Posted inଖେଳ

ବିଜୟ ସହ ତୃତୀୟରେ କୋଲକାତା

ଆବୁଧାବି, ୮।୧୦:  ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ୧୬୭ ରନରେ ଅଲଆଉଟ ହୋଇଥିବାବେଳେ ଚେନ୍ନାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୨୬ ରନ ଆବଶ୍ୟକ ହେଉଥିବାବେଳେ ଚେନ୍ନାଇ ୧୫ ରନ କରି ପାରିଥିଲା। ବିଜୟ ସହ କୋଲକାତା ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
ପୂର୍ବ ମ୍ୟାଚକୁ ୧୦ ଉଇକେଟରେ ଜିତିଥିବା ଚେନ୍ନାଇ ଏଠାରେ ୩୦ ରନରେ ଓପନର ଫାଫ୍‌ ଡୁପ୍ଲେସି(୧୭ରନ, ୧୦ ବଲ, ୩ ଚୌକା)ଙ୍କ ଉଇକେଟ ହରାଇଥିଲେ ହେଁ ଶେନ ଓ୍ବାଟସନ ଓ ଅମ୍ବାତି ରାୟୁଡ଼ୁ ଦ୍ୱିତୀୟ ଉଇକେଟରେ ୬୯ ରନର ଭାଗୀଦାରି ଗଢ଼ି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବାରେ ମ୍ୟାଚର ମୋମେଣ୍ଟମରେ ପରିବର୍ତ୍ତନ ହୋଇଥିଲା। ୧୩ତମ ଓଭରରେ ବୋଲିଂ କରିବାକୁ ଆସିଥିବା କମଲେଶ ନାଗରକୋଟି ପ୍ରଥମ ବଲ୍‌ରେ ରାୟୁଡ଼ୁଙ୍କୁ ଆଉଟ କରି ଦଳକୁ ବଡ଼ ବ୍ରେକ୍‌ ଥ୍ରୁ ଦେଇଥିଲେ। ୨୭ ବଲ୍‌ ଖେଳିଥିବା ରାୟୁଡ଼ୁ ୩ ଚୌକା ସହ ୩୦ ରନ କରିଥିଲେ। ପରେ ଓ୍ବାଟସନ(୫୦ ରନ, ୪୦ ବଲ, ୬ ଚୌକା, ୧ ଛକା) ଅର୍ଦ୍ଧଶତକ ହାସଲ କରି ଆଉଟ ହେବାରୁ ଚେନ୍ନାଇ ଉପରେ ଚାପ ପଡ଼ିଥିଲା। ଧୋନୀ ୧୨ ବଲ୍‌ରୁ ମାତ୍ର ୧୧ ରନ କରି ପାରିଥିଲେ। କେଦାର ଯାଦବଙ୍କ ଖରାପ ଫର୍ମ ମଧ୍ୟ ଦଳ ପରାଜୟର ଅନ୍ୟତମ କାରଣ ସାଜିଥିଲା। ଡେଥ୍‌ ଓଭରରେ ସେ ୧୨ ବଲ୍‌ ଖେଳିଥିଲେ ହେଁ ମାତ୍ର ୭ ରନ ସ୍କୋର କରିଥିଲେ। କୋଲକାତା ପକ୍ଷରୁ କମଲେଶ ନାଗରକୋଟି, ଶିବମ୍‌ ମାଭି, ସୁନୀଲ ନାରିନ, ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା। ଏହା ପୂର୍ବରୁ ୨୦୧୫ ମେ’ରେ କୋଲକାତା ଟସ୍‌ ଜିତି ଶେଷଥରପାଇଁ ବ୍ୟାଟିଂ ନେଇଥିଲା। ଇତିମଧ୍ୟରେ ୩୩ଥର ଟସ୍‌ ଜିତିଥିଲେ ହେଁ ପ୍ରଥମଥରପାଇଁ ପୁଣି ସେହି ନିଷ୍ପତ୍ତି ନେଇଥିଲା। ଦଳରେ କୌଣସି ଖେଳାଳି ପରିବର୍ତ୍ତନ କରାଯାଇ ନ ଥିଲେ ହେଁ ବ୍ୟାଟିଂ କ୍ରମରେ ଅନେକ ପରିବର୍ତ୍ତନ ହୋଇଥିଲା। ଶୁବମନ୍‌ ଗିଲ୍‌ଙ୍କ ସହ ଇନିଂସ ଓପନ କରିବାକୁ ଆସିଥିଲେ ରାହୁଲ ତ୍ରିପାଠୀ। ପୂର୍ବ ମ୍ୟାଚଗୁଡ଼ିକରେ ଓପନର ଦାୟିତ୍ୱ ତୁଲାଇଥିବା