Posted inଫୁରସତ

ମୁଖା ଦେଇଛି ପୁରୁଷୋତ୍ତମଙ୍କୁ ପରିଚୟ

ତାଙ୍କ ପୂର୍ବପୁରୁଷ ତିଆରି କରିଛନ୍ତି ବିଭିନ୍ନ କାରୁକାର୍ଯ୍ୟମୟ ନାନା ପ୍ରକାରର କଳାକୃତି ଓ ଅନେକ ସ୍ମୃତି ସ୍ମାରକୀ । ପିଲାଟିଦିନରୁ ସେ ତାଙ୍କ ଜେଜେ ଓ ବାପାଙ୍କଠାରୁ ପଥର ଓ କାଠ ଖୋଦେଇ କାମ ଶିଖିଥିଲେ । ଏମିତି କି କାଗଜରେ ବିଭିନ୍ନ ଜୀବଜନ୍ତୁଙ୍କ ଚିତ୍ର ଅଙ୍କନ କରିବା ଜାରି ରଖିଥିଲେ। ତା’ପରେ ରଘୁରାଜପୁର ଯାଇ ସେଠାରୁ ପଟ୍ଟଚିତ୍ର ତିଆରି ତାଲିମ ପାଇଲେ। ଦୀର୍ଘ ୬ଦଶନ୍ଧି ଧରି ହସ୍ତକଳା କାରିଗରିକୁ ନେଇ ତାଙ୍କର ଶିଳ୍ପୀ ଜୀବନ । ସମୟକ୍ରମେ ତାଙ୍କ କଳାକୃତି ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଶିଳ୍ପୀ ପୁରୁଷୋତ୍ତମ ମହାପାତ୍ର। ପିତା ଶଙ୍କର ମହାପାତ୍ର, ମା’ ତାରାମଣି ମହାପାତ୍ର । ଘର କଟକ ଜିଲାର ବାଙ୍କୀ ଡମପଡ଼ା ଗଡ଼ର ଚମ୍ପତିପୁର ଗାଁରେ। ସେ କୁହନ୍ତି- ଆମ ପରିବାରର ସମସ୍ତେ କଳାକାରିଗରିକୁ ନେଇ ଜୀବିକା ନିର୍ବାହ କରିଥାନ୍ତି। ପିଲାବେଳେ ଆମେ ପରିବାରର ବଡ଼ମାନଙ୍କଠାରୁ କାରିଗରି କାମ ଶିଖୁଥିଲୁ। ପିଲାଦିନେ ଅଳ୍ପଦିନ ଗାଁ ଚାଟଶାଳୀକୁ ଯାଇଥିଲି। ତା’ପରେ ନିକଟସ୍ଥ ଗାଁରେ ଥିବା ଏକ ସେବାଶ୍ରମ ସ୍କୁଲରେ ୫ମଶ୍ରେଣୀ ଯାଏ ପଢ଼ିଲି। ଆମ ପରିବାରରେ ଆମେ ୨ଭାଇ ଓ ମୋର ୨ଭଉଣୀ। ଘରେ ବାପା କାଗଜରେ ବିଭିନ୍ନ କଳାକୃତି ତିଆରି କରିଥାନ୍ତି। ପ୍ରତିଦିନ ଘରେ କାଠଖୋଦେଇ, ପଥର ଖୋଦେଇ ଓ କାଗଜର ହସ୍ତକଳା କାରିଗରି କାମ ଚାଲେ। ତେବେ ଏସବୁ ଭିତରେ କାଗଜରେ ବିଭିନ୍ନ ଜୀବଜନ୍ତୁଙ୍କମୁଖା ତିଆରି ପାଇଁ ମୁଁ ପସନ୍ଦ କରିଥିଲି। କିନ୍ତୁ ପ୍ରଥମେ ରଘୁରାଜପୁରକୁ ଯାଇ ସେଠାରୁ ପଟ୍ଟଚିତ୍ର କାମ ଶିଖିଲି। ୧୯୬୬ମସିହାର କଥା ରଘୁରାଜପୁରର ଶିଳ୍ପୀଗୁରୁ ଜଗନ୍ନାଥ ମହାପାତ୍ରଙ୍କଠାରୁ ପଟ୍ଟଚିତ୍ର ଶିକ୍ଷାଲାଭ କରିଥିଲି। ମାତ୍ର ଘରକୁ ଫେରିଲାପରେ ଅଧିକ ସମୟ କାଗଜମୁଖା ତିଆରିରେ ସମୟ ଦେଲି। ଖରାଦିନ ଓ ଶୀତଦିନେ ଏହି କାଗଜହସ୍ତକଳା କାଗଜମୁଖା କାମ ଅଧିକ ପରିମାଣରେ ହୋଇଥାଏ। ସମୟକ୍ରମେ ଭୁବନେଶ୍ୱର ଶାସନପଡ଼ିଆଠାରେ ନିଜର କଳା କାରିଗରି କାମ କରିଆସୁଛି। ହସ୍ତଶିଳ୍ପ କଳାକୃତି ପାଇଁ ଦିଲ୍ଲୀ, ଚେନ୍ନାଇ, ଉଟି, ବମ୍ବେ, ଉତ୍ତରପ୍ରଦେଶ,ବିହାର, ଆନ୍ଧ୍ର ପ୍ରଦେଶ, କର୍ନାଟକ ଆଦି ଅନେକ ରାଜ୍ୟକୁ ଯିବା ସହ ସାଉଦୀ ଆରବକୁ ବି ଯାଇଥିଲି। ଏଥିପାଇଁ ମତେ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିଛି। ଯାହାମଧ୍ୟରେ ୧୯୮୮ରେ ରାଜ୍ୟସ୍ତରୀୟ ପୁରସ୍କାର, ନ୍ୟାଶନାଲ ମିଟ୍‌ ଆଓ୍ବାର୍ଡ-୨୦୧୧, ବାଙ୍କୀ ବିଭୂଷଣ ଆଓ୍ବାର୍ଡ ୨୦୧୯ ଅନ୍ୟତମ। ଅଦରକାରୀ କାଗଜ ଓ କାଠରୁ ସୁନ୍ଦର ସୁନ୍ଦର କଳାକୃତୀ ତିଆରି କରିବାର ଶ୍ରେୟ ନେଉଥିବା ଏହି ଶିଳ୍ପୀ ମୁଖ୍ୟତଃ ପୁରାଣ ବିଷୟ ଉପରେ ଆଧାରିତ- ଲିଳା, ସୁଆଙ୍ଗ ଓ ଗୀତିନାଟ୍ୟ ଆଦି ଚରିତ୍ରକୁ ନେଇ ମୁଖା ପ୍ରସ୍ତୁତ କରିଥାନ୍ତି।

