Categories: ଖେଳ

ହର୍ଶଲଙ୍କୁ କୋହଲିଙ୍କ ପ୍ରଶଂସା

ଚେନ୍ନାଇ,୧୧।୪(ପି.ଟି.): ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଯୁବ ଦ୍ରୁତ ବୋଲର ହର୍ଶଲ ପଟେଲଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ଶେଷ ବଲ୍‌ରେ ପରାସ୍ତ କରିଥିଲା। ହର୍ଶଲ ପଟେଲଙ୍କ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନକୁ ଅଧିନାୟକ ବିରାଟ କୋହଲି ପ୍ରଶଂସା କରିଛନ୍ତି।
ମାତ୍ର ୨୭ ରନ ବ୍ୟୟ କରି ହର୍ଶଲ ୫ ଉଇକେଟ ଅକ୍ତିଆର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ମୁମ୍ବାଇକୁ ସେ ବଡ଼ ସ୍କୋର ହାସଲ କରିବାର ସୁଯୋଗ ଦେଇ ନ ଥିଲେ। ଦିଲ୍ଲୀଠାରୁ ଆମେ ହର୍ଶଲଙ୍କୁ କ୍ରୟ କରି ଦଳରେ ସାମିଲ କରିଥିଲୁ ବୋଲି କୋହଲି କହିଛନ୍ତି। ଆଗକୁ ସେ ଆମ ପାଇଁ ଡେଥ୍‌ ବୋଲର ସାବ୍ୟସ୍ତ ହେବେ। ନିଜର ଯୋଜନାକୁ କାର୍ଯ୍ୟକାରୀ କରିବାରେ ସେ ସଫଳ ହୋଇଥିଲେ ଓ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ବୋଲି କୋହଲି ମ୍ୟାଚ୍‌ ପରେ କହିଥିଲେ।

Share