Posted inଖେଳ

କୋହଲିଙ୍କ ନୂଆ ସେଲିବ୍ରେସନ୍‌ ଷ୍ଟାଇଲ୍‌: ପ୍ରଶଂସକଙ୍କୁ ଆସୁଛି ପସନ୍ଦ

ଓଭାଲ୍‌,୭।୯:ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ଆଗୁଆ ରହିଛି। ଏହି ବିଜୟ ଅଧିନାୟକ ବିରାଟ କୋହଲି ସେଲିବ୍ରେସନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ କୋହଲି ହାତରେ ବୀଣା ବଜାଉଥିବା ଭଳି ସେଲିବ୍ରେସନ କରୁଥିବା ଦେଖାଯାଇଛି। ପ୍ରଥମଥର ପାଇଁ ତାଙ୍କୁ ଏଭଳି ଖୁସି ମନାଉଥିବା ଦେଖାଯାଇଛି। ଏହି ମ୍ୟାଚରେ ଭାରତର ପ୍ରଥମ ଇନିଂସ ୧୯୧ ରନରେ ଅଲଆଉଟ୍‌ ହୋଇଯାଇଥିଲା, ଏହା ପରେ ଇଂଲଣ୍ଡ ୨୯୦ ରନ ସଂଗ୍ରହ କରି ୯୯ ରନ ଅଗ୍ରଣୀ ହାସଲ କରିଥିଲା। ଏହା ପରେ ରୋହିତ ଶର୍ମାଙ୍କ ଶତକ ସମେତ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ ସ୍କୋର କରିଥିଲା ଏବଂ ଜିତିବା ପାଇଁ ଇଂଲଣ୍ଡକୁ ୩୬୮ ରନର ଟାର୍ଗେଟ ଦେଇଥିଲା। ମ୍ୟାଚ୍‌ର ଅନ୍ତିମ ଦିନରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ୨୧୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ଏବଂ ଭାରତ ଏକ ସ୍ମରଣୀୟ ବିଜୟ ହାସଲ କରିଥିଲା।

 कोहली इस तस्‍वीरों में बीन बजाते हुए नजर आ रहे हैं. उन्‍होंने हसीब हमीद का विकेट गिरने के बाद ये जश्‍न मनाया था. (AP)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ରାହାନେଙ୍କ ଅପରାଜିତ ଶତକ

ଲିନ୍‌କନ,୧୦।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ୪ଦିନିଆ...

କରୋନା ସଙ୍କଟ: ଫଳ ବିକିବାକୁ ବାଧ୍ୟ ହେଲେ ଯୁବ ଆଥ୍‌ଲେଟ୍‌

ନୂଆଦିଲ୍ଲୀ, ୨୧।୭- କରୋନା ମହାମାରୀ ଲାଗି ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେବ କ୍ରୀଡ଼ା ଜଗତରେ ବ୍ରେକ୍‌ ଲାଗିଛି। ଲକ୍‌ ଡାଉନ୍‌ କଟକଣା ଲାଗି...

ଲିଜେଣ୍ଡ୍ସ ମ୍ୟାଚ ଖେଳିବେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୪।୮ (କ୍ରୀଡ଼ା ପ୍ରତିନିଧି):୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ୭ମ ସଂସ୍କରଣ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମ୍ୟାଚ...

ଅଲିମ୍ପିକ୍ସ ଓ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା : ପଦକ ବିଜେତା ଦମ୍ପତି

ବିଶ୍ୱସ୍ତରୀୟ ଆଥ୍‌ଲେଟିକ୍ସ ଇଭେଣ୍ଟରେ କେତେଜଣ କ୍ରୀଡ଼ାବିତ୍‌ ଦମ୍ପତି ପଦକ ହାସଲ କରି ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି। ଏମିଲ ଜାଟୋପେକ ଏବଂ ଡାନା ଜାଟୋପେକଙ୍କଠାରୁ ୧୯୫୨...

ଅଶ୍ୱିନ, ଜାଡେଜାଙ୍କ ଉପରେ ନଜର: ନିକୋଲ୍ସ

ନୂଆଦିଲ୍ଲୀ, ୨୭।୫(ପି.ଟି.)- ଭାରତୀୟ ପେସ୍‌ ଆକ୍ରମଣ ନ୍ୟୁଜିଲାଣ୍ଡ ସହ ସମକକ୍ଷ। ତେଣୁ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତର ଦୁଇ ତାରକା ସ୍ପିନର ରବିଚନ୍ଦ୍ରନ...

ଚେନ୍ନାଇକୁ ହରାଇ ଶୀର୍ଷରେ ଗୁଜରାଟ ଟାଇଟନ୍ସ

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୭ ଉଇକେଟ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଦେଇଛି।...

ଇତିହାସ ରଚିଲା ପାକିସ୍ତାନ କ୍ରିକେଟ୍‌ ଦଳ

ଲାହୋର,୧୬।୨: ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି...

ହକି ବିଶ୍ୱକପ୍‌

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌। ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ଏହି ହକି ମହାକୁମ୍ଭ। ଏଥର ଦୁଇଟି...

Advertisement
Archives

Model This Week