କୋଣାର୍କ ଭାରତର ଅନ୍ୟତମ ସ୍ଥାବରତୀର୍ଥ

ପୂର୍ବରୁ ଆମେ ୧୯୭୧ ମସିହା ମଧ୍ୟରେ ରଚିତ କୋଣାର୍କ ମନ୍ଦିର ଇତିହାସ ସମ୍ବନ୍ଧରେ ମୋଟାମୋଟି ଏକ ତାଲିକା ଓ ସଂଖ୍ୟା ଦେଇଥିଲୁ। ୧୯୭୧ପରେ ଓଡ଼ିଆ, ବଙ୍ଗଳା, ଇଂଲିଶ ଓ ଅନ୍ୟାନ୍ୟ ଭାଷାରେ ୧୨ଟି ପୁସ୍ତକ ପାଇଛି। ସେଇ ୧୨ଟି ମଧ୍ୟରେ ରହିଛି ‘ନିଉ ଲାଇଟ୍‌ ଅଫ୍‌ ଦି ସନ୍‌ ଟେମ୍ପୁଲ ଅଫ୍‌ କୋଣାର୍କ।’ ବାରାଣସୀର ଚୌଖମ୍ବା ପ୍ରକାଶନ ୧୯୭୨ରେ ଏହାକୁ ପ୍ରକାଶ କରିଥିଲେ। ଏହି ପୁସ୍ତକଟି ଟୀକାଟିପ୍ପଣୀ ସହିତ ଇଂଲିଶରେ ଅନୁବାଦ ହୋଇଅଛି। ଅପ୍ରକାଶିତ ଚାରୋଟି ପୋଥିର ସହାୟତାରେ ପୁସ୍ତକଟି ପ୍ରସ୍ତୁତ ହୋଇଛି। ଆଲିସ ବୋନର ଓ ପଣ୍ଡିତ ସଦାଶିବ ରଥଶର୍ମା ଦୁହେଁ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସହିତ ଉକ୍ତ ଅନୁବାଦ ପୁସ୍ତକକୁ ପ୍ରସ୍ତୁତ କରିଛନ୍ତି। ଏଥିରେ ତୀର୍ଥ ଓ ଉପାସନା ଧାରାର କେତେକ ବର୍ଣ୍ଣନା କରିଛନ୍ତି ମୁଖବନ୍ଧରେ ଶ୍ରୀ ବୋନର ମହାଶୟ। ତଥାପି କେଉଁଠି ଅଭାବ ରହିଲା ପରି ବୋଧହୁଏ ସ୍ପଷ୍ଟ ଚିତ୍ର ମିଳିବାରେ।
ସନାତନ ଧାରାରେ ନଦୀତଟ, ନଦୀ ନିକଟ କ୍ଷେତ୍ର, ସମୁଦ୍ରତଟ ଓ ନଦୀ ସଙ୍ଗମ ସ୍ଥାନର ପବିତ୍ର ସ୍ଥାନକୁ ତୀର୍ଥ ଅର୍ଥରେ ପ୍ରାୟ ଗ୍ରହଣ କରାଯାଏ। ଏହାକୁ ‘ସ୍ଥାବରତୀର୍ଥ’ କୁହାଯାଏ। ତିନିପ୍ରକାର ତୀର୍ଥ ମଧ୍ୟରୁ ଜଙ୍ଗମତୀର୍ଥ ଓ ମାନସତୀର୍ଥ ମଧ୍ୟ ରହିଛି। ସ୍ଥାବରତୀର୍ଥ ତାକୁ ହିଁ କୁହାଯାଏ ଯେଉଁଠାରେ ଭୂମିର ପ୍ରଭାବ, ଜଳର ପ୍ରଭାବ, ମୁନି, ଋଷି, ସାଧୁ, ସନ୍ଥ ଓ ସନ୍ନ୍ୟାସୀଙ୍କ ତପସ୍ୟାର ପ୍ରଭାବ ଥାଏ। ମଣିଷଟିଏ ତୀର୍ଥକୁ ଗଲେ ଭୂମି, ଜଳ ଓ ତପସ୍ୟାର ପ୍ରଭାବରେ (ତପସ୍ୟାର ପ୍ରଭାବ ଅନ୍ତରୀକ୍ଷ ଅର୍ଥାତ୍‌ ଶୂନ୍ୟରୁ ହୋଇଥାଏ) ଶକ୍ତି ଦ୍ୱାରା ପୂର୍ଣ୍ଣ ହୁଏ (ଚାର୍ଯ୍ୟ ହୁଏ)। ସେଥିପାଇଁ କୁହାଯାଏ ମୁକ୍ତିର ରାସ୍ତା ଖୋଲିଯାଏ। ମୁକ୍ତିର ଅର୍ଥ ମୋକ୍ଷ ନୁହେଁ। ଏହି ଜନ୍ମରୁ, ଜୀବନ ଜଞ୍ଜାଳରୁ, ମାନସିକ ସନ୍ତୁଳନରୁ, ଦୈହିକ ଚାପରୁ ମୁକ୍ତି ହୁଏ। ଶାସ୍ତ୍ରରେ କୁହାଗଲା- ଜଳେ ସ୍ଥଳେ ଅନ୍ତରୀକ୍ଷେ ଚ ମୁକ୍ତି ଶ୍ରୀପୁରୁଷୋତ୍ତମେ। ଅର୍କକ୍ଷେତ୍ର ଏହି ପର୍ଯ୍ୟାୟର। କୋଣାର୍କ ପରିଚିତ ଥିଲା ଅର୍କକ୍ଷେତ୍ର ବା ଅର୍କତୀର୍ଥ ଭାବରେ। ଏଠାରେ ଭୂମିର ପ୍ରଭାବ ଓ ଜଳର ପ୍ରଭାବ ରହିଥିଲା, ଅଛି ମଧ୍ୟ। ମୁନି ଋଷିମାନଙ୍କର ଆଶ୍ରମ ଥିଲା, ସାଧନା କ୍ଷେତ୍ର ଥିଲା ତଥା ତପସ୍ୟା ଭୂମି ଥିଲା, ତେଣୁ ଭାରତରେ ଏହି ତୀର୍ଥ ସ୍ଥାବରତୀର୍ଥ ଭାବରେ ପ୍ରସିଦ୍ଧ ଥିଲା।
ଆମେ ପ୍ରସଙ୍ଗକ୍ରମେ ସୂଚନା ଦେଇଥିଲୁ ଏହି ତୀର୍ଥରେ ୫ଟି ନଦୀ ମହୋଦଧିରେ ମିଶିଥିଲେ। ମହାନଦୀର ଶାଖା ନଦୀ କୁଶଭଦ୍ରା ପଦ୍ମତୋଳାଗଣ୍ଡର ପଶ୍ଚିମ ଦିଗରେ ଗତି କରି ଦୁଇଭାଗ ହୋଇ ପୁଣି ଏକତ୍ରଭାବରେ ମହୋଦଧିରେ ମିଶିଥିଲେ। ପଦ୍ମକେଶର ଗଣ୍ଡ ବା ପଦ୍ମତୋଳା ଗଣ୍ଡ ରହିଥିଲା ପ୍ରାଚୀ ନଦୀରେ। ପ୍ରାଚୀ ନଦୀ ପ୍ରଥମେ ଶୋଲନଦୀ ରୂପେ କିଛି ବାଟ ଗତିକଲା ପରେ ଦୁଇଭାଗ ହୋଇଥିଲା। କାଦୁଆମଙ୍ଗଳା ଓ ଚନ୍ଦ୍ରଭାଗା। ଏଇ ଦୁଇଟି ପୁଣି ଏକାଠି ହୋଇ ମହୋଦଧିରେ ମିଶି ଥିଲା ପଦ୍ମକେଶର ମନ୍ଦିରର ପୂର୍ବ ଭାଗରେ। ଦେବୀ ନଦୀର ଏକ ଶାଖା ଗୋଲରାଗଡ଼ ପାଖଦେଇ ମହୋଦଧିରେ ମିଶିଥିଲା। ଗୋଲରାଗଡ଼ ବର୍ତ୍ତମାନ କୋଣାର୍କର ପୂର୍ବ ଦିଗରେ କାକଟପୁର ରାସ୍ତାରେ ଦକ୍ଷିଣ ପାର୍ଶ୍ୱକୁ ରହିଛି। ତେଣୁ ପବିତ୍ର ପଦ୍ମତୋଳା ଗଣ୍ଡର ଦାଢ଼ରେ ସୂର୍ଯ୍ୟଦେବଙ୍କ ପାଇଁ ଏକ ମନ୍ଦିର ତୋଳିବା ଲାଗି ସାହସିକ ପଦକ୍ଷେପ ନେଇଥିଲେ ଗଙ୍ଗବଂଶର ଗଜପତି ଲାଙ୍ଗୁଳା ନରସିଂହ ଦେବ। ଆମେ ଜାଣିଛେ ସ୍ଥାବରତୀର୍ଥ ଭାବରେ ଏହି କ୍ଷେତ୍ର ପ୍ରସିଦ୍ଧ ଥିଲା ଭାରତବର୍ଷରେ। ତୀର୍ଥ ପ୍ରଥମେ ଥିଲା। କେଶରୀ ବଂଶର ରାଜତ୍ୱକାଳରେ ମଧ୍ୟ ଗୋଟିଏ ଛୋଟମନ୍ଦିର ସୂର୍ଯ୍ୟଦେବଙ୍କ ପାଇଁ ନିର୍ମିତ ହୋଇଥିଲା। ଗଜପତି ନରସିଂହ ଦେବ ମନ୍ଦିର ନିର୍ମାଣ କରିବା ପରେ ସେ ମନ୍ଦିର ଓ ସେଠାରେ ପୂଜିତ ସୂର୍ଯ୍ୟ ବିଗ୍ରହଙ୍କ ସମ୍ବନ୍ଧରେ ଆଗକୁ ଯଥାସ୍ଥାନରେ ବର୍ଣ୍ଣିତ ହେବ।

ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?