ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ

ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ । ମାତ୍ର ଛଅବର୍ଷ ମଧ୍ୟରେ ତାଙ୍କ ଦ୍ୱାରା ପ୍ରଯୋଜିତ ଛଅଟି ଓଡ଼ିଆ ସିନେମା ପରଦା ଉପରକୁ ଆସିସାରିଛି । ଅନ୍ୟପକ୍ଷରେ ଆଠଟି ସିନେମା ରିଲିଜ ଅପେକ୍ଷାରେ ଅଛି । ଚଳଚ୍ଚିତ୍ର, ମ୍ୟୁଜିକ ଆଲବମ୍‌ ପ୍ରଯୋଜନା ବ୍ୟତୀତ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟରେ ସେ ବେଶ୍‌ ପରିଚିତ । ନିଜ ସମ୍ପର୍କରେ ସେ ଯାହା କହନ୍ତି…

‘ଚଳଚ୍ଚିତ୍ରଟିଏ ପ୍ରଯୋଜନା କରିବା ସହଜ କଥା ନୁହେଁ। କାରଣ ଏହି ସମୟରେ କେବଳ ବଜେଟ୍‌ ନୁହେଁ, କାହାଣୀ, କଳାକାର ଚୟନ, ସଙ୍ଗୀତ, ସଂଳାପ, ଉପସ୍ଥାପନା ଆଦି ଦିଗ ପ୍ରତି ଶତ ପ୍ରତିଶତ ଦୃଷ୍ଟିଦେବାକୁ ପଡ଼େ। ମୁଁ ପ୍ରତିଟି ସିନେମା ପ୍ରଯୋଜନା କରିବା ପୂର୍ବରୁ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦେଇଥାଏ ବୋଲି କହନ୍ତି ଓଲିଉଡ୍‌ର ଆଗଧାଡ଼ିର ଅନ୍ୟତମ ପ୍ରଯୋଜକ ରମେଶ ବାରିକ।’ ‘ଆର.ଆର. ଇଭେଣ୍ଟ୍‌ସ ସିନେ ପ୍ରଡକ୍ସନ’ ବ୍ୟାନରରେ ତାଙ୍କ ଦ୍ୱାରା ପ୍ରଯୋଜିତ ପ୍ରଥମ ସିନେମା ଥିଲା ‘ଟାଇଗର’ (୨୦୧୫)। ଏହାର ସଫଳତା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ପରବର୍ତ୍ତୀ ସମୟରେ ନିୟମିତ ଅନ୍ତରାଳରେ ତାଙ୍କ ଦ୍ୱାରା ପ୍ରଯୋଜିତ ‘ରୋମିଓ ଜୁଲିଏଟ୍‌’, ‘ଜଷ୍ଟ ମୋହବତ’, ‘ଚକ୍ରବୂ୍ୟହ’, ‘ଦେଖା ହେଲା ପ୍ରେମ ହେଲା’, ‘ଇନ୍ଦ୍ରଜାଲ’ ଏବଂ ‘ଇଏ ବି ଗୋଟେ ଲଭ୍‌ ଷ୍ଟୋରି’ ପରଦା ଉପରକୁ ଆସିସାରିଛି। ଏ ବିଷୟରେ ରମେଶ କହନ୍ତି, ‘ସିନେମାଟିଏ ନିର୍ମାଣ କରିବା ପୂର୍ବରୁ ମୁଁ ପ୍ରଥମେ କାହାଣୀ ଚୟନକୁ ଗୁରୁତ୍ୱ ଦିଏ। ସେହି ଅନୁସାରେ କଳାକାର ଚୟନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ଶେଷ ପରେ ଶୁଟିଂ ପାଇଁ ଆଗାଏ। ମୋର ପ୍ରତିଟି ସିନେମାରେ ଭିନ୍ନତା ରହିଛି। ବର୍ତ୍ତମାନ ୟୁଥ୍‌ମାନେ ସିନେମା ଦେଖିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ସେହି ଅନୁସାରେ ରୋମାଣ୍ଟିକ ଲଭ୍‌ ଷ୍ଟୋରି, ଇମୋଶନ, ଆକ୍ସନ ଏବଂ କମେଡିକୁ ମଧ୍ୟ ଗୁରୁତ୍ୱ ଦିଏ। ଗତ ଦୁଇବର୍ଷ ଧରି କରୋନା ଯୋଗୁ ସିନେମା ଇଣ୍ଡଷ୍ଟ୍ରିର ଯାହା କ୍ଷତି ହୋଇଛି ତାହା କହିବା ଅନାବଶ୍ୟକ। ତଥାପି ଆମ ଓଡ଼ିଆ ସିନେମାର ଚାହିବା ପୂର୍ବଭଳି ରହିଛି ଏବଂ ଭବିଷ୍ୟତରେ ରହିବ ବୋଲି ମୋର ଦୃଢ଼ ବିଶ୍ୱାସ।’ ଦୀପିକା ତ୍ରିପାଠୀ, ଅନୁରାଧା ପାଣିଗ୍ରାହୀ, ସସ୍ମିତା ପ୍ରଧାନଙ୍କ ପରି ଅଭିନେତ୍ରୀଙ୍କୁ ବ୍ରେକ୍‌ ଦେଇଛନ୍ତି ସେ। ରମେଶଙ୍କ ପ୍ରଯୋଜନାରେ ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ରଗୁଡ଼ିକ ହେଉଛି-‘ଦିଲ୍‌ରେ ଅଛି ତୋରି ନଁା’, ‘ସବୁ ଏ ଲଭ୍‌ ପାଇଁ’, ‘ଆଉ ଗୋଟେ ଲଭ୍‌ ଷ୍ଟୋରି’, ‘ଅରୁନ୍ଧତୀ’, ‘ରାଉଡି ରାଜା’, ‘ଗୋଟେ ରାଜା ଥିଲା’, ‘କଟକ ଓ୍ବେଡ୍‌ସ ସମ୍ବଲପୁର’, ‘ପାରୋ ହେଟ୍‌ସ ଦେବଦାସ’, ‘ମହାବାହୁ’ ଏବଂ ‘ସ୍ପଟ୍‌ ବୟ’। ଏହାବ୍ୟତୀତ ତାଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟୁଜିକ ଆଲବମ୍‌ ‘ହେ ଈଶ୍ୱର’, ‘କିଛି ଲୁହ ଝରୁଥିଲା’, ‘ତୁ ଏତେ ଭଲ ହେଲୁ କାହିଁକି’ ଏବଂ ‘କେମିତି କହିବି ମୁଁ’ ଶ୍ରୋତାଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri