ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ କରି ପିଚ୍‌, ସୁରକ୍ଷା ବ୍ୟବସ୍ଥା ସମେତ ସବୁ ପ୍ରକାର ପ୍ରସ୍ତୁତି ଶେଷ। ଏବେ କେବଳ ଲଢ଼େଇକୁ ଅପେକ୍ଷା। ବାରବାଟୀରେ ଖୁବ କମ୍‌ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଉଥିବାରୁ ଏହି ମ୍ୟାଚ୍‌ ଲାଗି ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ମ୍ୟାଚ୍‌ ଲାଗି ଦୁଇ ଦଳ ସୋମବାର ବାରବାଟୀ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଅଭ୍ୟାସ ମଧ୍ୟ କରିଛନ୍ତି।
ବାରବାଟୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ନାଲି ମାଟିରେ ପିଚ୍‌ ପ୍ରସ୍ତୁତ କରାଯାଇଛି। ଏଥିସହିତ ମ୍ୟାଚ୍‌ ଆଗକୁ ବଢ଼ିବା ସହ କାକରର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ। ଏଣୁ ମ୍ୟାଚ୍‌ଟି ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ବାରବାଟୀରେ ଏପର୍ଯ୍ୟନ୍ତ ୩ଟି ଟି୨୦ ମ୍ୟାଚ୍‌ ଖେଳାଯାଇଛି। ପୂର୍ବରୁ ବାରବାଟୀ ଗ୍ରାଉଣ୍ଡରେ ଭାରତ ଓ ଦ.ଆଫ୍ରିକା ପରସ୍ପରକୁ ଦୁଇ ଥର ଭେଟିଥିବା ବେଳେ ଉଭୟ ଥର ଭ୍ରମଣକାରୀ ଦଳ ବାଜିମାତ୍‌ କରିଛି। ଏଣୁ ରେକର୍ଡ ସମ୍ପୂର୍ଣ୍ଣ ରୂପେ ଦ. ଆଫ୍ରିକା ସପକ୍ଷରେ ରହିଛି। ତେବେ ଏହି ଗ୍ରାଉଣ୍ଡରେ ଟି୨୦ ଫର୍ମାଟରେ ଭାରତୀୟ ଦଳ ମଧ୍ୟ ବିଜୟ ସ୍ବାଦ ଚାଖିଛି। ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍‌କୁ ଭାରତ ୯୩ ରନର ବଡ଼ ବ୍ୟବଧାନରେ ଜିତିଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ଏଥର ଏହି ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ରେକର୍ଡରେ ସୁଧାର ଆଣିବା ଲକ୍ଷ୍ୟରେ ରହିଛି।
ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଲାଗି ଦଳରେ କୌଣସି ବିଶେଷ ପରିବର୍ତ୍ତନ କରିବ ନାହିଁ। ଏ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳୀୟ ନେଟ୍‌ ସେଶନ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍‌ ଦୀର୍ଘ ସମୟ ଧରି ସୋମବାର ନେଟ୍ସରେ ଝାଳ ବୁହାଇଥିଲେ। ଏହାର ଅର୍ଥ ସେ ଏବେ ବେକଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ସାରିଛନ୍ତି। ଇଞ୍ଜୁରି କାରଣରୁ ସେ ଦ. ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିଲେ। ସୋମବାର ତାଙ୍କ ବ୍ୟାଟିଂ ପ୍ରାକ୍ଟିସରୁ ତାଙ୍କର ଖେଳିବା ନିଶ୍ଚିତ ମନେହେଉଛି। ତାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସେ ମଧ୍ୟ ଇଞ୍ଜୁରୀ କାରଣରୁ ଗତ ୨ ମାସ ହେଲା କ୍ରିକେଟରୁ ଦୂରେଇ ରହିଥିଲେ। ଉଭୟ ଖେଳାଳି ଏସିଆ କପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ। ତେବେ ଉଇକେଟକିପର ଭାବେ କିଏ ଖେଳିବ, ତାହାକୁ ନେଇ ପ୍ରଶ୍ନବାଚୀ ରହିଛି। ଦଳରେ ଉଇକେଟକିପର ଭାବେ ସଞ୍ଜୁ ସାମସନ ଓ ଜୀତେଶ ଶର୍ମା ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ହିଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। ସାମସନ ଜଣେ ଟପ୍‌ ଅର୍ଡର ବ୍ୟାଟର ଭାବେ ନିଜକୁ ପ୍ରତିଷ୍ଠିତ କରାଇ ସାରିଛନ୍ତି। ହେଲେ ଦଳରେ ଗିଲ୍‌ଙ୍କ ଉପସ୍ଥିତି ଯୋଗୁ ତାଙ୍କୁ ଟପ୍‌ ଅର୍ଡରରେ ସ୍ଥାନ ମିଳିବାର ସମ୍ଭାବନା ନାହିଁ। ଏଣୁ ତାଙ୍କୁ ମିଡିଲ ଅର୍ଡର କିମ୍ବା ଲୋୟର ମିଡିଲ ଅର୍ଡରରେ ଖେଳିବାକୁ ପଡ଼ିବ। ଏହି ପୋଜିଶନରେ ତାଙ୍କୁ ସୁଯୋଗ ମିଳିଥିଲେ ହେଁ ସେ ଏ ପର୍ଯ୍ୟନ୍ତ କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଅନ୍ୟପକ୍ଷରେ ଜୀତେଶ ଜଣେ ଲୋୟର ଅର୍ଡର ବ୍ୟାଟର ଏବଂ ମ୍ୟାଚ୍‌ ଫିନିଶ୍‌ କରିବାର ଦକ୍ଷତା ମଧ୍ୟ ତାଙ୍କ ପାଖରେ ରହିଛି, ଯାହା କି ତାଙ୍କ ସପକ୍ଷରେ ଯାଇପାରେ। ଏହା ବ୍ୟତୀତ ଦଳରେ ଟିମ୍‌ କମ୍ବିନେଶନକୁ ଅନ୍ୟ କୌଣସି ଚିନ୍ତା ନାହିଁ। ଟିମ ଇଣ୍ଡିଆ ଦୁଇ ପେସର, ଦୁଇ ସ୍ପିନର ଓ ଦୁଇ ଅଲରାଉଣ୍ଡରଙ୍କ ସହ ମ୍ୟାଚ୍‌କୁ ଓହ୍ଲାଇବ ବୋଲି ଆଶା କରାଯାଉଛି।
ସମ୍ଭାବ୍ୟ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ୍‌, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ/ଜୀତେଶ ଶର୍ମା (ଉଇକେଟକିପର), ଶିବମ ଦୁବେ, ଅକ୍ଷର ପଟେଲ/ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାରକ୍ରମ(ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ରିଜା ହେଣ୍ଡ୍ରିକ୍ସ/ଟ୍ରିଷ୍ଟାନ ଷ୍ଟବ୍ସ, ଡଓ୍ବୋଲ୍ଡ ବ୍ରେଭିସ, ଟୋନି ଡି ଜର୍ଜି, ଡେଭିଡ୍‌ ମିଲର, ମାର୍କୋ ଜାନସେନ, କର୍ବିନ ବୋଶ୍ଚ, କେଶବ ମହାରାଜ, ଲୁନ୍‌ଗି ଏନ୍‌ଗିଡି, ଏନରିଚ ନର୍କିଆ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?