କାଠମୁଖାଗୁଡ଼ିକ ଅଧିକ ଓଜନ ହେଉଥିବାରୁ ଏବେ କାଠ ପରିବର୍ତ୍ତେ କାଗଜକୁ ବ୍ୟବହାର କରି ସେହିପରି କାଗଜମୁଖା ତିଆରି କରାଯାଉଛି। ଏହି ମୁଖା ପ୍ରସ୍ତୁତି ସମ୍ପର୍କରେ ସେ କୁହନ୍ତି-ପ୍ରଥମେ ମାଟିର ମଡ଼େଲ ତିଆରି କରାଯାଏ। ତା’ ପରେ କାଗଜ ଓ ତେନ୍ତୁଳିମଞ୍ଜିର ଅଠାକୁ ସେହି ମଡ଼େଲ ଉପରେ ପରସ୍ତପରସ୍ତ ଲଗାଯାଇ ଛାଞ୍ଚ ବାହାର କରାଯାଏ। ଛାଞ୍ଚଟି ଖରାରେ ଶୁଖିଲା ପରେ ପୁଣି ତା’ ଉପରେ ତେନ୍ତୁଳିମଞ୍ଜି ଓ କରତଗୁଣ୍ଡରେ ପ୍ରସ୍ତୁତ ଏକପ୍ରକାର ପ୍ରଲେପ ଲଗାଯାଏ। ଏହାପରେ କରଣି ସାହାଯ୍ୟରେ ତାକୁ ଫିନିଶିଂ କରାଯାଇ ଖରାରେ ଶୁଖାଯାଏ। ପରେ ସେହି କଳାକୃତି ଉପରେ ବାଲିକାଗଜ ଦ୍ୱାରା ପଲିସ କରାଯାଇଥାଏ। ତା’ପରେ ପୁଣି ଏକ କାଗଜ ପରସ୍ତ ଦିଆଯାଇ ଖରାରେ ଶୁଖାଯାଇ ଖଡ଼ି ବୋଳାଯାଇଥାଏ। ଶେଷରେ ଏହା ଚିତ୍ର ଉପଯୋଗୀ ହୋଇଥାଏ। ଆଜିକାଲି କେହି କେହି ଏହାକୁ ଘର ସଜେଇବା ପାଇଁ ବ୍ୟବହାର କରୁଛନ୍ତି। କାଗଜମୁଖାର ବିଭିନ୍ନ ଆକୃତି ଓ ସାଇଜକୁ ନେଇ ଭିନ୍ନଭିନ୍ନ ମୂଲ୍ୟରେ ବିକ୍ରି କରାଯାଇଥାଏ। ସାଧାରଣତଃ ଗୋଟିଏ କାଗଜମୁଖାର ଦାମ୍‌ ପ୍ରାୟ ୧୦୦ଟଙ୍କାରୁ ଆରମ୍ଭକରି ୫ହଜାର ଟଙ୍କା ଯାଏ ବିକ୍ରି ହୁଏ। ଜଣେ କାରିଗର ନିଜର ଆଗ୍ରହ ସହକାରେ ଏହି କାଗଜମୁଖା ତିଆରି କରିପାରିଲେ ମାସକୁ ପ୍ରାୟ ୨୦ହଜାରରୁ ୩୫ହଜାର ଟଙ୍କା ରୋଜଗାର କରିପାରନ୍ତି। ଆମ ପରିବାରରେ ମୋର ଦୁଇପୁଅ ଓ ସାନଭାଇ ଏହି କାଗଜମୁଖା କାରିଗରୀକୁ ନେଇ ପରିବାର ପ୍ରତିପୋଷଣ କରିଥାନ୍ତି।
ତେବେ ସୌଖିନଭାବରେ ହେଉକି କୌଳିକବୃତ୍ତି ନ୍ୟାୟରେ ହେଉ ଅନେକେ ଏହି କଳାକୁ ପିଲାବେଳୁ ହିଁ ଶିଖିଥାନ୍ତି। ତେବେ ସୁଖର କଥା ଏହି କଳାକୃତି ଏବେ ଅନେକଙ୍କ ରୋଜଗାରର ମାଧ୍ୟମ ପାଲଟିବା ସହିତ ସେମାନଙ୍କୁ ଦେଉଛି ଭିନ୍ନ ପରିଚୟ।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri