କଥକରେ କୃଷ୍ଣରାସ, ଓଡ଼ିଶୀରେ ଚକ୍ରବୂ୍ୟହ

କୋଣାର୍କ,୫।୧୨(ଡି.ଏନ୍‌.ଏ.): ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଶୁକ୍ରବାର ଚତୁର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନା ସନ୍ଧ୍ୟା ସମୟକୁ ଚିତ୍ତାକର୍ଷକ କରିଥିଲା। ଏହାସହ ଚନ୍ଦ୍ରଭାଗାର ବେଳାଭୂମିରେ ହେଉଥିବା ବାଲୁକାକଳା ସଚେତନତାର ଭିନ୍ନ ବାର୍ତ୍ତା ଦେଇଥିଲା। ଉତ୍ସବର ପ୍ରଥମ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ପର୍ଯ୍ୟାୟରେ କଥକ ନୃତ୍ୟ ନେଇ ମଞ୍ଚ ପ୍ରବେଶ କରିଥିଲେ ରନନ୍‌ ଅନୁଷ୍ଠାନର ଶିଳ୍ପୀ। ପଦ୍ମଶ୍ରୀ ରାଣୀ କର୍ଣ୍ଣାଙ୍କ ସଂଯୋଜନାରେ ଶାସ୍ତ୍ରୀୟ କଥକ ନୃତ୍ୟର ମହାର୍ଘ ପରମ୍ପରା, ବିବିଧତା ଓ ପ୍ରାଚୁର୍ଯ୍ୟର ଗାଥାକୁ ତୋଳି ଧରିଥିଲା ଅଭିନୟ ବୈଚିତ୍ର୍ୟ। ପ୍ରଥମ ଅର୍ଘ ରାସରେ ରାଧା-କୃଷ୍ଣଙ୍କ ମିଳନର ଅବତାରଣା ହୋଇଥିବାବେଳେ ଦ୍ୱିତୀୟ ପ୍ରସ୍ତୁତିରେ ୧୧ମାତ୍ରା ଯୁକ୍ତ ରୁଦ୍ରତାଲ ୧୬ ମାତ୍ରା ଯୁକ୍ତ ତିନ୍‌ ତାଲ ଆଧାରରେ ଶ୍ରୀକୃଷ୍ଣଙ୍କ ଚକ୍ରଧାରଣ ସ୍ବରୂପକୁ ମଞ୍ଚସ୍ଥ କରିଥିଲେ ଶିଳ୍ପୀ। ବିକ୍ରମ ଆୟେଙ୍ଗର, ଦେବଶ୍ରୀ ଭଟ୍ଟାଚାର୍ଯ୍ୟଙ୍କ ସହ ରନନ୍‌ର ଶିଳ୍ପୀସମୂହଙ୍କ ଅନ୍ତିମ ପ୍ରସ୍ତୁତିରେ ସୂର୍ଯ୍ୟଙ୍କ ଆବାହନୀ ଦିବାକର ମଞ୍ଚସ୍ଥ ହୋଇଥିଲା। ଦ୍ୱିତୀୟ ଚରଣରେ ଓଡ଼ିଶୀକୁ ନେଇ ଆସିଥିଲେ ରୁଦ୍ରାକ୍ଷ ଫାଉଣ୍ଡେଶନର ଶିଳ୍ପୀଗଣ। ଗୁରୁ ବିଚିତ୍ରାନନ୍ଦ ସ୍ବାଇଁଙ୍କ ନୃତ୍ୟ ସଂଯୋଜନାରେ ପ୍ରସ୍ତୁତ ହୋଇଥିଲା କୃଷ୍ଣ ଓ କାଳୀଙ୍କ ଅଭେଦତ୍ବ ଆଧାରିତ କୃଷ୍ଣକାଳୀ। ଗୁରୁ ରାମହରି ଦାସଙ୍କ ସଙ୍ଗୀତ ସଂଯୋଜନା ଓ ଗୁରୁ ଧନେଶ୍ୱର ସ୍ବାଇଁଙ୍କ ତାଳବାଦ୍ୟ ରଚନାକୁ ନେଇ ଏହା ହୋଇଥିଲା ସଜ୍ଜିତ। ପରେ ରୁଦ୍ରାକ୍ଷ ଫାଉଣ୍ଡେଶନ ପ୍ରସ୍ତୁତିରେ ମହାଭାରତର ଚକ୍ରବୂ୍ୟହ ପ୍ରସଙ୍ଗର ଅବତାରଣା ବୀର ରସ ଓ କରୁଣ ରସର ମିଶ୍ରଭାବକୁ ତୋଳି ଧରିଥିଲା। ଗୁରୁ ସଦାଶିବ ପ୍ରଧାନଙ୍କ ଆଲେଖ୍ୟକୁ ନେଇ ଶିଳ୍ପୀମାନଙ୍କ ଅଭିନୟ ଏକ ଆବେଗମୟ ଅନୁଭବ ଦେଇଥିଲା। ସନ୍ଧ୍ୟାର ଅତିଥିଭାବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ କୁମାର ତ୍ରିପାଠୀ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ବିଭାଗର ଯୁଗ୍ମ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକଙ୍କ ସହ ଡ. ସଙ୍ଗୀତା ଗୋସାଇଁ ଓ ସଙ୍ଗୀତ ନାଟକ ଏକାଡେମୀ ସଚିବ
ପ୍ରବୋଧ କୁମାର ରଥ ସହଯୋଗ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ନୋଟ୍‌ ଦେଇ କିଣୁଥିଲେ ବାଇକ୍, ଧରିଲା ବରଗଡ଼ ପୋଲିସ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?