Posted inଖେଳ

୩୬୧ ମିନିଟ୍‌,୨୨୧ ବଲ୍‌…କିଛି ଏଭଳି ଖେଳି ପାକିସ୍ତାନ ବୋଲର୍‌ଙ୍କ ଝାଳ ବୁହାଇଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୮: କ୍ରିକେଟ ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଯୋଗ୍ୟତା ଥାଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିନାହାନ୍ତି। ବର୍ତ୍ତମାନର ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଅଧିନାୟକ କ୍ରେଗ ବ୍ରାଥଓ୍ବାଇଟ୍‌ ସେମାନଙ୍କ ମଧ୍ୟରୁ ଜଣେ। କିଙ୍ଗଷ୍ଟୋନର ସାବିନା ପାର୍କରେ ପାକିସ୍ତାନ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଏହି ଖେଳାଳି ପୁଣି ଥରେ ନିଜର କମାଲ ଦେଖାଇଛନ୍ତି। ଦୁର୍ଭାଗ୍ୟବଶତଃ ସେ ତାଙ୍କର ୧୦ମ ଟେଷ୍ଟ ଶତକ ମାରିବାରେ ବିଫଳ ହୋଇଥିେଲେ ହେଁ ତାଙ୍କ ଇନିଂସ ପାଇଁ ଦଳକୁ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲା।

ପ୍ରଥମ ଦିନ ପ୍ରଥମ ଇନିଂସରେ ପାକିସ୍ତାନ ଟିମ୍‌ ୨୧୭ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ପ୍ରଥମ ଦିନ ଖେଳ ଶେଷ ହେବା ବେଳକୁ ସେମାନେ ଓ୍ବେଷ୍ଟଇଣ୍ଡିଜ୍‌କୁ ୨ ରନ୍‌ ଦେଇ ୨ ଉଇକେଟ ନେଇଥିଲେ। ପ୍ରଥମେ ପିଚ ସେମାନଙ୍କ ବୋଲରଙ୍କ ପାଇଁ ଉପଯୁକ୍ତ ଏବଂ ଦ୍ୱିତୀୟ ଦିନରେ ସେମାନେ ସହଜରେ ଓ୍ବେଷ୍ଟଇଣ୍ଡିଜକୁ ଅଡ଼ୁଆରେ ପକାଇବେ ବୋଲି ପାକିସ୍ତାନ ଭାବିଥିଲା। ହେଲେ ତାହା ହୋଇ ନ ଥିଲା। କାରଣ ଦ୍ୱିତୀୟ ଦିନ ଶେଷରେ ଓ୍ବେଷ୍ଟଇଣ୍ଡିଜ ୨୫୧/୮ ସ୍କୋର କରିନେଇଥିଲା। ଫଳରେ ଦଳ ଦୁଇ ଉଇକେଟ ବାକି ଥାଇ ୩୪ ରନ୍‌ରେ ଅଗ୍ରଣୀ ମଧ୍ୟ ହୋଇଥିଲା।

ହାରୁଥିବା ବାଜି ଜିତିବା ପଛରେ ରହିଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ। ସେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଇନିଂସ ଖେଳି ନିଜ ଦଳକୁ ଅସୁବିଧାରୁ ବାହାର କରିଥିଲେ। କ୍ରେଗ୍‌ ୩୬୧ ମିନିଟ୍‌ ଯାଏ ବ୍ୟାଟିଂ କରିଥିଲେ। ଏହି ସମୟରେ ସେ ୨୨୧ ବଲ୍‌ରେ ୯୭ ରନ୍‌ ସଂଗ୍ରହ କରିଥିଲେ। ସେଥିରେ ୧୨ଟି ଚୌକା ଥିଲା। ଏଭଳି ଉଲ୍ଲେଖନୀୟ ବ୍ୟାଟିଂ ସତ୍ତ୍ୱେ ସେ ଶତକ କରିବାରୁ ବଞ୍ଚିତ ହୋଇଥିଲେ। ହେଲେ ତାଙ୍କ ଇନିଂସ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତାରେ ଘର କିଣିଲେ ଗାଙ୍ଗୁଲି, ଯାହାର ମୂଲ୍ୟ…

କୋଲକାତା,୨୧।୫: ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗର ସବୁଠାରୁ ଧନୀ ପରିବାର ମଧ୍ୟରୁ ଅନ୍ୟତମ । କୋଲକାତାର ସର୍ବଶ୍ରେଷ୍ଠ ଅଞ୍ଚଳରେ ଏକ ଘର...

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆବେଦନ ତାରିଖ ଘୁଞ୍ଚିବ

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ସଂକ୍ରମଣକୁ କିପରି ରୋକାଯାଇ ପାରିବ ଏବଂ ଏଥିରୁ...

କୋହଲିଙ୍କୁ ପଛରେ ପକାଇଲେ ଶ୍ରେୟାସ

ଧର୍ମଶାଳା,୨୮।୨: ଫୁଲ ଫର୍ମରେ ଥିବା ଶ୍ରେୟାସ ଆୟାର ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଏଭଳି...

ଏମ୍‌ଜିଏମ୍‌ ଓସିଏଲ୍‌ ଟି୨୦ ଲିଗ୍‌: ୬ ଦଳ ଅଂଶଗ୍ରହଣ କରିବେ, ଜାନୁୟାରୀ ୧୩ରେ ଫାଇନାଲ

ଭୁବନେଶ୍ୱର,୨୭।୧୨(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଏକ ଟି୨୦ ଲିଗ୍‌। ଏହାର ନାମ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ...

ଫ୍ରେଞ୍ଚ୍‌ ଓପନରୁ ଓହରିଲେ ଫେଡରର

ପ୍ୟାରିସ, ୭।୬-ତୃତୀୟ ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ସୁଇଜରଲାଣ୍ଡର ରୋଜର ଫେଡରର ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଆଣ୍ଠୁରେ ୨...

ଫାଇନାଲରେ ଲକ୍ଷ୍ୟ

ଲେଉଭେନ(ବେଲଜିୟମ),୧୪।୯(ପିଟି)- ଉଦୀୟମାନ ଭାରତୀୟ ଶଟଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ବେଲଜିୟମ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୮ ବର୍ଷୀୟ ଲକ୍ଷ୍ୟ ଡେନମାର୍କର...

ଭାରତ ୧୧୭ ରନ୍‌ରେ ଅଲଆଉଟ୍‌

ବିଶାଖାପାଟଣା,୧୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ୧୧୭...

ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌: ରାଜେଶ ଚାମ୍ପିୟନ

ଭୁବନେଶ୍ୱର, ୧୬।୫(କ୍ରୀଡ଼ା ପ୍ରତିନିଧି): ଚଣ୍ଡିଖୋଲସ୍ଥିତ ଗୁରୁକୁଳ ପବ୍ଲିକ୍‌ ସ୍କୁଲ ପରିସରରେ ଖଗେଶ୍ୱର ବେଉରିଆ ସ୍ମାରକୀ ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ ଗତ ୧୩ ଓ...

Advertisement
Archives

Model This Week