ପରିବାର ପ୍ରତିପୋଷଣ ଏବେ ଭାଇ ଭଗବାନ ଏବଂ ତାଙ୍କ ଉପରେ। ବଡ଼ଭାଇ ଅଟୋ ଚଲାଇ ଯାହା କିଛି ରୋଜଗାର କରୁଥିବାବେଳେ କୃଷ୍ଣ ନିଜେ କରାଟେ ଶିଖିବା ସହ ପ୍ରଶିକ୍ଷଣ ମଧ୍ୟ ଦେଇ ଉପାର୍ଜନ କରୁଥିବା ଅର୍ଥରୁ ପରିବାର ଚଳାଉଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ କରାଟେ ହିଁ ତାଙ୍କୁ ବଞ୍ଚତ୍ବାର ବାଟ ଦେଖାଇଛି ବୋଲି କୃଷ୍ଣ ଭାବାବେଗର ସହ କହିଛନ୍ତି। ସେ ସମ୍ପ୍ରତି ଓଏମ୍‌ସି, ପାତ୍ରପଡ଼ାର ରଶ୍ମିବିହାର କମ୍ୟୁନିଟି ହଲ୍‌ ଏବଂ ଉତ୍କଳ କରାଟେ ସ୍କୁଲରେ ସାମୟିକ ପ୍ରଶିକ୍ଷଣ ଦେଉଛନ୍ତି। ସେଥିରୁ ଉପାର୍ଜିତ ଅର୍ଥ ଘର ଖର୍ଚ୍ଚରେ ନିୟୋଜିତ ହେଉଛି। ସବୁଠାରୁ ବଡ଼ କଥା ହେଲା କୃଷ୍ଣଙ୍କଠାରୁ ଟ୍ରେନିଂ ନେଇ ପିଲାମାନେ ରାଜ୍ୟ ଏବଂ ଜାତୀୟ ସ୍ତରରେ ସଫଳତା ପାଇବା ଆରମ୍ଭ କରିଛନ୍ତି। ସମୟ ବାହାରକରି ଟ୍ରେନିଂ ନେବା ସହିତ ପ୍ରଶିକ୍ଷଣ ଦେଉଛନ୍ତି। ଏହା ତାଙ୍କୁ ଖୁସି ଦେଉଛି ବୋଲି ସେ କହିଛନ୍ତି।
କୃଷ୍ଣଙ୍କ ଦୃଷ୍ଟିରେ କରାଟେକୁ କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନେ ପ୍ରଥମେ ଶୃଙ୍ଖଳା ଜ୍ଞାନ ଶିଖିବା ଆବଶ୍ୟକ। ଏହା ବ୍ୟତୀତ ଖେଳରେ ଇଚ୍ଛା ରଖିବା ନିହାତି ଆବଶ୍ୟକ। ଇଚ୍ଛା ନ ଥିଲେ ଜଣକୁ ଯେତେ ପ୍ରଶିକ୍ଷଣ ଦେଲେ ମଧ୍ୟ ସେ କେବେ ଆଗକୁ ବଢ଼ିପାରିବ ନାହିଁ। ନିଜର ସଫଳତାର ଶ୍ରେୟ କୃଷ୍ଣ ଉତ୍କଳ କରାଟେ ସ୍କୁଲ ଓ ପ୍ରଶିକ୍ଷକ ହରିପ୍ରସାଦ ପଟ୍ଟନାୟକଙ୍କୁ ଦେଇଛନ୍ତି। କରାଟେ ତାଙ୍କୁ ଜଣେ ଭଲ ମଣିଷଭାବେ ଗଢ଼ି ତୋଳିବା ସହ ଆଗାମୀ ଦିନରେ ସମ୍ମାନର ସହ ବଞ୍ଚତ୍ବା ପାଇଁ ବାଟ ଦେଖାଇଛି ବୋଲି ପ୍ରକାଶ କରିଛନ୍ତି।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri