Categories: ଖେଳ

ଚନ୍ଦ୍ରକାନ୍ତ ପଣ୍ଡିତ ହେବେ କେକେଆରର ମୁଖ୍ୟ କୋଚ

ନୂଆଦିଲ୍ଲୀ,୧୭।୮: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ(କେକେଆର) ନୂଆ କୋଚ ନିଯୁକ୍ତ କରିଛି। ଏନେଇ କେକେଆର୍‌ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଚନ୍ଦ୍ରକାନ୍ତଙ୍କ ପୂର୍ବରୁ କେକେଆରର ମୁଖ୍ୟ କୋଚ ନ୍ୟୁଜିଲାଣ୍ଡର ପୂର୍ବତନ ଭେଟେରାନ ବ୍ରାଣ୍ଡନ ମ୍ୟାକକୁଲମ ଥିଲେ। କିନ୍ତୁ ବର୍ତ୍ତମାନ ସେ ଇଂଲଣ୍ଡ ଟେଷ୍ଟ ଦଳର କୋଚ ହୋଇଛନ୍ତି। ସେବେଠାରୁ କେକେଆର୍‌ ଏକ ନୂତନ କୋଚ ଖୋଜୁଥିଲା। ଆଇପିଏଲର ପରବର୍ତ୍ତୀ ସିଜିନରୁ ଚନ୍ଦ୍ରକାନ୍ତ ଦଳର ନେତୃତ୍ୱ ନେବେ।
ଚନ୍ଦ୍ରକାନ୍ତ ପଣ୍ଡିତ କୋଚିଂରେ ବହୁତ ସଫଳ ହୋଇଛନ୍ତି। ତାଙ୍କ କୋଚିଂ ଅଧୀନରେ ବିଭିନ୍ନ ଦଳ ରଣଜୀ ଟ୍ରଫି ଦଖଲ କରିଛନ୍ତି। ତାଙ୍କ କୋଚିଂ ଅଧୀନରେ ୨୦୦୩, ୨୦୦୪, ୨୦୧୬ରେ ମୁମ୍ବାଇ ରଣଜୀ ଟ୍ରଫି, ୨୦୧୮, ୨୦୧୯ରେ ବିଦର୍ଭ ଏବଂ ଚଳିତ ବର୍ଷ ୨୦୨୨ରେ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଜିତିଛି।

Share