Categories: ଖେଳ

କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ

ନଟିଂହାମ୍‌(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍‌ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ ଶୁଆଇଙ୍କୁ ୬-୨, ୬-୧ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ଗ୍ରାସ୍‌କୋର୍ଟ ଏବଂ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ। ୩୦ ବର୍ଷୀୟା କୋଣ୍ଟା ପୂର୍ବରୁ ୨୦୧୭ ଓ ୨୦୧୮ ନଟିଂହାମ୍‌ ଟେନିସ ସେଣ୍ଟରଠାରେ ତାଙ୍କ ଫାଇନାଲ ମ୍ୟାଚରେ ପରାଜିତ ହୋଇଥିଲେ। ସେ ୪ବର୍ଷ ପରେ ଏକ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। କୋଣ୍ଟା ପୂର୍ବରୁ ୨୦୧୭ ଏପ୍ରିଲରେ ମୟାମି ଓପନ ଟାଇଟଲ ଜିତିଥିଲେ।

Share