କଫି ପିଆଇବାକୁ ଆସୁଛନ୍ତି କରନ ଜୋହର

ମୁମ୍ବାଇ: ବଲିଉଡର ନାମୀ ନିର୍ଦ୍ଦେଶକ ବଲିଉଡ ବ୍ୟତୀତ ତାଙ୍କ ଶୋ’ ‘କଫି ୱିଥ କରନ’କୁ ନେଇ ଖୁବ ଚର୍ଚ୍ଚିତ । ଶୋ’ର କିଛି ନା କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଦର୍ଶକେ ଏହାକୁ ଖୁବ୍ ପସନ୍ଦ ବି କରୁଛନ୍ତି । ହେଲେ ଇତିମଧ୍ୟରେ ଖବର ଆସିଥିଲା କି ଦର୍ଶକେ ଆଉ କରନ ଜୋହରଙ୍କ ଶା’ କଫି ୱିଥ କରନ ଟେଲିଭିଜନରେ ଦେଖିପାରିବେ ନାହିଁ । ଏହି ସୂଚନା ନିଜେ କରନ ଜୋହର ସୋସିଆଲ ମିଡିଆ ମାଧ୍ୟମରେ ଦେଇଥିଲେ । ଏକଥା ଜାଣିବା ପରେ ପ୍ରଶଂସକମାନେ ନିରାଶ ହୋଇଯାଇଥିଲେ । କିନ୍ତୁ ଏବେ ପୁଣିଥରେ ଦର୍ଶକେ ଖୁସି ହୋଇଯାଇଛନ୍ତି । ଘଟଣା ହେଲା କରନ ଜୋହର ପ୍ରଥମେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଶେୟାର କରିଥିଲେ କି ଗତ ୬ଟି ସିଜନରେ କଫି ୱିଥ କରନ ମୋର ଓ ଆପଣଙ୍କ ଜୀବନ ଏକ ଅଂଶ ଥିଲା । ହେଲେ ଏବେ ଆଉ ଏହି ଶୋ’ ପ୍ରସାରିତ ହେବ ନାହିଁ । ଏହାଦେଖି ପ୍ରଶଂସକ ନିରାଶ ହୋଇଯାଇଥିଲେ ।
ହେଲେ ‘କଫି ୱିଥ କରନ’ ପୁଣିଥରେ ଫେରୁଛି ବୋଲି ଅଫିସିୟାଲି ଘୋଷଣା କରାଯାଇଛି । ଫିଲ୍ମ ମେକର ତାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ କହିଛନ୍ତି, କଫି ୱିଥ କରନ ପୁଣିଥରେ ଫେରୁନି… ଟିଭିରେ! କାରଣ ପ୍ରତ୍ୟେକ ଭଲ ଷ୍ଟୋରୀର ଭଲ ଟୁଇଷ୍ଟର ଆବଶ୍ୟକତା ରହିଛି । ମୁଁ ଏହା ଘୋଷଣା କରି ଖୁସି ହେଉଛି ଯେ କଫି ୱିଥ କରନର ୭ମ ସିଜିନ ଡିଜନି ପ୍ଲସ ହଟଷ୍ଟାରରେ ଷ୍ଟ୍ରିମ କରାଯିବ । ଦେଶର ବହୁ ବଡ ବଡ କଳାକାର ତାଙ୍କର ଅନୁଭୁତି ବାଣ୍ଟିବାକୁ ଆସିବେ । ଏବେ ଶୁଣା କଥାକୁ ଶାନ୍ତ କରିବା ଦରକାର, ଆଉ ଏବେ ଗଭିରତାକୁ ଯାଇ ପ୍ରେମ, ତ୍ୟାଗ ଓ ସମସ୍ତ ବିଷୟ ଉପରେ କଥା ହେବାର ଆବଶ୍ୟକତା ରହିଛି । ଯାହା କିଛି ବର୍ଷ ହେବ ଚାଲି ଆସିଛି । ଏହାସହ କରନ କ୍ୟାପଶନରେ ଲେଖିଛନ୍ତି, ପ୍ରଥମଠାରୁ ଅଥିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା । କରନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଆଉ ଏହାକୁ ନେଇ ସାଧାରଣ ଦର୍ଶକଙ୍କଠାରୁ ବଳିଉଡ ସେଲିବ୍ରିଟିମାନେ ବି ରିଆକ୍ସନ ଦେଇଛନ୍ତି ଓ ଶୋ’କୁ ନେଇ ନିଜର ଏକ୍ସାଇଟମେଣ୍ଡ ଦେଖାଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri