Posted inଖେଳ

ବଡ଼ ରେକର୍ଡ ହାସଲ କରିବେ କୋହଲି

ଅହମ୍ମଦାବାଦ,୮।୨: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତି ସିରିଜ ହାତେଇବା ଉଦ୍ଦେଶ୍ୟରେ ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓହ୍ଲାଇବ ଭାରତୀୟ କ୍ରିକେଟ ଦଳ। ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପଡ଼ିଆରେ ଓହ୍ଲାଇବା ମାତ୍ରେ ଏକ ବଡ଼ ସଫଳତା ହାସଲ କରିବେ। ୩୩ ବର୍ଷୀୟ କୋହଲି କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଐତିହାସିକ କ୍ଲବରେ ଯୋଗଦେବେ।
ବିରାଟ ଏପର୍ଯ୍ୟନ୍ତ ଭାରତୀୟ ମାଟିରେ ୯୯ଟି ଦିନିକିଆ ଖେଳିଛନ୍ତି। ସିରିଜର ଦ୍ୱିତୀୟ ଦିନିକିଆରେ ପ୍ରବେଶ କରିବା ସହିତ ସେ ଦେଶରେ ୧୦୦ଟି ଦିନିକିଆ ଖେଳିବାରେ ୫ ତମ ଭାରତୀୟ ହେବେ। ମୋଟ ଉପରେ, ସେ ୩୬ତମ କ୍ରିକେଟର ହେବେ ଯିଏ ଘରେ ୧୯୯ କିମ୍ବା ଅଧିକ ଦିନିକିଆ ଖେଳିଛନ୍ତି।
ଭାରତ ପାଇଁ ସଚିନ ତେନ୍ଦୁଲକର ଦେଶରେ ମୋଟ ୧୬୪ଟି ମ୍ୟାଚ ଖେଳିଥିବାବେଳେ ଧୋନୀ ୧୨୭ ଏବଂ ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କ ନାମରେ ୧୧୩ଟି ଦିନକିଆ ମ୍ୟାଚ ଖେଳିଛନ୍ତି। ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ତାଙ୍କ ନାମରେ ୧୦୮ ଟି ମ୍ୟାଚ ଖେଳିଛନ୍ତି। ଏହି ୯୯ଟି ଦିନିକିଆରେ କୋହଲି ମୋଟ ୫୦୦୨ ରନ ସ୍କୋର କରିଛନ୍ତି। ୱିଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ଦିନିକିଆରେ ମୋତ୍ର ୮ ରନ ସ୍କୋର କରିବା ପରେ କୋହଲି ପାଭିଲିୟନକୁ ଫେରିଥିଲେ। ଯଦିଓ ବିରାଟ ଏହି ସମୟ ମଧ୍ୟରେ ଭାରତୀୟ ମାଟିରେ ୫୦୦୦ ଦିନିକିଆ ରନ କରିଥିଲେ। ସେ ସବୁଠାରୁ କମ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ। କୋହଲି ୧୧୨ ଇନିଂସରେ ୫୦୦୦ ଦିନିକିଆ ରନ ସ୍କୋର କରିଥିବା ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri