କୋଣାର୍କର ଐତିହ୍ୟପୂର୍ଣ୍ଣ ଦ୍ୱାଦଶ ନାମ

ଗୋଟିଏ ଉଦାହରଣରୁ ଆମେ ଜାଣିଲେ ଶ୍ରୀପଦ୍ମକେଶର ମନ୍ଦିରର ଶିଳ୍ପ ବୈଭବକୁ ଦେଖି ୟୁରୋପ ପଣ୍ଡିତଙ୍କର ଡ. ରାଜଗୁରୁଙ୍କୁ ପଚାରିଥିବା ଶଙ୍କା। ଏମିତି ବହୁ ଉଦାହରଣ ମିଳିବ। ଆମର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଦେଖିବା ପରେ ଆମେ ୟାଙ୍କୁ ଗଢ଼ିଛୁ କି ନାହିଁ, ଯେଉଁମାନଙ୍କର ସନ୍ଦେହ ସୃଷ୍ଟି ହେଉଥିଲା, ସେମାନେ ଆମର ବିଜ୍ଞାନଭିତ୍ତିକ ଉପାସନାଧାରାର ରହସ୍ୟ ବା ଜାଣିବେ କେମିତି!
ସେଥିପାଇଁ ତୀର୍ଥ ଏବଂ ଉପାସନାର ସାମାନ୍ୟ ପରିଚୟରୁ ଆମେ ଆଲୋଚନା ଆରମ୍ଭ କରୁଅଛୁ। କୋଣାର୍କରେ ନିର୍ମିତ ମନ୍ଦିରର ମୂଳସ୍ରୋତ ଶାସ୍ତ୍ରୀୟ। ସନାତନ ପରମ୍ପରାରେ କୁହାଯାଇଛି- ରଥସ୍ଥଂ ଭାସ୍କରଂ ଦୃଷ୍ଟ ୍ବା ପୁନର୍ଜନ୍ମ ନ ବିଦ୍ୟତେ। ରଥାରୂଢ଼ ସୂର୍ଯ୍ୟଙ୍କୁ ଦର୍ଶନ କଲେ ପୁଣି ଜନ୍ମ ହୁଏ ନାହିଁ। ଓଡ଼ିଆ ଜାତି ସୂର୍ଯ୍ୟରଥ ଆକାରରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କରିଥିଲା। ସୂର୍ଯ୍ୟ ଉପାସନା ପ୍ରାଚୀନ ଓଡ୍ର ରାଷ୍ଟ୍ରରେ ଶୀର୍ଷ ସ୍ତରରେ ଗ୍ରହଣ କରାଯାଇଥିଲା। ଶ୍ରୀବିଷ୍ଣୁଙ୍କୁ ପୂଜା କରିବା ପୂର୍ବରୁ ସୂର୍ଯ୍ୟପୂଜା ବହୁ ପ୍ରାଚୀନ କାଳରୁ କର୍ମକାଣ୍ଡ ବିଜ୍ଞାନରେ ଆମର ଗ୍ରହଣ କରାଯାଇଥିଲା। ଯେଉଁମାନେ ପୂର୍ବଜନ୍ମ ଓ ପରଜନ୍ମକୁ ବିଶ୍ୱାସ କରନ୍ତି ନାହିଁ, ମୁକ୍ତି କ’ଣ ଏବଂ ମୋକ୍ଷ କ’ଣ ଜାଣନ୍ତି ନାହିଁ; ସେମାନେ କାହୁଁ ଆମର ଉପାସନାର ରହସ୍ୟ ଭେଦ କରିବେ? ସେମାନେ କାହିଁ ବୁଝିବେ ଗୋଟିଏ ଉପାସନା କ୍ଷେତ୍ରର ୧୨ଟି ନାମ ଅଛି ଏବଂ ପ୍ରତ୍ୟେକ ନାମ ପଛରେ ଏକ ଏକ ଐତିହ୍ୟ ଅଛି ବୋଲି!