ସୁନୀଲ ନାରିନ ୪ ନମ୍ବର ସ୍ଥାନରେ ଆସିଥିଲେ। ଓପନିଂ ଯୋଡ଼ିରେ ୨୬ ବଲ୍‌ରୁ ୩୭ ରନ ଯୋଗ ହେବାପରେ ଶୁବମନ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ନୀତୀଶ ରାଣା ୯ , ନାରିନ ୧୭ ଓ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଇଅନ ମୋର୍ଗାନ ୭ ରନରେ ଆଉଟ ହୋଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ମାତ୍ର ୨ ରନରେ ଆଉଟ ହେବା ଦଳକୁ ବଡ଼ ଝଟ୍‌କା ପହଞ୍ଚାଇଥିଲା। ଟପ୍‌ ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ରାହୁଲ ତ୍ରିପାଠୀଙ୍କ ଉପରେ ଚାପ ବଢ଼ାଇଥିଲା। ତେବେ ସେ ଦୃଢ଼ ବ୍ୟାଟିଂ ଜାରିରଖି ଦଳକୁ ସମ୍ମାନଜନକ ସ୍କୋର ପଥରେ ଆଗେଇ ନେଇଥିଲେ। ୫୧ ବଲ୍‌ରୁ ୮ ଚୌକା ଓ ୩ ଛକା ସହାୟତାରେ ୮୧ ରନ କରିଥିବାବେଳେ ରାହୁଲ ଡ୍ବେନ ବ୍ରାଭୋଙ୍କ ଏକ ୟର୍କର ଖେଳିବାକୁ ଯାଇ ଶର୍ଟ ଥାର୍ଡମ୍ୟାନ ଅଞ୍ଚଳରେ ଶେନ ଓ୍ବାଟସନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଆଇପିଏଲ୍‌-୨୦୨୦ରେ ବ୍ରାଭୋଙ୍କର ଏହା ପ୍ରଥମ ଉଇକେଟ ଥିଲା। ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଖରାପ ଫର୍ମ ଜାରି ରଖି ୧୧ ବଲ୍‌ରୁ ମାତ୍ର ୧୨ ରନ କରିପାରିଥିଲେ। ପ୍ୟାଟ୍‌ କୁମିନ୍ସ ୯ ବଲ୍‌ରୁ ୧୭(୧ ଚୌକା, ୧ ଛକା) ରନରେ ଅପରାଜିତ ରହିବାରୁ କୋଲକାତା ସ୍କୋର ୧୬୭ରେ ପହଞ୍ଚତ୍ଥିଲା। ଶେଷ ଓଭରରେ ନାଇଟ ରାଇଡର୍ସ ୩ ଉଇକେଟ ହରାଇଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ବୋଲରଙ୍କ ମଧ୍ୟରେ ଡ୍ବେନ ବ୍ରାଭୋ ସର୍ବାଧିକ ୩ଟି ଏବଂ ଶାର୍ଦ୍ଦୁଳ ଠାକୁର, କର୍ନ ଶର୍ମା ଓ ସାମ୍‌ କୁରାନ ୨ଟି ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୬୭/ଅଲଆଉଟ (ରାହୁଲ ତ୍ରିପାଠୀ-୮୧, ବ୍ରାଭୋ-୩/୩୭, କର୍ନ-୨/୨୫, ଶାର୍ଦ୍ଦୁଳ-୨/୨୮, ସାମ୍‌ କୁରାନ-୨/୨୬)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୫୭/୫(ଓ୍ବାଟସନ-୫୦, ରାୟୁଡ଼ୁ-୩୦, ମାଭି-୧/୩୨, ନାଗରକୋଟି-୧/୨୧, ନାରିନ-୧/୩୧, ବରୁଣ-୧/୨୮, ରସେଲ-୧/୧୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri