ଶାରଜା,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି ଟୁର୍ନାମେଣ୍ଟରୁ ବାହାରି ଯାଇଛି। ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହି ଦଳ ସହିତ ଯାତ୍ରା ଶେଷ ହୋଇଥିଲା। ପରାଜୟ ପରେ ପଡ଼ିଆରେ ବିରାଟ କୋହଲି କାନ୍ଦୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ ହାରିଯିବା ପରେ ଦଳ ସହ କଥାବାର୍ତ୍ତା କରି ବିରାଟ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଡି ଭିଲିୟର୍ସ ମଧ୍ୟ ତାଙ୍କ ସହିତ କାନ୍ଦୁଥିବା ଦେଖିବାକୁ ମିଳିଥିଲା।
କୋହଲି ଥରେ ଆମେରିକାର କ୍ରୀଡ଼ା ସାମ୍ବାଦିକ ଗ୍ରାହାମ ବେନସିଙ୍ଗରଙ୍କୁ କହିଥିଲେ, ମୁଁ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିଲି। ସେତେବେଳେ ମୋ ବାପାଙ୍କ ମୃତ୍ୟୁ ଖବର ଶୁଣିଥିଲି। ମୋତେ ପରଦିନ ବ୍ୟାଟିଂ ଜାରି କରିବାର ଥିଲା। ପରିବାରର ସମସ୍ତେ ଭାଙ୍ଗି ପଡିଥିଲେ। ମୁଁ କାନ୍ଦିବାକୁ ଲାଗିଲି, କିନ୍ତୁ ମୋ ଆଖିରେ ଲୁହ ଆସିଲା ନାହିଁ। ମୁଁ କ’ଣ ହେଲା ବୁଝିପାରିଲି ନାହିଁ ଏବଂ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଏହା ଜାଣି ମଧ୍ୟ ପରଦିନ ବିରାଟ ବ୍ୟାଟିଂ କରିବାକୁ ବାହାରିଥିଲେ ଏବଂ ସେ ୯୦ରନ ସଂଗ୍ରହ କରିଥିଲେ। ଏହା ପରେ କୋହଲିଙ୍କୁ କ୍ୱଚିତ୍ ଏହିପରି କାନ୍ଦୁଥିବା ଦେଖିବାକୁ ମିଳିଛି। ୨୦୧୬ ଆଇପିଏଲରେ ଆରସିବି ଫାଇନାଲ ହାରିଥିଲା, ସେତେବେଳେ ସେ ଟିକେ ଭାବପ୍ରବଣ ଥିଲେ। କିନ୍ତୁ ସେ ଅଧିନାୟକ ଭାବରେ ଶେଷ ଆଇପିଏଲ ମ୍ୟାଚ୍ ହାରିବା ପରେ ସେ ପ୍ରବଳ କାନ୍ଦିଛନ୍ତି।
first time kohli is crying.Last match as RCB Captain. @imVkohli @BCCI @ICC @IPL
#Kohli#crying#last#match#captain#rcb pic.twitter.com/kZDWQgwKRT— Shubham Yadav( Dainik Bhaskar) (@shubham00211591) October 11, 2021