Posted inଖେଳ

କୋହଲିଙ୍କ କ୍ଲାସ୍‌ ନେଲେ ଦ୍ରାଭିଡ

ସେଞ୍ଚୁରିଅନ,୧୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୨୬ରୁ ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯିବ। ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଭାରତ କୌଣସି ସିରିଜ ଜିତି ନାହିଁ। ଏଭଳି ପରିସ୍ଥିତିରେ କୋଚ ରାହୁଲ ଦ୍ରାବିଡ ଏଥର ଇତିହାସ ବଦଳାଇବା ପାଇଁ କୌଣସି ସୁଯୋଗ ହାତଛଡା ରଖିବାକୁ ଚାହୁଁନାହାଁନ୍ତି। ସେଥିପାଇଁ ଦଳର ଧ୍ୟାନ ବିରାଟ କୋହଲିଙ୍କ ଉପରେ ରହିଛି। ୨୦୧୮ରେ ଶେଷ ଥର ପାଇଁ କୋହଲି ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ୧୫୩ ରନର ଚମତ୍କାର ଇନିଂସ ଖେଳିଥିଲେ। ତେବେ ବିରାଟଙ୍କ ଅଧିନାୟକ ଇନିଂସ ସତ୍ତ୍ୱେ ଭାରତ ଟେଷ୍ଟକୁ ୧୩୫ ରନରେ ହାରିଥିଲା। ଏଭଳି ପରିସ୍ଥିତିରେ ବିରାଟ ଏହି ପରାଜୟର ହିସାବ ନେବାକୁ ଚାହୁଁଛନ୍ତି।


ରାହୁଲ ଦ୍ରାବିଡ ସେଞ୍ଚୁରିଅନ ଟେଷ୍ଟ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କର ଧ୍ୟାନ ବିରାଟ କୋହଲିଙ୍କ ଉପରେ ରହିଛି। ସେଥିପାଇଁ ଦଳର ପ୍ରଥମ ନେଟ ଅଧିବେଶନରେ ସେ ବିରାଟଙ୍କ କ୍ଲାସ ନେଉଛନ୍ତି। କୋହଲିଙ୍କ ଏହାର ଏକ ଭିଡିଓ ବିସିସିଆଇ ଦ୍ୱାରା ଶେୟାର କରାଯାଇଛି। ଏଥିରେ କୋହଲି ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବା ଏବଂ ଦ୍ରାବିଡଙ୍କ ମଧ୍ୟରେ ତାଙ୍କୁ ଟିପ୍ସ ଦେଉଥିବାର ନଜର ଆସିଛନ୍ତି। ବିରାଟ ମଧ୍ୟ ସମସ୍ତ ଗମ୍ଭୀରତାର ସହିତ କୋଚ ଦ୍ରାବିଡଙ୍କ କଥା ଶୁଣୁଥିବାର ନଜର ଆସିଥିଲେ। ଏହି ଭିଡିଓରେ ଚେତେଶ୍ୱର ପୂଜାରା, ଶ୍ରେୟାସ ଆୟର ଏବଂ ରିଷଭ ପନ୍ତ ମଧ୍ୟ ବ୍ୟାଟିଂ ଅଭ୍ୟାସ କରୁଥିବା ନଜର ଆସିଛନ୍ତି।
ଅଧିନାୟକତ୍ୱ ଦୃଷ୍ଟିରୁ ବିରାଟଙ୍କ ପାଇଁ ଏହି ଯାତ୍ରା ଯେତିକି ଗୁରୁତ୍ୱପୂର୍ଣ୍ଣ, ଜଣେ ବ୍ୟାଟ୍ସମ୍ୟାନ ଭାବରେ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଅନ୍ତର୍ଜାତୀୟ କ୍ରିକେଟରେ ସେ ଏକ ଶତକ ହାସଲ କରିବାର ୨ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେ ଶେଷ ଥର ପାଇଁ ନଭେମ୍ବର ୨୦୧୯ରେ କୋଲକାତାରେ ଦିନିକିଆ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏକ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri