କୋରାପୁଟ୍‌ କଫି କାଫେ ଉଦ୍‌ଘାଟିତ

ଭୁବନେଶ୍ୱର(ବ୍ୟୁରୋ)/ କୋରାପୁଟ (ସ୍ବ.ପ୍ର.), ୨।୧୦: ଅନ୍ତର୍ଜାତୀୟ କଫି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ‘କୋରାପୁଟ କଫି କାଫେ’ର ଉଦ୍‌ଘାଟନ କରିବା ସହ www.koraputcoffee.org ନାମକ ଏକ ଇ-କମର୍ସ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରିଛନ୍ତି। ଏହିଭଳି ଅନେକ କଫି କାଫେ ଭାରତର ଅନ୍ୟ ସ୍ଥାନରେ ଆରମ୍ଭ କରି କୋରାପୁଟ କଫିକୁ ଏକ ବ୍ରାଣ୍ଡ୍‌ରେ ରୂପାନ୍ତରିତ କରିବାର ଯୋଜନା ରହିଛି, ଯାହା କଫି ଚାଷୀମାନଙ୍କ ଜୀବନ ମାନରେ ଉନ୍ନତି ଆଣିପାରିବ।
କୋରାପୁଟ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେଉଥିବା କଫି ଚାଷ ପଛୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ୍‌ ଉପରେ ଅବସ୍ଥିତ କୋରାପୁଟ ଜିଲାର ଶୀତଳ ଜଳବାୟୁ ସାଙ୍ଗକୁ ପର୍ଯ୍ୟାପ୍ତ ବୃଷ୍ଟିପାତ କଫିଚାଷ ପାଇଁ ଅନୁକୂଳ। ଏହି ଦେଶଜ କଫି ଶତପ୍ରତିଶତ ଆରବିକା କଫି ଅଟେ, ଯାହା ନିକଟ ଭବିଷ୍ୟତରେ ବଜାରରେ ଉପଲବ୍ଧ ଥିବା ସ୍ବତନ୍ତ୍ର କଫି ସହ ପ୍ରତିଦ୍ବନ୍ଦ୍ୱିତା କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତ୍ର ୨ବର୍ଷରେ କୋରାପୁଟ କଫି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଏହାକୁ ସୁଦୂରପ୍ରସାରୀ କରିବା ପାଇଁ ଓଡ଼ିଶା ଆଦିବାସୀ ବିକାଶ ସମବାୟ ସମିତି ପକ୍ଷରୁ ବିଭିନ୍ନ ପରିକଳ୍ପନା ସହ କୋରାପୁଟ କଫି ବିକାଶ ଟ୍ରଷ୍ଟ ନୂଆ ଓ ପୁରୁଣା ମିଶାଇ ୩୦୦ ହେକ୍ଟର ପରିମିତ ଜାଗାରେ କଫି ଚାଷକୁ ତ୍ୱରାନ୍ବିିତ କରିଛି।
ଆଦିବାସୀ ବିକାଶ ସମବାୟ ସମିତି ଲିଃ (ଟିଡିକଲ)ର ପରିଚାଳନା ନିର୍ଦ୍ଦେଶକ ମାନସୀ ନିମ୍ଭାଲ ୨୦୧୯ରୁ ଆରମ୍ଭ ହୋଇଥିବା ଏହି ଯୋଜନା ସହ ଜଡ଼ିତ ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଟାଇଗର ବ୍ରାଇଟ୍‌ ନାମକ ନୂତନ ଉତ୍ପାଦର
ବହୁଳ କ୍ରୟ ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ଆଦିବାସୀ କୃଷକଙ୍କୁ ପ୍ରତିଯୋଗିତାମୂଳକ ଅର୍ଥରାଶି ପ୍ରଦାନ ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି। ନିକଟରେ ଟାଟା କଫି କୋରାପୁଟରେ ଉତ୍ପାଦିତ ଘରୋଇ କଫିକୁ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ମାର୍କେଟିଂ କରିବା ପାଇଁ ଉତ୍ସାହ ଯୋଗାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ସମୁଦ୍ରକୂଳରେ ନୀଳାଦ୍ରି ବିଚ୍‌କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏବଂ ଏସ୍‌ସି,ଏସ୍‌ଟି ଉନ୍ନୟନ ବିଭାଗ ସଚିବ ରଞ୍ଜନା ଚୋପ୍ରା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri