Posted inଖେଳ

ପିଠି ଯନ୍ତ୍ରଣାରୁ ଏମିତି ଉପଶମ ପାଇଥିଲେ କୋହଲି

ୟୁଏଇ,୨୨।୯: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରରେ ଏକ ପର୍ଯ୍ୟାୟ ଥିଲା, ଯେତେବେଳେ ସେ ପିଠି ଯନ୍ତ୍ରଣାରେ ଅତ୍ୟଧିକ ଚିନ୍ତିତ ଥିଲେ। କିନ୍ତୁ ଭାରତର ପୂର୍ବତନ ଫିଟନେସ କୋଚ ବାସୁ ଶଙ୍କରଙ୍କ ତତ୍ତ୍ୱାବଧାନରେ ସେ ଏଥିରୁ ମୁକ୍ତି ପାଇବାରେ ସଫଳ ହୋଇଥିଲେ। ବସୁ ଶଙ୍କରଙ୍କ ପୁସ୍ତକ ‘୧୦୦, ୨୦୦ ପ୍ରାକ୍ଟିକାଲ ଆପ୍ଲିକେସନ ଇନ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂନ୍‌’ର ମୁଖବନ୍ଧରେ କୋହଲି ଲେଖିଛନ୍ତି ଯେ, ଜଣେ ଫିଟନେସ କୋଚ ତାଙ୍କୁ ଓଜନ ଉଠାଇବା ପାଇଁ କିପରି ପ୍ରେରଣା ଦେଇଥିଲେ ଏବଂ ତାଙ୍କୁ ଦୁନିଆର ସବୁଠାରୁ ଭଲ କ୍ରିକେଟର ଭାବରେ ପରିଣତ କରିଥିଲେ।
କୋହଲି ଲେଖିଛନ୍ତି ଯେ ୨୦୧୪ ର ଶେଷ ମାସରେ, ମୁଁ ପିଠି ଯନ୍ତ୍ରଣା ଦ୍ୱାରା ବହୁତ ଅସୁବିଧାରେ ପଡିଥିଲି, ଯାହା ଯିବାର ନାମ ନେଉ ନ ଥିଲା। ପ୍ରତିଦିନ ସକାଳେ ମୋର ପିଠି ଢିଲା କରିବା ପାଇଁ ମୋତେ ୪୫ ମିନିଟ ବ୍ୟାୟାମ କରିବାକୁ ପଡୁଥିଲା, କିନ୍ତୁ ଦିନରେ କିଛି ସମୟରେ ଏହା ପୁଣି ଟାଣ ହୋଇଯାଉଥିଲା। ଏନେଇ ବାସୁ ସାର୍‌ ସହ କଥା ହୋଇଥିଲି। ପୂର୍ବରୁ ମୁଁ ଓଜନ ଉଠାଇବା ବିଷୟରେ ନିଶ୍ଚିତ ନ ଥିଲି, କିନ୍ତୁ ବାସୁ ସାର୍‌ ମୋତେ କେବଳ ଗୋଟିଏ କଥା କହିଥିଲେ ଯାହା ମୋତେ ବିଶ୍ୱାସଯୋଗ୍ୟ ଥିଲା। ତାଙ୍କର ଜ୍ଞାନ ଏବଂ ଅଭିଜ୍ଞତା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା।
ସୂଚନାଯୋଗ୍ୟ, ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ଜାତୀୟ ଦଳ ସହ କାର୍ଯ୍ୟ କରିଥିବା ଶଙ୍କର କୋହଲି ଏବଂ ଭାରତୀୟ ଦଳର ଫିଟନେସରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri