Posted inଜାତୀୟ

୩୫୦ ଥର ପରାଜିତ ହୋଇଥିଲେ, ତଥାପି ଜିତିବା ଲାଗି ନୁହେଁ ବରଂ ହାରିବା ଲାଗି ନିର୍ବାଚନ ଲଢ଼ୁଥିଲେ ଏହି ବ୍ୟକ୍ତି; ଜାଣନ୍ତୁ କିଏ?

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶର ବରେଲି ସହରର କାକା ଜୋଗିନ୍ଦର ସିଂ ଓରଫ ଧରତି ପକଡ଼ ୧୯୬୨ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ନିର୍ବାଚନ ଲଢ଼ିଥିଲେ। ଜିତିବା ପାଇଁ ନୁହେଁ ବରଂ ହାରିବା ଲାଗି ସେ ସର୍ବଦା ନାମାଙ୍କନ କରୁଥିଲେ। କାକା ଯୋଗିନ୍ଦରଙ୍କ ଏହି ବିଶେଷତା ଯୋଗୁ ସାରା ଦେଶରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ସେ ନିଜ ଜୀବନରେ ମେୟରଠାରୁ ଆରମ୍ଭ କରି ବିଧାନସଭା, ଲୋକ ସଭା , ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ପଦ ଭଳି ପ୍ରତିଟି ନିର୍ବାଚନ ଲଢ଼ିଥିଲେ। ମୋଟ ଉପରେ ଦେଖିଲେ ୩୬ ବର୍ଷରେ ସେ ୩୫୦ ନିର୍ବାଚନ ଲଢ଼ିଥିଲେ। ସବୁ ନିର୍ବାଚନରେ ସେ କେବଳ ନାମାଙ୍କନ କରୁଥିଲେ। ଭୋଟରଙ୍କ ପାଖକୁ ଯାଇ ଭୋଟ ନ ଦେବାକୁ କହୁଥିଲେ। ତାଙ୍କର ପ୍ରଚାରର ଶୈଳୀ ଭିନ୍ନ ଥିଲା। ସେ ସାଇକେଲରେ ପ୍ରଚାର କରୁଥିଲେ। ଏଣୁ ତାଙ୍କୁ ବାରମାସିଆ ପ୍ରାର୍ଥୀ ବୋଲି କୁହାଯାଉଥିଲା। ହାରି ଯିବା ପରେ ସେ ସମଗ୍ର ଅଞ୍ଚଳରେ ମିଠା ବାଣ୍ଠୁଥିଲେ। ତେବେ ତାଙ୍କୁ ପ୍ରତ୍ୟେକ ବିଧାନସଭାରେ କିଛି ଭୋଟ ନିଶ୍ଚିତ ମିଳୁ ଥିଲା।

ପ୍ରତିଟି ନିର୍ବାଚନରେ କାକା ଯୋଗିନ୍ଦର ସିକ୍ୟୁରିଟି ଟଙ୍କା ସରକାରଙ୍କ କାମରେ ଆସୁ ଭାବି ନାମାଙ୍କନ ରାଶି ଜମା କରୁଥିଲେ। ସେ ସର୍ବଦା ଦେଶରେ ଇଲେକ୍ସନ ନୁହେଁ, ସିଲେକ୍ସନ ହେବା ଉଚିତ ବୋଲି ଧାରଣା ରଖୁଥିଲେ। କାରଣ ନିର୍ବାଚନ ଯୋଗୁ ଦେଶ ଉପରେ ଖର୍ଚ୍ଚର ବୋଝ ବଢ଼ିଥାଏ। କେବଳ ଦଳ ଦେଖି ପ୍ରାର୍ଥୀ ବାଛିଥାନ୍ତି ଦଳ। ଏଣୁ ସର୍ବଦା ଜନସାଧାରଣ ପ୍ରାର୍ଥୀ ଚୟନ କରନ୍ତୁ ବୋଲି ସେ କହିଆସୁଥିଲେ। ହେଲେ ସେ ସର୍ବାଧିକ ଥର ନିର୍ବାଚନ ଲଢ଼ିବାର ରେକର୍ଡ ନିଜ ନାମରେ କରିବାକୁ ଲଢ଼ୁଥିଲେ।

ଏକଦା କାକା ଯୋଗିନ୍ଦର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ନିଜର ନାମାଙ୍କନ କରିଥିଲେ। ସେ ରାଷ୍ଟ୍ରପତି ନିର୍ବାଚନରେ ଡା. ଶଙ୍କରଦୟାଲ ଶର୍ମା ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ କେ ଆର୍‌ ନାରାୟଣଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ। ସେତେବେଳେ ଏହି ଦୁଇ ପଦରେ ନିନ୍ଦ୍ୱନ୍ଦ୍ୱରେ ନିର୍ବାଚନ ହେବା ଲାଗି ଶାସକ ଏବଂ ବିରୋଧୀ ଦଳ ସହମତ ଥିଲେ। ହେଲେ କାକା ଯୋଗିନ୍ଦରଙ୍କ ଯୋଗୁ ତାହା ହୋଇପାରି ନ ଥିଲା।

କାକା ଯୋଗିନ୍ଦର ସିଂ ଭାରତର ଗୁଞ୍ଜରାବାଲା(ଏବେ ପାକିସ୍ତାନ)ରେ ୧୯୧୮ରେ ଜନ୍ମଗ୍ରହଣ କରିଥିଲେ। ବଣ୍ଟାଯିବା ପରେ ତାଙ୍କ ପରିବାର ବରେଲିରେ ରହି ଯାଇଥିଲା। ଏଠାର ବଡ ବଜାରରେ କାକାଙ୍କର ପୋଷାକ ଦୋକାନ ଆଜି ମଧ୍ୟ ରହିଛି। ସେ ନିଜର ପ୍ରଥମ ନିର୍ବାଚନ ବରେଲି ସହର ବିଧାନସଭାରୁ ୧୯୬୨ରେ ଲଢ଼ିଥିଲେ। ତାଙ୍କୁ ମୋଟ ୭୪୭ ଭୋଟ ମିଳିଥିଲା। ଏହାପରେ ସେ ସବୁ ନିର୍ବାଚନରେ ନାମାଙ୍କନ କରିଥିଲେ। କେବଳ ଉତ୍ତରପ୍ରଦେଶ ନୁହେଁ, ବରଂ ଅନ୍ୟ ରାଜ୍ୟରୁ ମଧ୍ୟ ସେ ନାମାଙ୍କନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri