Posted inଖେଳ

ଏହି କ୍ରିକେଟର୍‌ଙ୍କୁ ପ୍ରବଳ ଗାଳି ଦେଇଥିଲେ କୋହଲି, ଏବେ କଲେ ଖୁଲାସା

ଲଣ୍ଡନ,୧୯।୮:ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଅନେକ ମତଭେଦ ଲାଗି ରହିଥିଲା। ପିଚ୍‌ରେ ଦୌଡ଼ିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଆଣ୍ଡରସନଙ୍କୁ କଡ଼ା ଜବାବ ଦେଇଥିଲେ। କୋହଲି ଏପରିକି ଆଣ୍ଡରସନଙ୍କୁ କହିଥିଲେ ଯେ, ଏହା ହେଉଛି ପିଚ, ଆପଣଙ୍କ ଘର ନୁହେଁ, ଯେଉଁଠାରେ ଆପଣ ଦୌଡୁଛନ୍ତି। କୋହଲିଙ୍କ ଏହି ଆକ୍ରମଣାତ୍ମକ ଆଚରଣକୁ ପୂର୍ବତନ ଇଂଲଣ୍ଡ କ୍ରିକେଟର ନିକ କମ୍ପଟନ ଟୁଇଟ୍‌ କରି ସମାଲୋଚନା କରିଥିଲେ। କିନ୍ତୁ ଭାରତୀୟ ପ୍ରଶଂସକମାନେ କମ୍ପଟନଙ୍କୁ ଟ୍ରୋଲ କରିଲେ। ଏହା ପରେ ସେ ତାଙ୍କ ଟୁଇଟ୍‌କୁ ଡିଲିଟ କରିଥିଲେ।
କମ୍ପଟନ ୩ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ। ଏଥିରେ ସେ କୋହଲିଙ୍କୁ ସଚିନ ତେନ୍ଦୁଲକର, କେନ ୱିଲିୟମସନ ଏବଂ ଜୋ ରୁଟଙ୍କ ଭଳି ଖେଳାଳିଙ୍କ ସହ ତୁଳନା କରିଥିଲେ। ସେ ଲେଖିଛନ୍ତି ଯେ, ୨୦୧୨ ରେ କୋହଲିଙ୍କଠାରୁ ପାଇଥିବା ଖରାପ ବ୍ୟବହାର ମୁଁ କେବେବି ଭୁଲି ପାରିବି ନାହିଁ। ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। କାରଣ ସେତେବେଳେ ବିରାଟ ସମସ୍ତ ସୀମା ଅତିକ୍ରମ କରିଥିଲେ। ଜୋ ରୁଟ, ସଚିନ ତେନ୍ଦୁଲକର ଏବଂ କେନ ୱିଲିୟମସନ ଏତେ ଶାନ୍ତ ଏବଂ ନମ୍ର ଖେଳାଳି କିନ୍ତୁ କୋହଲି ଆଦୌ ନୁହେଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଭୋ କେତୋଟି ମ୍ୟାଚ୍‌ ଖେଳିବେନି

ଆବୁଧାବି,୨୧।୯(ପି.ଟି.): ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆଗାମୀ କେତୋଟି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ ହେଡ୍‌ କୋଚ୍‌ ଷ୍ଟିଫାନ ଫ୍ଲେମିଂ କହିଛନ୍ତି। ବ୍ରାଭୋଙ୍କ...

ଆଇପିଏଲ୍‌ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୧।୮ : ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ମୁଖ୍ୟ କୋଚ୍‌ ସାଇମନ କାଟିଚ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ...

ଆଜି ଭାଇ ଦୁଜ୍‌: ଜାଣନ୍ତୁ କ୍ରିକେଟରଙ୍କ ଭଉଣୀମାନେ କେମିତି ପାଳନ୍ତି ଏହି ପର୍ବ

ଭାଇ-ଭଉଣୀ ପବିତ୍ର ବନ୍ଧନ ଦୁନିଆର ସବୁଠୁ ନିଆରା। ଏହି ବନ୍ଧନର କୌଣସି ତୁଳନା ନାହିଁ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିକୁ ଭାଇ ଦୂଜ ବା...

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର, ୧୯।୧୦(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ନଭେମ୍ବର ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ...

ନ୍ୟୁଜିଲାଣ୍ଡ କ୍ରିକେଟ ଛାଡ଼ିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ଅକ୍‌ଲାଣ୍ଡ, ୫।୧୨- ନ୍ୟୁଜିଲାଣ୍ଡ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ କୋରି ଆଣ୍ଡରସନ। ସେ ଆମେରିକାର ମେଜର ଲିଗ୍‌ କ୍ରିକେଟ ଟି୨୦ ଲିଗ୍‌ରେ ୩...

୨୦୧୮ ପାଇଁ ଚାନୁ ପାଇବେ ଅଜୁର୍ନ ପୁରସ୍କାର

ନୂଆଦିଲ୍ଲୀ,୨୫।୬(ପି.ଟି.): ଡୋପିଂ ଅଭିଯୋଗରୁ ମୁକ୍ତ ହୋଇଥିବା ଭାରୋତ୍ତୋଳିକା ସଞ୍ଜିତା ଚାନୁ ଶେଷରେ ୨୦୧୮ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ହାସଲ କରିବା ନିଶ୍ଚିତ ହୋଇଛି। ୨ଥର...

ମ୍ୟାଚ୍‌ ବ୍ରେକ୍‌ ସମୟରେ ସନ୍ତାନକୁ ସ୍ତନ୍ୟପାନ କରାଇଲେ ଏହି ଖେଳାଳି

ଗୁଆହାଟି,୧୧।୧୨: ମିଜୋରାମର ଜଣେ ମହିଳା ଭଲିବଲ୍‌ ଖେଳାଳିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ସେ ୭ ମାସର ସନ୍ତାନଙ୍କୁ ସ୍ତନ୍ୟପାନ...

ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌; ପଢ଼ାଇଲେ ଅସଲ କ୍ରିକେଟ ପାଠ…

ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...

Advertisement
Archives

Model This Week