Categories: ଖେଳ

କୋଭିଡ୍‌-୧୯: ପାଣ୍ଠି ପାଇଁ ଆନନ୍ଦ ଖେଳିବେ ପ୍ରଦର୍ଶନୀ ମ୍ୟାଚ୍‌

ନୂଆଦିଲ୍ଲୀ,୧୨।୫(ପି.ଟି.): କୋଭିଡ୍‌-୧୯ ଲଢେଇରେ ସାମିଲ ହେବାକୁ ଯାଉଛନ୍ତି ଭାରତୀୟ ଗ୍ରାଣ୍ଡ ମାଷ୍ଟର ତଥା ୫ଥର ବିଶ୍ୱଚାମ୍ପିୟନଶିପ୍‌ ହାସଲ କରିଥିବା ବିଶ୍ୱନାଥନ ଆନନ୍ଦ। କୋଭିଡ୍‌ ରିଲିଫ ଫଣ୍ଡ ପାଇଁ ସେ ପାଣ୍ଠି ସଂଗ୍ରହ କରିବେ। ଏଥିପାଇଁ ସେ ଓ ଅନ୍ୟ ୪ ଗ୍ରାଣ୍ଡମାଷ୍ଟର ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ। ଏହି ପ୍ରଦର୍ଶନୀ ମ୍ୟାଚ୍‌ ଗୁରୁବାର ଆୟୋଜନ ହେବ। ଅଂଶଗ୍ରହଣକାରୀ ଖେଳାଳିମାନେ ରେଜିଷ୍ଟ୍ରେଶନ ଫି’ ବାବଦରେ ୨୫ ଆମେରିକୀୟ ଡଲାର ପ୍ରଦାନ କରିବେ। ଚେସ୍‌.କମ୍‌ରେ ଏହି ମ୍ୟାଚ୍‌ର ସିଧା ପ୍ରସାରଣ ହେବ ଓ ଏହି ଅବସରରେ ଡୋନେଶନ ଗ୍ରହଣ କରାଯାଇପାରିବ। ଏହି ମ୍ୟାଚ୍‌ରୁ ପାଖାପାଖି ୧୦,୦୦୦ ଆମେରିକୀୟ ଡଲାର ସଂଗ୍ରହ ହୋଇପାରିବ। ଆନନ୍ଦଙ୍କ ବ୍ୟତୀତ କୋନେରୁ ହମ୍ପି, ଦ୍ରୋଣାଭାଲି ହାରିକା, ନିହାଲ ସରିନ ଓ ପ୍ରଜ୍ଞାନନ୍ଦ ରମେଶବାବୁଙ୍କ ଭଳି ଗ୍ରାଣ୍ଡମାଷ୍ଟର ଏଥିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Share