କୋଣାର୍କର ପ୍ରାଚୀନ ନାମ ସଂସ୍କୃତ ମହାଭାରତ ସମୟରେ ଥିଲା ବ୍ରହ୍ମବନ। ଶାମ୍ବ ପୁରାଣରେ ମୈତ୍ରବନ, କପିଳସଂହିତାରେ ମୈତ୍ରେୟ ବନ ଏବଂ ରବିକ୍ଷେତ୍ର। ଜ୍ୟୋତିଷ ଗ୍ରନ୍ଥରେ କୋଣାଦିତ୍ୟ। ଶିବପୁରାଣ ଓ ସ୍କନ୍ଦପୁରାଣରେ ସୂର୍ଯ୍ୟକ୍ଷେତ୍ର, ପଦ୍ମପୁରାଣରେ ଅର୍କକ୍ଷେତ୍ର। ସଂସ୍କୃତ ବ୍ରହ୍ମପୁରାଣରେ ମଧ୍ୟ କୋଣାଦିତ୍ୟ ନାମ ସ୍ଥାନ ପାଇଛି-
ଲବଣସ୍ୟୋଦଧିତୀରେ ପବିତ୍ର ସୁମନୋହରେ।
ସର୍ବତ୍ର ବାଲୁକାକୀର୍ଣ୍ଣ ଦେଶେ ସର୍ବ ଗୁଣାନ୍ବିତେ॥
ଆସ୍ତେ ଯତ୍ର ସ୍ବୟଂ ଦେବ ସହସ୍ରାଂଶୁର୍ଦିବାକରଃ।
କୋଣାଦିତ୍ୟ ଇତି ଖ୍ୟାତୋ ଭୁକ୍ତି-ମୁକ୍ତି-ଫଳପ୍ରଦଃ॥
ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ ଅନୁଯାୟୀ କୋଣାର୍କ ପରିଚିତ ଥିଲା ପଦ୍ମକ୍ଷେତ୍ର ନାମରେ। ସାରଳା ଦାସଙ୍କ ମହାଭାରତ ରଚନା ପରେ ଏହି କ୍ଷେତ୍ର ଅର୍କତୀର୍ଥ ଭାବରେ ପ୍ରସିଦ୍ଧ ହୋଇଥିଲା। ପ୍ରଥମ ଶତକରେ ଗ୍ରୀକ୍‌ ଲେଖକ ଟଲେମୀ ଏହାକୁ କୋନ୍ନାଗର ଶବ୍ଦରେ ଚିହ୍ନିତ କରିଥିଲେ।
ଜୈମିନୀୟ ଗୁହ୍ୟସୂତ୍ର ପୁସ୍ତକରେ ବର୍ଣ୍ଣନା କରାଯାଇଛି, ସୂର୍ଯ୍ୟଙ୍କ ଜନ୍ମ (ଓଡ଼ିଶାର) ଦକ୍ଷିଣ-ପୂର୍ବ କୋଣରେ। ଗ୍ରହଯାଗ ପଦ୍ଧତିରେ କୁହାଗଲା, ସୂର୍ଯ୍ୟଙ୍କର ଜନ୍ମଭୂମି କଳିଙ୍ଗ ଦେଶ। ପ୍ରାଚୀ ମାହାତ୍ମ୍ୟରେ କୁହାଗଲା ସଂଗମତୀର୍ଥ।]
xxxx xxx
ସଙ୍ଗମ ତୀର୍ଥେ ସ୍ନାନ କଲେ, ପତ୍ନୀ ସଂଯୋଗ ତେଣୁ ହେଲେ
ଯେ ସ୍ନାନ ସେଠାରେ କରନ୍ତି, ବାଂଛିତ ଫଳ ସେ ଲଭନ୍ତି।
ପ୍ରାଚୀ ମାହାତ୍ମ୍ୟର ୭ମ ଅଧ୍ୟାୟରେ ରବି ଏବଂ ଛାୟାଙ୍କ ପ୍ରସଙ୍ଗ ରହିଛି। ଛାୟା ବାପଘରେ ରହିବାରୁ ପତ୍ନୀଙ୍କ ବିଚ୍ଛେଦରେ ସଂଗମ ତୀର୍ଥରେ ସ୍ନାନ କରି ପତ୍ନୀଙ୍କୁ ପୁନଃ ଲାଭ କରିଥିଲେ।
ଶିଳ୍ପଶାସ୍ତ୍ରରେ ଶ୍ରୀପଦ୍ମକେଶର ମନ୍ଦିରକୁ କୁହାଯାଉଥିଲା- ମହାପ୍ରଶସ୍ତ ପଞ୍ଚରଥ ପ୍ରାସାଦ। ଶ୍ରୀମନ୍ଦିରର ନାମ ଆମେ ଜାଣିଛେ ଯେ, ଶ୍ରୀବତ୍ସ ଖଣ୍ଡଶାଳ କୁହାଯାଉଥିଲା। ଆଉ ସୂର୍ଯ୍ୟଙ୍କ ମନ୍ଦିରକୁ କୁହାଯାଉଥିଲା- ଶ୍ରୀସୂର୍ଯ୍ୟବଲ୍ଲଭ ପ୍ରାସାଦ। ଏହି ପ୍ରାସାଦ ନିର୍ମିତ ହୋଇଥିଲା ଚିତ୍ରୋତ୍ପଳା ନଦୀର ପଦ୍ମତୋଳା ଗଣ୍ଡରେ। ପଦ୍ମତୋଳା ଗଣ୍ଡ ପୋତା ହେବାରୁ ନିମ୍ନ ଭାଗ ମଧ୍ୟ ପୋତି ହୋଇଗଲା। ନିମ୍ନଭାଗ ‘ଚନ୍ଦ୍ରଭାଗା’ ତୀର୍ଥ ଥିଲା।
ଇତିହାସରୁ ଜଣାଯାଏ, ପ୍ରାଚୀ ନଦୀର ପୂର୍ବେ ଆଠଟି ଶାଖାନଦୀ ଥିଲା। ସେଗୁଡ଼ିକ ହେଲା- ସାଇଲୋ ଜୋଡ଼, ଚନ୍ଦ୍ରମୌଳି, ଚିତ୍ରୋତ୍ପଳା, କନ୍ଦଳ ନଦୀ, ବଳଦୀଧାର, ଜିଉଁନ୍ତି ନଦୀ, କାଲୁଆଯୋଡ଼ ଓ ପୋତାନଦୀ। ବର୍ତ୍ତମାନ ପ୍ରାୟ ନଦୀ ପୋତି ହୋଇ ଆସିଲାଣି। ଏଗୁଡ଼ିକ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଆମର ସ୍ପଷ୍ଟ। ମନ୍ଦିର ନିର୍ମାଣ ସମୟରେ ପଥରଠାରୁ କାଦୁଅ ଏବଂ କାଠଗଡ଼ଠାରୁ ବାଉଁଶ ଆସିବାର ରାସ୍ତା କେଉଁ କେଉଁ ନଦୀପଥ ଥିଲା? କେଉଁଠାରୁ କେମିତି କେଉଁ କୌଶଳରେ ଆସିଥିଲା, ଯଥା ସ୍ଥାନରେ ଆମେ ବର୍ଣ୍ଣନା କରିବୁ।
ପ୍ରାଚୀନଦୀର ୮ଟି ଶାଖାନଦୀ ମଧ୍ୟରୁ ଚିତ୍ରୋତ୍ପଳା ନଦୀ ପୁଣ୍ୟପ୍ରଦ ଥିଲା ବୋଲି କପିଳ ସଂହିତାରେ ଉଲ୍ଲେଖ ଅଛି।
ଉତ୍ପଳେଶଂ ସମାସାଦ୍ୟ, ଯାବଚ୍ଚିତ୍ର ମହେଶ୍ୱର।
ତାବତ୍‌ ଚିତ୍ରୋତ୍ପଳା ଖ୍ୟାତା ସର୍ବ ପୁଣ୍ୟପ୍ରଦା ନଦୀ॥
ଏହି ଶ୍ଳୋକର ପ୍ରତ୍ୟେକ ମୁଖ୍ୟ ଶବ୍ଦ ପଛରେ ଗୋଟିଏ ଗୋଟିଏ ଐତିହ୍ୟ ଅଛି। ଉତ୍ପଳେଶ୍ୱର ମହାଦେବଙ୍କଠାରୁ ଚିତ୍ରେଶ୍ୱରୀ ଦେବୀଙ୍କ ମଧ୍ୟବର୍ତ୍ତୀ ସ୍ଥାନ ଚିତ୍ରୋତ୍ପଳା। ତା ସର୍ବପୁଣ୍ୟ ପ୍ରଦାୟିନୀ, ଏହା ସାଧାରଣ ଅର୍ଥ। ଡାକ୍ତର ରାଧାଚରଣ ପଣ୍ଡା ଚୈତ୍ର ଐରଙ୍କର ପ୍ରସଙ୍ଗ ଅବତାରଣା କରି ଚିତ୍ରୋତ୍ପଳା ନଦୀ ଖ୍ରୀ.ପୂ. ୨୦୨ ବୋଲି ହାରାହାରି ସମୟ ନିର୍ଦ୍ଧାରଣ କରିଛନ୍ତି। ସେବେଠାରୁ କୋଣାର୍କ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ହାରାହାରି ୧୪୪୪ ବର୍ଷ ପର୍ଯ୍ୟନ୍ତ ଏହି ନଦୀ ଗଭୀର ଥିଲା। ଗଭୀର ଥିବାରୁ ତ ଗଣ୍ଡ ରହିଥିଲା ସେତେବେଳେ!

ଡ.ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri