Posted inଖେଳ

ବିବାଦକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କୋହଲି

ମୁମ୍ବାଇ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳରେ ମତଭେଦ ସୃଷ୍ଟି ହୋଇଛି। ବୁଧବାର ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜରେ ସେ ଚୟନ ପାଇଁ ଉପଲବ୍ଧ ହେବେ ବୋଲି କୋହଲି ସ୍ପଷ୍ଟ ଭାବେ କହିଛନ୍ତି। ଏହାସହ କୋହଲି ମଧ୍ୟ ଦିନିକିଆ ଦଳର ଅଧିନାୟକତ୍ୱରୁ ବଞ୍ଚିତ ହେବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଡିସେମ୍ବର ୮ରେ ଦକ୍ଷିଣ ଆଫ୍ରିକା ପାଇଁ ଭାରତ ଟେଷ୍ଟ ଦଳ ଘୋଷଣା ହେବାର ଦେଢ ଼ଘଣ୍ଟା ପୂର୍ବରୁ ତାଙ୍କୁ ଦିନିକିଆ ଦଳର ଅଧିନାୟକତ୍ୱରୁ ହଟାଇ ଦିଆଯିବା ସମ୍ପର୍କରେ ସୂଚନା ଦିଆଯାଇଥିଲା।
ଟେଷ୍ଟ ଅଧିନାୟକ ବିରାଟ କୋହଲି ଏହା ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ମୁଁ ଟି -୨୦ ଅଧିନାୟକତ୍ୱ ଛାଡିଥିଲି, କେହି ମୋତେ ରୋକି ନ ଥିଲେ। ସମସ୍ତେ ଏହାକୁ ଠିକ୍‌ ବୋଲି କହିଥିଲେ। ପରେ ବିସିସିଆଇକୁ କହିଥିଲି ମୁଁ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଜାରି ରଖିବାକୁ ଚାହୁଁଛି। କିନ୍ତୁ ଯଦି ଚୟନକର୍ତ୍ତା ଅନ୍ୟ କାହାକୁ ଉପଯୁକ୍ତ ଭାବନ୍ତି ତେବେ ସେମାନେ ନିଷ୍ପତ୍ତି ନେଇପାରନ୍ତି ବୋଲି କହିଥିଲି। କିନ୍ତୁ ଡିସେମ୍ବର ୮ରେ ହଠାତ୍‌ ଚୟନକର୍ତ୍ତା ଦିନିକିଆ ଅଧିନାୟକ ପଦରେ ମୁଁ ଆଉ ରହିବି ନାହିଁ ବୋଲି ମୋତେ କହିଥିଲେ। ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପାଇଁ ପୂର୍ବରୁ କୁହାଯାଇ ନ ଥିଲା ବୋଲି କୋହଲି କହିଛନ୍ତି।
ସୂଚନାଯୋଗ୍ୟ, ଅଧିନାୟକ ପଦରୁ ହଟାଇବା ପରେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ କହିଥିଲେ ଯେ, କୋହଲି ଟି-୨୦ ଅଧିନାୟକତ୍ୱ ଛାଡିବାକୁ କହିଥିଲେ। ମୁଁ ନିଜେ ତାଙ୍କ ସହ କଥା ହୋଇ ଅଧିନାୟକ ପଦ ନ ଛାଡିବାକୁ କହିଥିଲି। କିନ୍ତୁ ସେ କାର୍ଯ୍ୟଭାର ଯୋଗୁ ଏପରି ନିଷ୍ପତ୍ତି ନେଇଥିଲେ। ଏଥିରେ କୌଣସି ଭୁଲ୍‌ ନାହିଁ, ଜଣେ ଖେଳାଳି ଭାବେ ସେ ଦଳର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri