Posted inଖେଳ

କୋହଲିଙ୍କ ତ୍ରୁଟି ଦର୍ଶାଇଲେ ଗମ୍ଭୀର

ନୂଆଦିଲ୍ଲୀ, ୧ା୧୨ (ପି.ଟି.): ସିଡ୍‌ନୀଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓପନିଂ ସ୍ପେଲ୍‌ରେ ତାଙ୍କର ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ମାତ୍ର ୨ଓଭର ବୋଲିଂ ଦେଇ ମସ୍ତବଡ଼ ଭୁଲ୍‌ କରିଛନ୍ତି। ବିଶ୍ୱ କ୍ରିକେଟରେ ଅନ୍ୟ କେହି ଏପରି କରି ନ ଥାନ୍ତେ ବୋଲି କହିଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର। କୋହଲିଙ୍କ ଅଧିନାୟକତ୍ୱର ଅନ୍ୟତମ ସମାଲୋଚକ ଗମ୍ଭୀର ଦୁଇଦଳର ଅଧିନାୟକଙ୍କ ମଧ୍ୟରେ ଏକ ତୁଳନା କରିଛନ୍ତି। ସେ କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ତାଙ୍କ ଦଳର ପ୍ରମୁଖ ପେସ୍‌ ବୋଲର ଜୋସ୍‌ ହାଜେଲଉଡ୍‌ଙ୍କର ଠିକଣା ସଦୁପଯୋଗ କରିବାରୁ ଆୟୋଜକ ଦେଶ ପ୍ରଥମ ଦୁଇଟି ଅନ୍ତର୍ଜାତୀୟ ଦିନିକିଆରେ ସହଜ ବିଜୟ ଲାଭ କରିପାରିଛି। ପାଖରେ ଯଶପ୍ରୀତ ବୁମ୍‌ରାଙ୍କ ଭଳି ପ୍ରତିଭାସମ୍ପନ୍ନ ବୋଲର ଥିଲେ ନୂଆ ବଲ୍‌ରେ ତାଙ୍କୁ ମାତ୍ର ୨ ଓଭର ବୋଲିଂ ଦେବା ମସ୍ତବଡ଼ ଭୁଲ୍‌ ବୋଲି ଗମ୍ଭୀର କହିଛନ୍ତି। ତାଙ୍କ ମତରେ ଓନିଂ ସ୍ପେଲ୍‌ରେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ପ୍ରତ୍ୟେକଙ୍କୁ ୫ ଓଭର ଲେଖାଏଁ ବୋଲିଂ ଦିଆଯିବା ଉଚିତ୍‌। ଦୁହେଁ ଟପ୍‌ ଅର୍ଡରରେ ଅତିକମ୍‌ରେ ୨ଟି ଉଇକେଟ ଖସାଇବା ଲାଗି ଉଦ୍ୟମ କରିବେ। ବର୍ତ୍ତମାନ ଅଷ୍ଟ୍ରେଲିଆର ୩ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ୍‌, ଡେଭିଡ୍‌ ଓ୍ବାର୍ନର ଏବଂ ଷ୍ଟିଭ୍‌ ସ୍ମିଥ୍‌ ଜବରଦସ୍ତ ଫର୍ମରେ ଅଛନ୍ତି। ଭାରତୀୟ ଦଳରେ ଯଦି କୌଣସି ବୋଲର ଏହି ୩ଜଣଙ୍କୁ ଆଉଟ କରିବା ଲାଗି ଦକ୍ଷତା ରଖିଥାନ୍ତି ସେ ହେଉଛନ୍ତି ବୁମ୍‌ରା। ପ୍ରଥମେ ୨ ଓଭର ବୋଲିଂ ଦେଇ ୧୦ ଓଭର ପରେ ବୋଲିଂ ପାଇଁ ଡାକିବା ବେଳକୁ ବଲ୍‌ ପୁରୁଣା ହୋଇଯାଇଥିବ। ସେତେବେଳ ଓ୍ବାର୍ନରଙ୍କ ଭଳି ଖେଳାଳିଙ୍କୁ ଆଉଟ କରିବା ସହଜ ହେବ ନାହିଁ ବୋଲି ଗମ୍ଭୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri