Posted inଖେଳ

ବିଜୟ ସହ ତୃତୀୟରେ କୋଲକାତା

ଆବୁଧାବି, ୮।୧୦:  ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ୧୬୭ ରନରେ ଅଲଆଉଟ ହୋଇଥିବାବେଳେ ଚେନ୍ନାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୨୬ ରନ ଆବଶ୍ୟକ ହେଉଥିବାବେଳେ ଚେନ୍ନାଇ ୧୫ ରନ କରି ପାରିଥିଲା। ବିଜୟ ସହ କୋଲକାତା ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
ପୂର୍ବ ମ୍ୟାଚକୁ ୧୦ ଉଇକେଟରେ ଜିତିଥିବା ଚେନ୍ନାଇ ଏଠାରେ ୩୦ ରନରେ ଓପନର ଫାଫ୍‌ ଡୁପ୍ଲେସି(୧୭ରନ, ୧୦ ବଲ, ୩ ଚୌକା)ଙ୍କ ଉଇକେଟ ହରାଇଥିଲେ ହେଁ ଶେନ ଓ୍ବାଟସନ ଓ ଅମ୍ବାତି ରାୟୁଡ଼ୁ ଦ୍ୱିତୀୟ ଉଇକେଟରେ ୬୯ ରନର ଭାଗୀଦାରି ଗଢ଼ି ମ୍ୟାଚକୁ ନିୟନ୍ତ୍ରଣରେ ରଖିଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବାରେ ମ୍ୟାଚର ମୋମେଣ୍ଟମରେ ପରିବର୍ତ୍ତନ ହୋଇଥିଲା। ୧୩ତମ ଓଭରରେ ବୋଲିଂ କରିବାକୁ ଆସିଥିବା କମଲେଶ ନାଗରକୋଟି ପ୍ରଥମ ବଲ୍‌ରେ ରାୟୁଡ଼ୁଙ୍କୁ ଆଉଟ କରି ଦଳକୁ ବଡ଼ ବ୍ରେକ୍‌ ଥ୍ରୁ ଦେଇଥିଲେ। ୨୭ ବଲ୍‌ ଖେଳିଥିବା ରାୟୁଡ଼ୁ ୩ ଚୌକା ସହ ୩୦ ରନ କରିଥିଲେ। ପରେ ଓ୍ବାଟସନ(୫୦ ରନ, ୪୦ ବଲ, ୬ ଚୌକା, ୧ ଛକା) ଅର୍ଦ୍ଧଶତକ ହାସଲ କରି ଆଉଟ ହେବାରୁ ଚେନ୍ନାଇ ଉପରେ ଚାପ ପଡ଼ିଥିଲା। ଧୋନୀ ୧୨ ବଲ୍‌ରୁ ମାତ୍ର ୧୧ ରନ କରି ପାରିଥିଲେ। କେଦାର ଯାଦବଙ୍କ ଖରାପ ଫର୍ମ ମଧ୍ୟ ଦଳ ପରାଜୟର ଅନ୍ୟତମ କାରଣ ସାଜିଥିଲା। ଡେଥ୍‌ ଓଭରରେ ସେ ୧୨ ବଲ୍‌ ଖେଳିଥିଲେ ହେଁ ମାତ୍ର ୭ ରନ ସ୍କୋର କରିଥିଲେ। କୋଲକାତା ପକ୍ଷରୁ କମଲେଶ ନାଗରକୋଟି, ଶିବମ୍‌ ମାଭି, ସୁନୀଲ ନାରିନ, ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା। ଏହା ପୂର୍ବରୁ ୨୦୧୫ ମେ’ରେ କୋଲକାତା ଟସ୍‌ ଜିତି ଶେଷଥରପାଇଁ ବ୍ୟାଟିଂ ନେଇଥିଲା। ଇତିମଧ୍ୟରେ ୩୩ଥର ଟସ୍‌ ଜିତିଥିଲେ ହେଁ ପ୍ରଥମଥରପାଇଁ ପୁଣି ସେହି ନିଷ୍ପତ୍ତି ନେଇଥିଲା। ଦଳରେ କୌଣସି ଖେଳାଳି ପରିବର୍ତ୍ତନ କରାଯାଇ ନ ଥିଲେ ହେଁ ବ୍ୟାଟିଂ କ୍ରମରେ ଅନେକ ପରିବର୍ତ୍ତନ ହୋଇଥିଲା। ଶୁବମନ୍‌ ଗିଲ୍‌ଙ୍କ ସହ ଇନିଂସ ଓପନ କରିବାକୁ ଆସିଥିଲେ ରାହୁଲ ତ୍ରିପାଠୀ। ପୂର୍ବ ମ୍ୟାଚଗୁଡ଼ିକରେ ଓପନର ଦାୟିତ୍ୱ ତୁଲାଇଥିବା ସୁନୀଲ ନାରିନ ୪ ନମ୍ବର ସ୍ଥାନରେ ଆସିଥିଲେ। ଓପନିଂ ଯୋଡ଼ିରେ ୨୬ ବଲ୍‌ରୁ ୩୭ ରନ ଯୋଗ ହେବାପରେ ଶୁବମନ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ନୀତୀଶ ରାଣା ୯ , ନାରିନ ୧୭ ଓ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଇଅନ ମୋର୍ଗାନ ୭ ରନରେ ଆଉଟ ହୋଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ମାତ୍ର ୨ ରନରେ ଆଉଟ ହେବା ଦଳକୁ ବଡ଼ ଝଟ୍‌କା ପହଞ୍ଚାଇଥିଲା। ଟପ୍‌ ଓ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ରାହୁଲ ତ୍ରିପାଠୀଙ୍କ ଉପରେ ଚାପ ବଢ଼ାଇଥିଲା। ତେବେ ସେ ଦୃଢ଼ ବ୍ୟାଟିଂ ଜାରିରଖି ଦଳକୁ ସମ୍ମାନଜନକ ସ୍କୋର ପଥରେ ଆଗେଇ ନେଇଥିଲେ। ୫୧ ବଲ୍‌ରୁ ୮ ଚୌକା ଓ ୩ ଛକା ସହାୟତାରେ ୮୧ ରନ କରିଥିବାବେଳେ ରାହୁଲ ଡ୍ବେନ ବ୍ରାଭୋଙ୍କ ଏକ ୟର୍କର ଖେଳିବାକୁ ଯାଇ ଶର୍ଟ ଥାର୍ଡମ୍ୟାନ ଅଞ୍ଚଳରେ ଶେନ ଓ୍ବାଟସନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଆଇପିଏଲ୍‌-୨୦୨୦ରେ ବ୍ରାଭୋଙ୍କର ଏହା ପ୍ରଥମ ଉଇକେଟ ଥିଲା। ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଖରାପ ଫର୍ମ ଜାରି ରଖି ୧୧ ବଲ୍‌ରୁ ମାତ୍ର ୧୨ ରନ କରିପାରିଥିଲେ। ପ୍ୟାଟ୍‌ କୁମିନ୍ସ ୯ ବଲ୍‌ରୁ ୧୭(୧ ଚୌକା, ୧ ଛକା) ରନରେ ଅପରାଜିତ ରହିବାରୁ କୋଲକାତା ସ୍କୋର ୧୬୭ରେ ପହଞ୍ଚତ୍ଥିଲା। ଶେଷ ଓଭରରେ ନାଇଟ ରାଇଡର୍ସ ୩ ଉଇକେଟ ହରାଇଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ବୋଲରଙ୍କ ମଧ୍ୟରେ ଡ୍ବେନ ବ୍ରାଭୋ ସର୍ବାଧିକ ୩ଟି ଏବଂ ଶାର୍ଦ୍ଦୁଳ ଠାକୁର, କର୍ନ ଶର୍ମା ଓ ସାମ୍‌ କୁରାନ ୨ଟି ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୬୭/ଅଲଆଉଟ (ରାହୁଲ ତ୍ରିପାଠୀ-୮୧, ବ୍ରାଭୋ-୩/୩୭, କର୍ନ-୨/୨୫, ଶାର୍ଦ୍ଦୁଳ-୨/୨୮, ସାମ୍‌ କୁରାନ-୨/୨୬)। ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୫୭/୫(ଓ୍ବାଟସନ-୫୦, ରାୟୁଡ଼ୁ-୩୦, ମାଭି-୧/୩୨, ନାଗରକୋଟି-୧/୨୧, ନାରିନ-୧/୩୧, ବରୁଣ-୧/୨୮, ରସେଲ-୧/୧୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri