କିଆରାଙ୍କ ୱିଶ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚ୍ୟାଟ ଶୋ’ ‘କଫି ୱିଥ କରନ ୭’ର ଲାଟେଷ୍ଟ ଏପିସୋଡରେ ବଲିଉଡ ଆକ୍ଟର ସାହିଦ କପୁର ଓ ଆକ୍ଟ୍ରେସ କିଆରା ଆଡଭାନୀଙ୍କ ଯୋଡିକୁ ଦେଖିବାକୁ ମିଳିବ । ସମସ୍ତେ ଜାଣିଥିବେ ଏହି ଶୋ’ରେ ବଲିଉଡ ସେଲିବ୍ରିଟିମାନେ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ବହୁ ଅଜଣା କଥା ଦର୍ଶକଙ୍କ ସାମ୍ନାରେ କହି ଥାଆନ୍ତି । କିଛିଦିନ ପୂର୍ବରୁ ଏକ ଶୋ’ରେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ତାଙ୍କ ଲଭ ଲାଇଫକୁ ନେଇ କଥା ହୋଇଥିଲେ । ଏବେ କଫି ୱିଥ କରନ ଏପିସୋଡରେ କରନ ଜୋହର ଓ ସାହିଦ କପୁର କିଆରାଙ୍କ ମୁହଁରୁ ତାଙ୍କ ଲଭ ଲାଇଫ ବିଷୟରେ ଶୁଣିବାକୁ ଚାହିଛନ୍ତି । ଏମିତିକି ଶୋ’ରେ ସାହିଦ କପୁର କହୁଛନ୍ତି କିଆରା-ସିଦ୍ଧାର୍ଥଙ୍କ ଯୋଡି ଖୁବ୍ ସୁନ୍ଦର ଆଉ ଏଥିରେ କରନ କହୁଛନ୍ତି, ମୁଁ ତ ଭାବୁଛି ଏମାନଙ୍କ ଯୋଡି ଏତେ ସୁନ୍ଦର ତ ଏମାନଙ୍କ ପିଲା କେତେ ଗର୍ଜିୟସ ହେବେ ।
ଏହି ଶୋ’ରେ କରନ ଓ ସାହିଦ ମିଳିମିଶି କିଆରାଙ୍କୁ ସେପର୍ଯ୍ୟନ୍ତ ଟିଜ କରୁଛନ୍ତି ଯେପର୍ଯ୍ୟନ୍ତ ସେ ତାଙ୍କ ଲଭ ଲାଇଫ ବିଷୟରେ ଖୋଲା ଖୋଲି କଥା ହୋଇ ନାହାନ୍ତି । ଶେଷରେ କିଆରା କହିଛନ୍ତି ମୁଁ ବିବାହ ଉପରେ ଖୁବ୍ ଭରସା କରେ । ମୁଁ ମୋ ଘରେ ସୁନ୍ଦର ସୁନ୍ଦର ବିବାହର ମଜା ନେଇଛି ବା ବିବାହ ଦେଖିଛି । ତେଣୁ ମୋ ଜୀବନରେ ମୁଁ ଏମିତି ବିବାହ କରିବାକୁ ଚାହୁଁଛୁ । ହେଲେ କଫି ୱିଥ କରନରେ ମୁଁ ବିବାହ ବିଷୟରେ କିଛି କହିବି ନାହିଁ । ହେଲେ ମୁଁ ସମସ୍ତଙ୍କୁ ନିମନ୍ତ୍ରଣ କରିବି ।
ଏହାସହ ର‌୍ୟାପିଡ ରାଉଣ୍ଡରେ କିଆରାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତରରେ ସେ ତାଙ୍କ ୱିଶ କଥା କହିଛନ୍ତି । କରନ ପଚାରିଥିଲେ କେଉଁ ସେଲିବ୍ରିଟିଙ୍କୁ ସେ ତାଙ୍କ ବ୍ରାଇଡ ସ୍କ୍ୱାର୍ଡରେ ଦେଖିବାକୁ ଚାହାଁନ୍ତି । ଉତ୍ତରରେ କିଆରା କହିଥିଲେ, ପ୍ରକୃତରେ ମୁଁ ଆଲିଆ ଭଟ୍ଟଙ୍କୁ ବହୁତ ପସନ୍ଦ କରେ । ତେଣୁ ମୁଁ ଚାହୁଁଛି ମୋ ବ୍ରାଇଡ ସ୍କ୍ୱାର୍ଡରେ ଆଲିଆ ଭଟ୍ଟ ନିଶ୍ଚିତ ରହିବେ । ମୁଁ ତାଙ୍କୁ ବହୁତ ଭଲପାଏ ସେ ବହୁତ ସୁନ୍ଦର । ସୂଚନାଯୋଗ୍ୟ, ଶୁଣିବାକୁ ମିଳିଛି କି ଚଳିତ ବର୍ଷ କିଆରା ଆଡଭାନୀ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଫିଲ୍ମ ‘ପୁଷ୍ପା’ର ହିନ୍ଦୀ ଭର୍ସନ

ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଏମାନଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା...

ରାନୁ ମଣ୍ଡଳଙ୍କ ପରେ ଏବେ ଭାନୁ ମଣ୍ଡଳଙ୍କ ଗୀତ ‘ଓ ମେରେ ଦିଲ୍‌ କି ଚୈନ୍‌’ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୯।୯: ପଶ୍ଚିମବଙ୍ଗର ରେଳ ଷ୍ଟେଶନ୍‌ରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ସୋସିଆଲ୍‌ ମିଡ଼ିଆ ଯୋଗୁ ଏବେ ମୁମ୍ବାଇରେ ପରିଚିତି ହାସଲ କରିଛନ୍ତି। ହିମେଶ୍‌...

ଲତା ମଙ୍ଗେସକର ଅସୁସ୍ଥ

ମୁମ୍ବାଇ,୧୧।୧୧: ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ...

ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ପରଲୋକ

ପୁରୀ ଅଫିସ ୩୦ା୧:ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ମଞ୍ଚ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ବୟସ...

କାହିଁକି ସୋସିଆଲ୍‌ ମିଡିଆରୁ ସ୍ବାମୀଙ୍କ ସର୍‌ନେମ୍‌ ହଟାଇଲେ ପ୍ରିୟଙ୍କା: କଲେ ଖୁଲାସା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ମୁଁ ମୋର...

ଫଟୋଗ୍ରାଫରଙ୍କ ପ୍ରେମରେ ଉବୁଟୁବୁ ହେଲେଣି ଶ୍ରଦ୍ଧା, ଭାବି ଶ୍ୱଶୁର ବିବାହକୁ ନେଇ ଦେଲେ ସବୁଜ ସଙ୍କେତ

ବମ୍ବେ: ଫଟ୍ରୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ମୁହଁ ଖୋଲି କହୁ ନ ଥିଲେ ହେଁ ଉଭୟଙ୍କ...

ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅମିର ଖାନ୍‌

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଯିଏ ଏହି ଫିଲ୍ମ ଦେଖୁଛନ୍ତି ସେମାନେ ପ୍ରଶଂସା ନ କରି...

ସନ୍ନିଙ୍କ ଭଳି ସ୍ତ୍ରୀ ପାଇବା ମୋ ପାଇଁ ଭାଗ୍ୟର କଥା: ଡେନିଏଲ

ବମ୍ବେ: ପର୍ନଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହେବାର ଯାତ୍ରା ସହଜ ନ ଥିଲା। ହେଲେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ସନ୍ନି ଲିଓନ। ସ୍ବାମୀ ଡେନିଏଲ...

Advertisement
Archives

Model This Week