Posted inଖେଳ

କୋରୋ ସିଂ ଭାରତର ଅଧିନାୟକ

ଖାଓ ୟାଇ (ଥାଇଲାଣ୍ଡ), ୧୪ା୬(ପି.ଟି.): ପ୍ରତିଭାବାନ ମିଡ୍‌ଫିଲ୍ଡର କୋରୋ ସିଂଙ୍କୁ ଏଏଫ୍‌ସି ଏସିଆନ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ନିକଟ ଅତୀତରେ ୟୁରୋପ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ୧୬ ବର୍ଷୀୟ କୋରୋଙ୍କୁ ମଙ୍ଗଳବାର ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ସ୍ପେନ୍‌ ଓ ଜର୍ମାନୀ ଗସ୍ତ ସମୟରେ ଆଟଲେଟିକୋ ଡେ ମାଡ୍ରିଡ୍‌, ରିୟଲ ମାଡ୍ରିଡ, ଭିଏଫ୍‌ବି ଷ୍ଟୁଟଗାର୍ଟ ଓ ଏଫ୍‌ସି ଅଗସବର୍ଗ ଭଳି ଦଳ ବିପକ୍ଷରେ ସେ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ୧୦ ଅଭ୍ୟାସ ମ୍ୟାଚରେ ସେ ୩ଟି ଗୋଲ ସ୍କୋର କରିବା ସହିତ ୫ଟି ଆସିଷ୍ଟ କରିଥିଲେ। ଏହା ପରେ ଥାଇଲାଣ୍ଡରେ ପହଞ୍ଚିବା ପରେ ଦଳ ଖେଳିଥିବା ଦୁଇଟି ଅଭ୍ୟାସ ମ୍ୟାଚରେ ସେ ଗୋଟିଏ ଲେଖାଏ ଗୋଲ ଓ ଆସିଷ୍ଟ କରିଥିଲେ। ଏଏଫ୍‌ସି ଏସିଆନ୍‌ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତର ନେତୃତ୍ୱ ନେବା ନିଶ୍ଚିତ ଭାବରେ ଏକ ବୃହତ୍‌ ଉପଲବ୍ଧି। ତେବେ କୋରୋଙ୍କ ନିକଟରେ ଭାରତୀୟ ଦଳର ନେତୃତ୍ୱ ନେବାର ଦକ୍ଷତା ରହିଛି ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍‌ ବିବିଆନୋ ଫର୍ନାଣ୍ଡେସ୍‌।
ଭାରତୀୟ ଦଳ ବର୍ତ୍ତମାନ ଥାଇଲାଣ୍ଡର ଖାଓ ୟାଇ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅଭ୍ୟାସ କରୁଛି। ଜୁନ୍‌ ୧୪ ତାରିଖରେ ଦଳ ବ୍ୟାଙ୍କକ୍‌ ଅଭିମୁଖେ ଯାତ୍ରା କରିବ। ଏଏଫ୍‌ସି ଏସିଆନ୍‌ରେ ଭାରତ ଗ୍ରୁପ୍‌ ଡି’ରେ ଭିଏଟ୍‌ନାମ, ଉଜବେକିସ୍ତାନ ଓ ଜାପାନ ସହିତ ସ୍ଥାନ ପାଇଛି। ଜୁନ୍‌ ୧୭ରେ ଭିଏଟ୍‌ନାମ, ଜୁନ୍‌ ୨୦ରେ ଉଜ୍‌ବେକିସ୍ତାନ ଓ ଜୁନ୍‌ ୨୩ରେ ଜାପାନ ବିପକ୍ଷରେ ଭାରତ ଏହାର ମ୍ୟାଚ୍‌ ଖେଳିବ।
ସାଫ୍‌ ଓ ଏଏଫ୍‌ସି ଯୋଗ୍ୟତାପର୍ଯ୍ୟାୟ ଟୁର୍ନାମେଣ୍ଟରେ ବନଲାଲପେକା ଗୁଇଟେଙ୍କୁ ଦଳର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ଦେଢ ବର୍ଷ ମଧ୍ୟରେ ନିୟମିତ ଭାବରେ ଅଧିନାୟକ ପରିବର୍ତ୍ତନ କରାଯାଉଛି ବୋଲି କହିଛନ୍ତି ବିବିଆନୋ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri