Posted inଖେଳ

ସଫଳତାର ରାଜ୍‌ ଖୋଲିଲେ କୋହଲି, ଜାଣିଲେ କରିିବେ ବାଃ ବାଃ

ମୁମ୍ବାଇ,୨୯।୧୨: କ୍ରିକେଟ ଇତିହାସରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଆଉ ଏକ ସଫଳତା ଯୋଡିଛନ୍ତି। କୋହଲିଙ୍କୁ ଆଇସିସିର ସର୍ବଶ୍ରେଷ୍ଠ କ୍ରିକେଟର୍‌ ଏବଂ ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ ଖେଳାଳି ଭାବେ ମନୋନୀତ କରାଯାଇଛି। ଆଇସିସି ପୁରସ୍କାର ପାଇବା ପରେ କୋହଲି ତାଙ୍କ ସଫଳତାର ରହସ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ସବୁବେଳେ ବ୍ୟାଟିଂ କରି ଦଳର ବିଜୟରେ ସହାୟତା ଦେବାକୁ ଚାହାଁନ୍ତି। କୋହଲି ଏହି ବିବୃତ୍ତିରେ କହିଛନ୍ତି, ସର୍ବପ୍ରଥମେ ଏହି ପୁରସ୍କାର ପାଇବା ମୋ ପାଇଁ ଏକ ଗୌରବର ବିଷୟ। ଗତ ଦଶନ୍ଧି ମଧ୍ୟରେ ମୋ ହୃଦୟର ନିକଟତମ ମୁହୂର୍ତ୍ତ ନିଶ୍ଚିତ ଭାବରେ ୨୦୧୧ରେ ବିଶ୍ୱକପ, ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୧୮ରେ ଅଷ୍ଟ୍ରେଲିଆ ରେ ସିରିଜ୍‌ ଜିତିବା। ଶ୍ରେଷ୍ଠ ଏକଦିସବୀୟ କ୍ରିକେଟର ଭାବେ ମନୋନୀତ ହେବାପରେ କୋହଲି କହିଛନ୍ତି, ମୁଁ ଏକଦିବସୀୟ କ୍ରିକେଟରେ ଖୁବଶୀଘ୍ର ଜଡ଼ିତ ହୋଇଥିଲି। ମୁଁ ପ୍ରଥମ ଏକଦିବସୀୟ ଦଳରେ ସ୍ଥାନ ପାଇଥିଲି ଏବଂ କିଛି ବର୍ଷ ପରେ ମୁଁ ଟେଷ୍ଟ ଡେବ୍ୟୁ କରିଥିଲି। ତେଣୁ ମୋର ଖେଳକୁ ବହୁ ପୂର୍ବରୁ ବୁଝିବାର ଏକ ସୁଯୋଗ ପାଇଲି। ଦଳ ପାଇଁ ଜିତିବା ମୋର ଏକମାତ୍ର ଉଦ୍ଦେଶ୍ୟ ଏବଂ ମାନସିକତା ଥିଲା ଏବଂ ମୁଁ ମୋର ପ୍ରତ୍ୟେକ ମ୍ୟାଚରେ ତାହା କରିବାକୁ ଚେଷ୍ଟା କରିଥିଲି କୋହଲି କହିଛନ୍ତି।

ପଡିଆରେ ସବୁବେଳେ ହୃଦୟ ଏବଂ ପ୍ରାଣକୁ ପଡ଼ିଆରେ ରଖିଛି ଏବଂ ଦଳକୁ ସଠିକ ଦିଗରେ ବଝିବାକୁ ଚେଷ୍ଟା କରେ। ଫଳାଫଳ ହାସଲ କରାଯିବା ଉଚିତ କି ନୁହେଁ। କୋହଲି କହିଛନ୍ତି ଯେ ବ୍ୟକ୍ତିଗତ ପ୍ରଦର୍ଶନ ଦଳର ଲକ୍ଷ୍ୟ ସହିତ ଜଡିତ। ଏହା ଖେଳାଳିଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଥାଏ। ସେ କହିଛନ୍ତି ଯେ ଏହା ଦୀର୍ଘ ସମୟ ମଧ୍ୟରେ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଥାଏ। କୋହଲି କହିଛନ୍ତି, ୪୦, ୫୦, ୬୦ କିମ୍ବା ଏକ ଶତକ କିମ୍ବା ଦ୍ୱିଶତକ ହାସଲ କରିଛନ୍ତି। ବିଜୟର ବାଟ ଖୋଲିବା ପାଇଁ ମୁଁ ସବୁବେଳେ ଯଥା ସମ୍ଭବ ବ୍ୟାଟିଂ କରିବାକୁ ଚେଷ୍ଟା କରେ। ପ୍ରତ୍ୟେକ ଥର ପଡ଼ିଆକୁ ଆସିବାବେଳେ ଦଳ ପାଇଁ କିଛି ସ୍ମରଣୀୟ କାର୍ଯ୍ୟ କରିବାକୁ ଚେଷ୍ଟା ଯାହା ମୋତେ ସଫଳତା ଦେଇଥାଏ ବୋଲି କୋହଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri