Posted inଖେଳ

କୋହଲିଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଉଚିତ: ହୋକ୍‌ଲି

ମେଲବୋର୍ନ,୧୧।୧୧(ପି.ଟି.): ସିରିଜର ଅନ୍ତିମ ୩ଟି ଟେଷ୍ଟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। ପିତୃତ୍ୱ ଛୁଟିରେ ଯାଉଥିବାରୁ ସେ ଟେଷ୍ଟ ସିରିଜର ଅଧିକାଂଶ ମ୍ୟାଚ୍‌ ଖେଳିବେ ନାହଁ। କିନ୍ତୁ ଏଥିରେ ଆଦୌ ଆଶ୍ଚର୍ଯ୍ୟ ନୁହେଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହୋକ୍‌ଲି କହିଛନ୍ତି। ଯେତେବେଳେ କୋହଲି ପିତା ହେବେ ବୋଲି ଘୋଷଣା କରିଥିଲେ ସେତେବେଳେ ସେ ସବୁ ଟେଷ୍ଟ ନ ଖେଳିବା ନିଶ୍ଚିତ ହୋଇଥିଲା। ପିତୃତ୍ୱ ଲାଭ ପାଇଁ ଛୁଟି ନେଇଥିବାରୁ କୋହଲିଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯିବା ଦରକାର। କୋହଲି ୩ଟି ଦିନିକିଆ, ୩ଟି ଟି୨୦ ଓ ଏକମାତ୍ର ପିଙ୍କ୍‌ ବଲ ଟେଷ୍ଟ ଖେଳିବେ। ତେଣୁ ସେ ଗସ୍ତର ଅଧିକାଂଶ ମ୍ୟାଚ୍‌ ଅର୍ଥାତ ୧୦ଟିରୁ ୭ଟି ମ୍ୟାଚ୍‌ ଖେଳିବେ ଓ ଏହା ଖୁସିର କଥା ବୋଲି ହୋକ୍‌ଲି କହିଛନ୍ତି। ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁଥିବା ପ୍ରଥମ ତଥା ପିଙ୍କ ବଲ ଟେଷ୍ଟ ଖେଳିବା ପରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ।
ଏବେ କୋହଲି ସାରା ବିଶ୍ୱରେ ସବୁଠାରୁ ବଡ଼ ସୁପରଷ୍ଟାର ବିବେଚିତ ହେଉଛନ୍ତି। ସେ ଏହି ଗସ୍ତରେ ୭ଟି ମ୍ୟାଚ୍‌ ଖେଳିବେ। ଅବଶ୍ୟ ଉଭୟ ଦଳରରେ ଏକାଧିକ ସୁପରଷ୍ଟାର ଓ ଉଚ୍ଚକୋଟୀର ଖେଳାଳି ରହିଛନ୍ତି ଓ ପ୍ରଶଂସକମାନଙ୍କୁ ଏମାନେ ବାନ୍ଧି ରଖିବାରେ ସଫଳ ହେବେ। ତେଣୁ ଏହି ସିରିଜ ନିଶ୍ଚିତ ଭାବେ ରୋମାଞ୍ଚକ ଓ ଉପଭୋଗ୍ୟ ହେବ। ପୁଣି ପିତୃତ୍ୱ ଲାଭ କରିବା ପରେ କୋହଲି ପୁଣି ଅଷ୍ଟ୍ରେଲିଆ ଆସି ବାକି ଟେଷ୍ଟ ମ୍ୟାଚ୍‌ ଖେଳିବାର ସମ୍ଭାବନା ପ୍ରାୟ ନାହିଁ ବୋଲି ହୋକ୍‌ଲି କହିଛନ୍ତି। ସେ ପ୍ରତ୍ୟାବର୍ତ୍ତନ କଲେ ତାଙ୍କୁ ପୁଣି ଥରେ ବାଧ୍ୟତାମୂଳକ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିବ। କିନ୍ତୁ ୩ଟି ଫର୍ମାଟ୍‌ର ସିରିଜ୍‌ଗୁଡିକ ମଜାଦାର ନିଶ୍ଚିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri