ଗଲଓ୍ବାନରେ ନିହତ ସୈନ୍ୟଙ୍କ ଭିଡିଓ ଶେୟାର କଲା ଚାଇନା

ବେଜିଂ,୨।୧୦: ୨୦୨୦ ଜୁନ୍‌ ୧୫ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ବେଜିଂ କହୁଛି। ଗୁରୁବାର ଶହୀଦ ଦିବସ ପାଳନ ଅବସରରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପକ୍ଷରୁ ଚାଇନା ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଛି। ଲଦାଖରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦୁଇଦେଶର ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ର ସୁରକ୍ଷା ଦାୟିତ୍ୱରେ ଥିବା ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ଗଲଓ୍ବାନ ଉପତ୍ୟକାରେ ପ୍ରାଣ ହରାଇଥିବା ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଏହାକୁ ଶେୟାର କରିଛି। ଶତାଧିକ ପିଏଲ୍‌ଏ ସୈନ୍ୟ ସ୍ଲୋଗାନ ଦେଇ ଭାରତୀୟ ଯବାନଙ୍କ ସହ ଲଢ଼େଇ କରୁଥିବା ଏଥିରେ ଦେଖିବାକୁ ମିଳିଛି। ପିଏଲ୍‌ଏ ଅଧିକାରୀମାନେ ସଂଘର୍ଷସ୍ଥଳକୁ ଯାଇ ନିହତ ସୈନ୍ୟଙ୍କୁ ସ୍ମରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ପାଇଲଟ୍‌ଙ୍କୁ ହୃଦ୍‌ଘାତ, ତା’ ପରେ …

ନୂଆଦିଲ୍ଲୀ, ୨୮।୮: ଓମାନର ରାଜଧାନୀ ମସ୍କାଟରୁ ଶୁକ୍ରବାର ୧୨୬ ଯାତ୍ରୀଙ୍କୁ ଧରି ବାଂଲାଦେଶ ରାଜଧାନୀ ଢାକା ଯାଉଥିଲା ବିଜି-୨୨ ବିମାନ। ମଝି ଆକାଶରେ ଏହି ବିମାନର...

ଦଶହରାରେ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଇମ୍ରାନ୍‌ଙ୍କ ମନ୍ତ୍ରୀ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇସଲାମାବାଦ,୮।୧୦: ଦଶହରା ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ମନ୍ତ୍ରୀ ଫଓ୍ବାଦ୍‌ ଚୌଧୁରୀ ଭାରତବାସୀଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ...

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ କଡ଼ା ପଦକ୍ଷେପ: ସମ୍ପତ୍ତି ତଥ୍ୟ ନ ଦେବାରୁ ୨୭୧ ସାଂସଦ-ବିଧାୟକ ନିଲମ୍ବିତ…

ଇସଲାମାବାଦ,୧୭।୧ : ପାକିସ୍ତାନର ନିର୍ବାଚନ ଆୟୋଗ ସାଂସଦ ଓ ବିଧାୟକଙ୍କ ବିରୋଧରେ ସେମାନଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ଦାଖଲ ନ କରିବା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ...

ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା...

ଶ୍ରୀଲଙ୍କାରେ ସ୍କୁଲ ବନ୍ଦ, କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ

କଲମ୍ବୋ,୨୮।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ପେଟ୍ରୋଲ, ଡିଜେଲର ଘୋର ଅଭାବ ଦେଖାଦେଇଛି। ଏନେଇ ଶ୍ରୀଲଙ୍କା ସରକାର ସ୍କୁଲ ବନ୍ଦ ଘୋଷଣା...

ଭାରତର କୋଭିଡ୍‌ ଭାକ୍ସିନକୁ ମିଳୁଛି ବିଶ୍ୱ ସ୍ତରରେ ପ୍ରଶଂସା; ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ,୨୪।୧: କୋଭିଡ୍‌ -୧୯ ବିରୋଧରେ ଭାରତର ଭାରତର ଆଭିମୁଖ୍ୟକୁ ବିଶ୍ୱ ସ୍ତରରେ ମିଳୁଛି ପ୍ରଶଂସା। ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ସିରିଆରେ ରକେଟ ମାଡ଼, ଆମେରିକା ସୈନ୍ୟ ଆହତ…

ଓ୍ବାଶିଂଟନ, ୨୫।୮ : ସିରିଆରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଦୁଇଟି ରକେଟ ମାଡ଼ରେ ତିନି ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି। ଆମେରିକାର...

ସୀମାରେ ମୋବାଇଲ ସେବା ବନ୍ଦକଲା ବାଂଲାଦେଶ

ଢ଼ାକା,୧ା୧: ଭାରତୀୟ ସୀମାକୁ ଲାଗି ୧ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ମୋବାଇଲ ସେବାକୁ ବାଂଲାଦେଶ ସରକାର ବନ୍ଦ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ...

Advertisement
Archives

Model This Week