ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ବିଭୂତି ଭୂଷଣ ପ୍ରଧାନ। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ଜିଲା ବିଜେଡି ସଭାପତି ଡା. ନୃସିଂହ ଚରଣ ସାହୁଙ୍କୁ ୩୨,୧୬୨ ଭୋଟରେ ହରାଇ ପ୍ରଥମ ଥର ବିଧାୟକ ହୋଇଛନ୍ତି। ମୋଟ ୧ଲକ୍ଷ ୭୬ହଜାର ୬୬୯ ଖଣ୍ଡ ଭୋଟରୁ ବିଭୂତି ୧ଲକ୍ଷ ୫୯୫ ଖଣ୍ଡ ଭୋଟ ପାଇଥିବା ବେଳେ ଡା. ସାହୁଙ୍କୁ ୬୮ହଜାର ୪୩୩ ଖଣ୍ଡ ଭୋଟ ମିଳିଥିଲା।
ବିଧାନସଭା ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମରେ ୧୭.୭.୧୯୬୭ରେ ବିଭୂତିଙ୍କ ଜନ୍ମ। ବାପା ସ୍ବର୍ଗତ ପଦ୍ମଚରଣ ପ୍ରଧାନ ଓ ମା’ ସ୍ବର୍ଗତ ସତ୍ୟଭାମା ପ୍ରଧାନଙ୍କର ଦୁଇ ଝିଅଙ୍କ ମଧ୍ୟରେ ବିଭୂତି ଏକମାତ୍ର ପୁତ୍ର। ବାପା ସ୍ବର୍ଗତ ପଦ୍ମଚରଣ ଜଣେ ଚାଷୀ ଥିଲେ। ବିଭୂତି ଚାଷକୁ ଅଧିକ ଗୁରୁତ୍ୱ ଦିଅନ୍ତି ା ତାଙ୍କର ମାଛଚାଷ ଓ ଏକ ବଗିଚା କରି ଆମ୍ବଚାଷ କରିଛନ୍ତି। ସେହିପରି ଟ୍ରକ୍‌ରେ ପରିବହନ ବ୍ୟବସାୟ ମଧ୍ୟ କରିଛନ୍ତି। ବିଭୂତିଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ.ଏଲ୍‌ଏଲ୍‌ବି। ରାଜନୀତିରେ ତାଙ୍କର ଉତ୍‌ଥାନ ଦେଖିଲେ ସେ ତାଳଚେର କଲେଜରେ ପଢ଼ିବା ବେଳେ ୧୯୮୩ରୁ ୧୯୮୭ ପର୍ଯ୍ୟନ୍ତ ଏବିଭିପିରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ତାଙ୍କ ମାମୁ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ, ତତ୍କାଳୀନ ଦେବଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଭାବେ ଲଢୁଥିବା ବେଳେ ସେତେବେଳେ ବିଭୁତି ଭାଜପାରେ କାର୍ଯ୍ୟ ଆରମ୍ଭ କରି ରାଜନୀତି ଆରମ୍ଭ କରିଥିଲେ। ତାଳଚେର କଲେଜରେ ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭାପତି ଥିବା ବେଳେ ବିଭୂତି ଛାତ୍ର ରାଜନୀତିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ରହି କାର୍ଯ୍ୟ କରୁଥିଲେ। ୧୯୮୬ରେ ସେ ଏବିଭିପିର ତାଳଚେରର କୋଷାଧ୍ୟକ୍ଷ ଥିଲେ। ୧୯୯୨ ମସିହାରେ ସେ ପଙ୍ଗାତିରା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୫ରେ ସେ ପ୍ରଥମେ ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ହୋଇ ୮୫୦୦ ଖଣ୍ଡ ଭୋଟ ପାଇଥିଲେ। ୨୦୦୯ରେ ବିଧାନସଭା କ୍ଷେତ୍ର ବଦଳି ଥିଲା ଏବଂ ଢେଙ୍କାନାଳ ଜିଲାର ପରଜଙ୍ଗ ନୂତନ ବିଧାନସଭା କ୍ଷେତ୍ର ହୋଇଥିଲା। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ସେ ଭାଜପା ପ୍ରାର୍ଥୀ ଭାବେ ପରଜଙ୍ଗ ବିଧାନସଭା ଆସନରୁ ଲଢି ପରାଜିତ ହୋଇଥିଲେ। ଏହାପରେ ୨୦୨୪ରେ ପରଜଙ୍ଗରୁ ଭାଜପା ପ୍ରାର୍ଥୀ ଭାବେ ବିଜୟୀ ହୋଇ ପ୍ରଥମଥର ବିଧାୟକ ହୋଇଛନ୍ତି ା ଏହାବ୍ୟତୀତ ସେ ଦୁଇଥର ଢେଙ୍କାନାଳ ଜିଲା ଭାଜପା ସଭାପତି, ରାଜ୍ୟ କୃଷକ ମୋର୍ଚ୍ଚାର ଜିଲା ସମ୍ପାଦକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିଲେ। ସେହିପରି ବର୍ତ୍ତମାନ ବିଧାନସଭା ଷ୍ଟାଣ୍ଡିଂ କମିଟିର ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଓ ଭିନ୍ନକ୍ଷମ ସଶକ୍ତୀକରଣର ସେ ଅଧ୍ୟକ୍ଷ ରହିଛନ୍ତି।
ବିଧାୟକ କୁହନ୍ତି: –
୨୦୦୯ରୁ ୨୦୧୯ ମଧ୍ୟରେ ବହୁ କମ୍‌ ଭୋଟରେ ହାରିଛି। ତେଣୁ ନିର୍ବାଚନ ମୋ ପାଇଁ କିଛି ନୂଆ କଥା ନୁହେଁ। ରାଜନୀତିରେ ହାରଜିତ୍‌ ରହିବ। ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଥିବା ବହୁ ସମସ୍ୟାର ସମାଧାନ କରିବା ମୂଳ ଲକ୍ଷ୍ୟ। ଜଣେ ଡାକ୍ତର ଏଠି ବିଧାୟକ ଥିଲେ। କିନ୍ତୁ ଏଠି ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଯେତିକି ସ୍ବାସ୍ଥ୍ୟକେନ୍ଦ୍ର ଅଛି, ସବୁଠି ଡାକ୍ତର ନିଯୁକ୍ତି ସାଙ୍ଗକୁ ବିଦ୍ୟାଳୟଗୁଡିକରେ ଶିକ୍ଷକ ପଦବୀ ପୂରଣ ପାଇଁ ଗୁରୁତ୍ୱ ଦିଆଯିବ। ଗମନାଗମନକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହି ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ହୋଇଥିବାରୁ ଏହି ଅଞ୍ଚଳର ବିକାଶ ପ୍ରତି ଅଧିକ ଧ୍ୟାନ ଦିଆଯିିବ। କୁଆଳୋ ଅଷ୍ଟଶମ୍ଭୁ, ସରାଙ୍ଗ ଅନନ୍ତ ଶୟନ, ଦଦରାଘାଟି ଓ ଦଣ୍ଡାଧର ଜଳଭଣ୍ଡାର ଆଦିକୁ ନେଇ ଟୁରିଜିମ୍‌ କରିଡର କରିବା ପାଇଁ ଚିନ୍ତା ରହିଛ।
ରିପୋର୍ଟ : ରତନ ନାୟାର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?