Posted inଫୁରସତ

ଗୋଟିଏ ଅଣ୍ଡାର ଦାମ୍‌ ଜାଣିଲେ…

ଆଜିର ଦୁନିଆରେ ସମସ୍ତ ଜିନିଷ ମହଙ୍ଗା, କିନ୍ତୁ କିଛି ଜିନିଷ ଅଛି ଯାହା ଗୁଣବତ୍ତା ଅନୁଯାୟୀ ସଠିକ୍‌ ମୂଲ୍ୟରେ ବିକ୍ରି ହେଉଛି। ଏହି ଜିନିଷ ମଧ୍ୟରେ ଅଣ୍ଡା ଅନ୍ତର୍ଭୁକ୍ତ। ଯାହା ପ୍ରୋଟିନର ଉତ୍କୃଷ୍ଟ ଉତ୍ସ।  ସାଧାରଣତଃ ବଜାରରେ ଗୋଟିଏ ଅଣ୍ଡାର ମୂଲ୍ୟ ୧୦-୧୨ ଟଙ୍କାରେ ବିକ୍ରି ହୋଇଥାଏ।  ଏକ ଅଣ୍ଡାର ମୂଲ୍ୟ ଯେ ୫୦୦୦୦ ଟଙ୍କା ତାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ।

ଯୁକ୍ତରାଷ୍ଟ୍ରରେ ରହୁଥିବା ଗୋଟିଏ ପରିବାର ପାଳିଥିବା କୁକୁଡ଼ାର ଅଣ୍ଡାକୁ ୫୦ ହଜାର ଟଙ୍କାରେ ବିକ୍ରି କରାଯିବ। ଏହି ଅଣ୍ଡାକୁ ