କୋଣାର୍କର ଐତିହ୍ୟପୂର୍ଣ୍ଣ ଦ୍ୱାଦଶ ନାମ

ଗୋଟିଏ ଉଦାହରଣରୁ ଆମେ ଜାଣିଲେ ଶ୍ରୀପଦ୍ମକେଶର ମନ୍ଦିରର ଶିଳ୍ପ ବୈଭବକୁ ଦେଖି ୟୁରୋପ ପଣ୍ଡିତଙ୍କର ଡ. ରାଜଗୁରୁଙ୍କୁ ପଚାରିଥିବା ଶଙ୍କା। ଏମିତି ବହୁ ଉଦାହରଣ ମିଳିବ। ଆମର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଦେଖିବା ପରେ ଆମେ ୟାଙ୍କୁ ଗଢ଼ିଛୁ କି ନାହିଁ, ଯେଉଁମାନଙ୍କର ସନ୍ଦେହ ସୃଷ୍ଟି ହେଉଥିଲା, ସେମାନେ ଆମର ବିଜ୍ଞାନଭିତ୍ତିକ ଉପାସନାଧାରାର ରହସ୍ୟ ବା ଜାଣିବେ କେମିତି!
ସେଥିପାଇଁ ତୀର୍ଥ ଏବଂ ଉପାସନାର ସାମାନ୍ୟ ପରିଚୟରୁ ଆମେ ଆଲୋଚନା ଆରମ୍ଭ କରୁଅଛୁ। କୋଣାର୍କରେ ନିର୍ମିତ ମନ୍ଦିରର ମୂଳସ୍ରୋତ ଶାସ୍ତ୍ରୀୟ। ସନାତନ ପରମ୍ପରାରେ କୁହାଯାଇଛି- ରଥସ୍ଥଂ ଭାସ୍କରଂ ଦୃଷ୍ଟ ୍ବା ପୁନର୍ଜନ୍ମ ନ ବିଦ୍ୟତେ। ରଥାରୂଢ଼ ସୂର୍ଯ୍ୟଙ୍କୁ ଦର୍ଶନ କଲେ ପୁଣି ଜନ୍ମ ହୁଏ ନାହିଁ। ଓଡ଼ିଆ ଜାତି ସୂର୍ଯ୍ୟରଥ ଆକାରରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କରିଥିଲା। ସୂର୍ଯ୍ୟ ଉପାସନା ପ୍ରାଚୀନ ଓଡ୍ର ରାଷ୍ଟ୍ରରେ ଶୀର୍ଷ ସ୍ତରରେ ଗ୍ରହଣ କରାଯାଇଥିଲା। ଶ୍ରୀବିଷ୍ଣୁଙ୍କୁ ପୂଜା କରିବା ପୂର୍ବରୁ ସୂର୍ଯ୍ୟପୂଜା ବହୁ ପ୍ରାଚୀନ କାଳରୁ କର୍ମକାଣ୍ଡ ବିଜ୍ଞାନରେ ଆମର ଗ୍ରହଣ କରାଯାଇଥିଲା। ଯେଉଁମାନେ ପୂର୍ବଜନ୍ମ ଓ ପରଜନ୍ମକୁ ବିଶ୍ୱାସ କରନ୍ତି ନାହିଁ, ମୁକ୍ତି କ’ଣ ଏବଂ ମୋକ୍ଷ କ’ଣ ଜାଣନ୍ତି ନାହିଁ; ସେମାନେ କାହୁଁ ଆମର ଉପାସନାର ରହସ୍ୟ ଭେଦ କରିବେ? ସେମାନେ କାହିଁ ବୁଝିବେ ଗୋଟିଏ ଉପାସନା କ୍ଷେତ୍ରର ୧୨ଟି ନାମ ଅଛି ଏବଂ ପ୍ରତ୍ୟେକ ନାମ ପଛରେ ଏକ ଏକ ଐତିହ୍ୟ ଅଛି ବୋଲି!
କୋଣାର୍କର ପ୍ରାଚୀନ ନାମ ସଂସ୍କୃତ ମହାଭାରତ ସମୟରେ ଥିଲା ବ୍ରହ୍ମବନ। ଶାମ୍ବ ପୁରାଣରେ ମୈତ୍ରବନ, କପିଳସଂହିତାରେ ମୈତ୍ରେୟ ବନ ଏବଂ ରବିକ୍ଷେତ୍ର। ଜ୍ୟୋତିଷ ଗ୍ରନ୍ଥରେ କୋଣାଦିତ୍ୟ। ଶିବପୁରାଣ ଓ ସ୍କନ୍ଦପୁରାଣରେ ସୂର୍ଯ୍ୟକ୍ଷେତ୍ର, ପଦ୍ମପୁରାଣରେ ଅର୍କକ୍ଷେତ୍ର। ସଂସ୍କୃତ ବ୍ରହ୍ମପୁରାଣରେ ମଧ୍ୟ କୋଣାଦିତ୍ୟ ନାମ ସ୍ଥାନ ପାଇଛି-
ଲବଣସ୍ୟୋଦଧିତୀରେ ପବିତ୍ର ସୁମନୋହରେ।
ସର୍ବତ୍ର ବାଲୁକାକୀର୍ଣ୍ଣ ଦେଶେ ସର୍ବ ଗୁଣାନ୍ବିତେ॥
ଆସ୍ତେ ଯତ୍ର ସ୍ବୟଂ ଦେବ ସହସ୍ରାଂଶୁର୍ଦିବାକରଃ।
କୋଣାଦିତ୍ୟ ଇତି ଖ୍ୟାତୋ ଭୁକ୍ତି-ମୁକ୍ତି-ଫଳପ୍ରଦଃ॥
ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ ଅନୁଯାୟୀ କୋଣାର୍କ ପରିଚିତ ଥିଲା ପଦ୍ମକ୍ଷେତ୍ର ନାମରେ। ସାରଳା ଦାସଙ୍କ ମହାଭାରତ ରଚନା ପରେ ଏହି କ୍ଷେତ୍ର ଅର୍କତୀର୍ଥ ଭାବରେ ପ୍ରସିଦ୍ଧ ହୋଇଥିଲା। ପ୍ରଥମ ଶତକରେ ଗ୍ରୀକ୍‌ ଲେଖକ ଟଲେମୀ ଏହାକୁ କୋନ୍ନାଗର ଶବ୍ଦରେ ଚିହ୍ନିତ କରିଥିଲେ।
ଜୈମିନୀୟ ଗୁହ୍ୟସୂତ୍ର ପୁସ୍ତକରେ ବର୍ଣ୍ଣନା କରାଯାଇଛି, ସୂର୍ଯ୍ୟଙ୍କ ଜନ୍ମ (ଓଡ଼ିଶାର) ଦକ୍ଷିଣ-ପୂର୍ବ କୋଣରେ। ଗ୍ରହଯାଗ ପଦ୍ଧତିରେ କୁହାଗଲା, ସୂର୍ଯ୍ୟଙ୍କର ଜନ୍ମଭୂମି କଳିଙ୍ଗ ଦେଶ। ପ୍ରାଚୀ ମାହାତ୍ମ୍ୟରେ କୁହାଗଲା ସଂଗମତୀର୍ଥ।]
xxxx xxx
ସଙ୍ଗମ ତୀର୍ଥେ ସ୍ନାନ କଲେ, ପତ୍ନୀ ସଂଯୋଗ ତେଣୁ ହେଲେ
ଯେ ସ୍ନାନ ସେଠାରେ କରନ୍ତି, ବାଂଛିତ ଫଳ ସେ ଲଭନ୍ତି।
ପ୍ରାଚୀ ମାହାତ୍ମ୍ୟର ୭ମ ଅଧ୍ୟାୟରେ ରବି ଏବଂ ଛାୟାଙ୍କ ପ୍ରସଙ୍ଗ ରହିଛି। ଛାୟା ବାପଘରେ ରହିବାରୁ ପତ୍ନୀଙ୍କ ବିଚ୍ଛେଦରେ ସଂଗମ ତୀର୍ଥରେ ସ୍ନାନ କରି ପତ୍ନୀଙ୍କୁ ପୁନଃ ଲାଭ କରିଥିଲେ।
ଶିଳ୍ପଶାସ୍ତ୍ରରେ ଶ୍ରୀପଦ୍ମକେଶର ମନ୍ଦିରକୁ କୁହାଯାଉଥିଲା- ମହାପ୍ରଶସ୍ତ ପଞ୍ଚରଥ ପ୍ରାସାଦ। ଶ୍ରୀମନ୍ଦିରର ନାମ ଆମେ ଜାଣିଛେ ଯେ, ଶ୍ରୀବତ୍ସ ଖଣ୍ଡଶାଳ କୁହାଯାଉଥିଲା। ଆଉ ସୂର୍ଯ୍ୟଙ୍କ ମନ୍ଦିରକୁ କୁହାଯାଉଥିଲା- ଶ୍ରୀସୂର୍ଯ୍ୟବଲ୍ଲଭ ପ୍ରାସାଦ। ଏହି ପ୍ରାସାଦ ନିର୍ମିତ ହୋଇଥିଲା ଚିତ୍ରୋତ୍ପଳା ନଦୀର ପଦ୍ମତୋଳା ଗଣ୍ଡରେ। ପଦ୍ମତୋଳା ଗଣ୍ଡ ପୋତା ହେବାରୁ ନିମ୍ନ ଭାଗ ମଧ୍ୟ ପୋତି ହୋଇଗଲା। ନିମ୍ନଭାଗ ‘ଚନ୍ଦ୍ରଭାଗା’ ତୀର୍ଥ ଥିଲା।
ଇତିହାସରୁ ଜଣାଯାଏ, ପ୍ରାଚୀ ନଦୀର ପୂର୍ବେ ଆଠଟି ଶାଖାନଦୀ ଥିଲା। ସେଗୁଡ଼ିକ ହେଲା- ସାଇଲୋ ଜୋଡ଼, ଚନ୍ଦ୍ରମୌଳି, ଚିତ୍ରୋତ୍ପଳା, କନ୍ଦଳ ନଦୀ, ବଳଦୀଧାର, ଜିଉଁନ୍ତି ନଦୀ, କାଲୁଆଯୋଡ଼ ଓ ପୋତାନଦୀ। ବର୍ତ୍ତମାନ ପ୍ରାୟ ନଦୀ ପୋତି ହୋଇ ଆସିଲାଣି। ଏଗୁଡ଼ିକ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଆମର ସ୍ପଷ୍ଟ। ମନ୍ଦିର ନିର୍ମାଣ ସମୟରେ ପଥରଠାରୁ କାଦୁଅ ଏବଂ କାଠଗଡ଼ଠାରୁ ବାଉଁଶ ଆସିବାର ରାସ୍ତା କେଉଁ କେଉଁ ନଦୀପଥ ଥିଲା? କେଉଁଠାରୁ କେମିତି କେଉଁ କୌଶଳରେ ଆସିଥିଲା, ଯଥା ସ୍ଥାନରେ ଆମେ ବର୍ଣ୍ଣନା କରିବୁ।
ପ୍ରାଚୀନଦୀର ୮ଟି ଶାଖାନଦୀ ମଧ୍ୟରୁ ଚିତ୍ରୋତ୍ପଳା ନଦୀ ପୁଣ୍ୟପ୍ରଦ ଥିଲା ବୋଲି କପିଳ ସଂହିତାରେ ଉଲ୍ଲେଖ ଅଛି।
ଉତ୍ପଳେଶଂ ସମାସାଦ୍ୟ, ଯାବଚ୍ଚିତ୍ର ମହେଶ୍ୱର।
ତାବତ୍‌ ଚିତ୍ରୋତ୍ପଳା ଖ୍ୟାତା ସର୍ବ ପୁଣ୍ୟପ୍ରଦା ନଦୀ॥
ଏହି ଶ୍ଳୋକର ପ୍ରତ୍ୟେକ ମୁଖ୍ୟ ଶବ୍ଦ ପଛରେ ଗୋଟିଏ ଗୋଟିଏ ଐତିହ୍ୟ ଅଛି। ଉତ୍ପଳେଶ୍ୱର ମହାଦେବଙ୍କଠାରୁ ଚିତ୍ରେଶ୍ୱରୀ ଦେବୀଙ୍କ ମଧ୍ୟବର୍ତ୍ତୀ ସ୍ଥାନ ଚିତ୍ରୋତ୍ପଳା। ତା ସର୍ବପୁଣ୍ୟ ପ୍ରଦାୟିନୀ, ଏହା ସାଧାରଣ ଅର୍ଥ। ଡାକ୍ତର ରାଧାଚରଣ ପଣ୍ଡା ଚୈତ୍ର ଐରଙ୍କର ପ୍ରସଙ୍ଗ ଅବତାରଣା କରି ଚିତ୍ରୋତ୍ପଳା ନଦୀ ଖ୍ରୀ.ପୂ. ୨୦୨ ବୋଲି ହାରାହାରି ସମୟ ନିର୍ଦ୍ଧାରଣ କରିଛନ୍ତି। ସେବେଠାରୁ କୋଣାର୍କ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ହାରାହାରି ୧୪୪୪ ବର୍ଷ ପର୍ଯ୍ୟନ୍ତ ଏହି ନଦୀ ଗଭୀର ଥିଲା। ଗଭୀର ଥିବାରୁ ତ ଗଣ୍ଡ ରହିଥିଲା ସେତେବେଳେ!

ଡ.ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri