କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ ୧୭ ଇଞ୍ଚ୍‌) ର କୋର୍ ଡ୍ରିଲିଂ କାର୍ଯ୍ୟ କରାଯାଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ASI) ପକ୍ଷରୁ ଏହି ଡ୍ରିଲିଂ କରାଯିବା ପରେ ଗର୍ଭଗୃହକୁ ବାଟ ଫିଟିଛି। ଡ୍ରିଲିଂ ପରେ ସଂଗୃହୀତ ହୋଇଥିବା ବାଲି ଓ ପଥରର ନମୂନା ପରୀକ୍ଷଣ କରାଯିବ। ଏହି ପରୀକ୍ଷଣ ରିପୋର୍ଟ ଆସିବା ପରେ ଜଗମୋହନ ଓ ଗର୍ଭଗୃହର ପ୍ରକୃତ ସ୍ଥିତି ଜଣାପଡ଼ିବ।

ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍ କମିଟି ଆଜି କୋଣାର୍କ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ର୍ବରୁ ରୋବୋଟିକ୍ କ୍ୟାମେରା ଦ୍ୱାରା ବାଲିର ସ୍ଥିତି ଆକଳନ କରାଯାଇଥିଲା। ବର୍ତ୍ତମାନ ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିରର ପଶ୍ଚିମ ପାର୍ଶ୍ୱରେ ୮୦ ଫୁଟ ଉଚ୍ଚତାରେ ୧୬ ସେଣ୍ଟିମିଟରର ଏକ କ୍ଷୁଦ୍ର ଟନେଲ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଇଂରେଜ ରାଜୁତି ସମୟରେ ବିଶ୍ୱପ୍ରସିଦ୍ଧ ଏହି କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ୧୯୦୩ ରୁ ୧୯୦୯ ମସିହା ମଧ୍ୟରେ ଜଗମୋହନ ଗର୍ଭଗୃହରେ ବାଲି ଭର୍ତ୍ତି କରି ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ୧୨୦ ବର୍ଷ ପରେ ଗର୍ଭଗୃହକୁ ପୁଣି ଖୋଲିବା ଏବଂ ବାଲି କାଢ଼ିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୨ ସେପ୍ଟେମ୍ବରରେ ଏହି କାର୍ଯ୍ୟର ଅନୁକୂଳ କରାଯାଇଥିଲେ ମଧ୍ୟ କିଛି କାରଣରୁ ବନ୍ଦ ରହିଥିବା ପ୍ରକ୍ରିୟା ଏବେ ପୁଣି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ ଧକ୍କାରେ ଚାଲି ଯାଇଥିଲା ଚାହା ଦୋକାନୀଙ୍କ ଜୀବନ, କୋର୍ଟ ଚାଲାଣ ହେଲେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ଦେଓଖାଳି ଛକ ରେ ଗତ ବୁଧବାର ସକାଳ ପ୍ରାୟ ସାଢ଼େ ୬ ଟାରେ…

ମାର୍ଚ୍ଚ ୨ରୁ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା: ପ୍ରସ୍ତୁତି ସଭାରେ…       

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା ‘ ବାଙ୍କେଶ୍ୱରୀ ଙ୍କ ଦୋଳ ଯାତ୍ରା ନିମନ୍ତେ ମଙ୍ଗଳବାର ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ: ଖୋଜି ଆଣିବା ପାଇଁ ସ୍ତ୍ରୀଙ୍କ ନିବେଦନ

ରାୟଗଡା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାରେ ଦିନକୁ ଦିନ ଦାଦନଙ୍କ ଦୁଃଖ ବଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦାଦନ ଖଟିବାକୁ ଯାଇ କିଛି ମୃତ୍ୟୁବରଣ କରିଥିବା…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ବାଇକ୍‌କୁ ଧକ୍କା ଦେଇ ଚାଲିଗଲା ଟ୍ରାକ୍ଟର; ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ରେ…

ବଞ୍ଚୋ,୨୭।୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଙ୍ଖିଡ଼ି ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାକ୍ଟର ଏକ…

ଆଉ ଶୁଭିବନି ଅରିଜିତଙ୍କ ସ୍ୱର: ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଲେ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ ଅରିଜିତ୍ ସିଂ ମଙ୍ଗଳବାର ଏକ ବଡ଼ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ଚଳଚ୍ଚିତ୍ର ପାଇଁ କଣ୍ଠଦାନ ବା…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ଗୋକୋଲମା: ଶେଷ ହେଲା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବଙ୍କ ମାଘ ଝାମୁ ଯାତ୍ରା…

ଥୁଆମୂଳ ରାମପୁର,୨୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଝାମୁ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri