ଜିଲାପାଳ ଗସ୍ତର ୫ ଦିନ ପରେ ପୁଣି ତେଜିଲା କୋଟିଆ ସୀମା ବିବାଦ

ପଟ୍ଟାଙ୍ଗି,୨୧।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ଜିଲାପାଳ ଭି.ର୍କିତ୍ତୀ ୱାସନ ଅଚାନକ ଗସ୍ତ କରି ବିଭିନ୍ନ ସରକରୀ କାର୍ଯ୍ୟକ୍ରମର ତଦାରାଖ କରିଥିଲେ। ଗସ୍ତର ୫ ଦିନ ପରେ ପୁଣି କୋଟିଆ ସୀମା ବିବାଦ ଦେଖାଦେଇଛି। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ କୋଟିଆ ଅଞ୍ଚଳର ବିବାଦିତ ଗ୍ରାମଗୁଡ଼ିକର ସମସ୍ୟାର ସମାଧାନ ପାଇଁ ସୀମାନ୍ତବାସୀଙ୍କୁ ଏକାଠି କରି ପଡୋଶୀ ଆନ୍ଧ୍ରର ଆଦିବାସୀ ଗିରିଜନ ସଂଘ ପକ୍ଷରୁ ଶନିବାର ଏକ ପଦଯାତ୍ରା କରାଯାଇଛି।

ପଦଯାତ୍ରା ଉପର ଶେମ୍ବି ଗ୍ରାମରୁ ଆରମ୍ଭ ହୋଇ ଉପର କୋଟିଆ, ତଳ କୋଟିଆ, ମାଡାକାର, ବର୍ଣ୍ଣପାଡୁ, ପଗୁଣ ସିନେରି  ଓ ଫାଟ୍ଟୁସିନେରି ଭଳି ବିବାଦିତ ଗ୍ରାମରେ ପହଞ୍ଚିଛି। ଆଦିବାସୀ ସଂଘର ମଣ୍ଡଳ କାର୍ଯ୍ୟଦର୍ଶୀ ଗେମ୍ମେଲ ଜାନକିରାଓ କହିଛନ୍ତି ଯେ, ଦଶକ ଧରି ଏହି ସୀମା ବିବାଦ ଲାଗି ରହିଥିବାରୁ ଉଭୟ ରାଜ୍ୟର ଗିରିଜନମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଓଡ଼ିଶା ସରକାର ଅଞ୍ଚଳରେ ଗିରିଜନଙ୍କ ଜମି ଅଧିଗ୍ରହଣ କରିବାକୁ ଚେଷ୍ଟା କରୁଥିବା ବେଳେ, ଆନ୍ଧ୍ରପ୍ରଦେଶ ସରକାର ପ୍ରତିଷେଧାତ୍ମକ ପଦକ୍ଷେପ ନେଉ ନାହାଁନ୍ତି। ଏହି ଅବହେଳାକୁ ନେଇ ଗିରିଜନ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଅଞ୍ଚଳ ଏକ ସ୍କେଡୁଲ ଏରିଆ ହୋଇଥିବାରୁ ସ୍ଥାନୀୟ ଆଦିବାସୀଙ୍କୁ ସମସ୍ତ ଅଧିକାର ପ୍ରଦାନ କରାଯିବା ଉଚିତ। ମାତ୍ର ଓଡ଼ିଶା ସରକାର ଏହାକୁ ଅଣଦେଖା କରି ଗିରିଜନଙ୍କ ଜମି ଦଖଲ କରିବାର ଚେଷ୍ଟା କରୁଛନ୍ତି ବୋଲି ଆଦିବାସୀ ନେତାମାନେ ଅଭିଯୋଗ କରିଛନ୍ତି।

ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନାର ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି। ପ୍ରଜା ସଂଘର ନେତା ଏନ୍‌.ବାଇ. ନାୟୁଡୁ, କୋରାଡ଼ା ଈଶ୍ୱର ରାଓ ଓ ମର୍ରି ଶ୍ରୀନିବାସ ରାଓ ଆଦି ପଦଯାତ୍ରାରେ ଯୋଗଦେଇ ସୀମା ବିବାଦର ତୁରନ୍ତ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଆଦିବାସୀ ନେତାମାନେ କହିଛନ୍ତି ଯେ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ବିବାଦ ପ୍ରତି ନିଷ୍ପତ୍ତିହୀନତା ପ୍ରଦର୍ଶନ କରିଛନ୍ତି। ଗିରିଜନଙ୍କୁ କେବଳ ରାଜନୈତିକ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି। ଅଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ସେମାନେ କହିଛନ୍ତି ।

ପଦଯାତ୍ରାରେ ଆଦିବାସୀ ଗିରିଜନ ସଂଘର ମଣ୍ଡଳ କମିଟି ନେତା ତାଡ଼ଙ୍ଗି ସନ୍ନମୁ, କୋମ୍ମୁଲୁ ବୀମା, ରଞ୍ଜିତ ସୀତୟ୍ୟ ଆଦି ଅନେକ ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନେ ସରକାରଙ୍କୁ ଚେତାବନୀ ଦେଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି କହିଛନ୍ତି। ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର…

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?