ସାମନ୍ଥାଙ୍କ ପ୍ରଥମ ରୋଜଗାର କେତେ ଥିଲା ଜାଣନ୍ତି

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବେ ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ସାମନ୍ଥା ୱେବ ସିରିଜ୍‌ ‘ଦି ଫ୍ୟାମିଲି ମ୍ୟାନ-୨’ରେ ରାଜି ଚରିତ୍ରରେ ବେଶ ଲୋକପ୍ରିୟ ହୋଇଥିଲେ। ଏହା ପରେ ବ୍ଲକବଷ୍ଟର ଫିଲ୍ମ ପୁଷ୍ପାର ଗୀତ ‘ଓ ଅଣ୍ଟାଭା’ରେ ତାଙ୍କ ଆଇଟମ୍‌ ନମ୍ବର ଅଧିକ ଲୋକପ୍ରିୟତା ହାସଲ କରିଥିଲା।
ନିକଟରେ ସାମନ୍ଥା ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏକ ପ୍ରଶ୍ନ ଏବଂ ଉତ୍ତର ଅଧିବେଶନ କରିଥିଲେ। ଏହି ସମୟରେ ସେ ତାଙ୍କର ପ୍ରଥମ ରୋଜଗାର ବିଷୟରେ ଖୁଲାସା କରିଥିଲେ। ପ୍ରଥମେ ତାଙ୍କୁ ଏକ ହୋଟେଲ୍‌ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ କାର୍ଯ୍ୟ କରିବା ପାଇଁ ମାତ୍ର ୫୦୦ ଟଙ୍କା ଥିଲା। ସେତେବେଳେ ସାମନ୍ଥା ଦଶମ କିମ୍ବା ଏକାଦଶ ଶ୍ରେଣୀରେ ପଢୁଥିଲେ। ଆଠ ଘଣ୍ଟା କାମ କରିବା ପରେ ତାଙ୍କୁ ଏହି ୫୦୦ ଟଙ୍କା ପାଇଥିଲେ। ଏବେ ସେ କୋଟି କୋଟିର ମାଲିକ ଅଟନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ସେ ଏବେ ୨-୩ କୋଟି ଚାର୍ଜ କରନ୍ତି।
ସାମନ୍ଥା ତାଙ୍କ କ୍ୟାରିୟରରେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି । ସେ ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ୟେ ମାୟା ଚେସାଭ ସହିତ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହି ଫିଲ୍ମର ସଫଳତା ପରେ ସାମନ୍ଥା କେବେ ପଛକୁ ଚାହିଁ ନ ଥିଲେ। ସାମନ୍ଥା ଆଗାମୀ ଫିଲ୍ମ ହେଉଛି ଯଶୋଦା। ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟ ୧୨ରେ ମୁକ୍ତିଲାଭ କରିବ। ଏହା ପରେ ସାମନ୍ଥାଙ୍କୁ ଶକୁନ୍ତଲମ ନାମକ ଏକ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଗତ ବର୍ଷ ସାମନ୍ତ ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ଚର୍ଚ୍ଚାରେ ମଧ୍ୟ ରହିଥିଲେ।
ସାଉଥ ଷ୍ଟାର ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ଘୋଷଣା କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଉଭୟ ୨୦୧୭ରେ ବିବାହ କରିଥିଲେ ଏବଂ ଚାରି ବର୍ଷ ମଧ୍ୟରେ ସେମାନଙ୍କର ବିବାହ ଭାଙ୍ଗିଯାଇଥିଲା । ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri