Posted inଖେଳ

ପ୍ରବଳ ରାଗିଗଲେ କୋହଲି: ଦେଖିନ୍ତୁ ଭିଡିଓ

ଆବୁଧାବି,୭।୧୦: ବୁଧବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ରନରେ ପରାସ୍ତ କରିଛି। ପରେ ବିରାଟ କୋହଲି ନିଜ ଦଳର ବୋଲରଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି। ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ବିରାଟ କୋହଲି ମହମ୍ମଦ ସିରାଜଙ୍କ ଉପରେ ଏତେ ରାଗିଯାଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହାଇଦ୍ରାବାଦର ବ୍ୟାଟିଂର ଦ୍ୱିତୀୟ ଓଭରରେ ଏହି ଘଟଣା ଘଟିଥିଲା। ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏକ ବଡ ସଟ୍‌ ଖେଳିବାକୁ ଚେଷ୍ଟା କରିଥିଲେ। ବାଉଣ୍ଡ୍ରି ପାଖରେ ଥିବା ମହମ୍ମଦ ସିରାଜ ବଲ୍‌ କ୍ୟାଚ୍‌ ଧରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଏଥିରେ ବିଫଳ ହୋଇଥିଲେ। କୋହଲି କିନ୍ତୁ ନିଶ୍ଚିତ ଥିଲେ ଯେ, ସିରାଜ କ୍ୟାଚ ନେବେ, କିନ୍ତୁ ସେ କ୍ୟାଚ ଛାଡିବା ମାତ୍ରେ କୋହଲି ରାଗିଯାଇଥିଲେ। ଅଙ୍ଗଭଙ୍ଗୀରେ ସେ ତାଙ୍କ ଅଡକୁ ଚାହିଁ କିଛି କହୁଥିବାର ଦେଖଯାଇଥିଲା।
ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ସେତେଟା ଗୁରୁତ୍ୱ ବହନ କରୁ ନ ଥିଲା। କାରଣ ଆରସିବି ପୂର୍ବରୁ ପ୍ଲେ ଅଫ୍‌କୁ ଉନ୍ନୀତ ହୋଇଥିବାବେଳେ ହାଇଦ୍ରାବାଦ୍‌ ପ୍ଲେ ଅଫ୍‌ରୁ ବାଦ୍‌ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାକ୍ଷୀ ଏବେ ‘ଦେଶୀ ପହେଲୱାନୀ’

ନୂଆଦିଲ୍ଲୀ, ୨୧।୪-କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିିତିରେ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ମଲିକ ନିଜକୁ ଫିଟ୍‌ ରଖିବା ପାଇଁ ଏବେ ‘ଦେଶୀ ପହେଲିୱାନୀ’...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୫।୧: ସେଞ୍ଚୁରିଆନ ଟେଷ୍ଟର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୩ ରନ୍‌ ଇନିଂସ...

ଶାହରୁଖ ଖାନଙ୍କ ଦଳକୁ ଜିତାଇଲେ ନାରିନ୍‌

ନୂଆଦିଲ୍ଲୀ, ୧୯।୮: କରୋନା ମହାମାରୀ ମଧ୍ୟରେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିସାରିଛି। ଏବେ ଟି୨୦ କ୍ରିକେଟ୍‌ ଲିଗ୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ସେପ୍ଟେମ୍ବରରେ...

ଇଣ୍ଡୋନେସିଆ ଓପନ୍‌ ବ୍ୟାଡମିଣ୍ଟନ : ଫାଇନାଲରେ ହାରିଲେ ସିନ୍ଧୁ

ଜାକର୍ତ୍ତା,୨୧।୭(ପି.ଟି.): ଅଲିମ୍ପିକ୍ସ ରୌପ୍ୟପଦକ ବିଜୟିନୀ ତଥା ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଆଉ ଏକ ଫାଇନାଲରେ ପରାସ୍ତ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍‌ ଟୁର...

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା

ପୁରୀ ଅଫିସ,୮।୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତାର ମଙ୍ଗଳବାର ତୃତୀୟଦିନ ଉଭୟ ମହିଳା ଓ ପୁରୁଷ ବିଭାଗ ମଧ୍ୟରେ ସୁପର...

ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ

ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍‌ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ...

ରାଜସ୍ଥାନ ଆଗରେ ୧୩୪ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୨୪ା୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୪ ତମ ସଂସ୍କରଣର ୧୮ ତମ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ...

ବୁମ୍‌ରାଙ୍କୁ ‘ବେବି ବୋଲର୍‌’ କହିଲେ ଏହି ପାକିସ୍ତାନୀ କ୍ରିକେଟର: ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରାଙ୍କ ବଲ୍‌କୁ ଖେଳିବାକୁ ବିଶ୍ୱର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଡରିଥାନ୍ତି। ଖୁବ୍‌ କମ୍‌ ଦିନର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସେ...

Advertisement
Archives

Model This Week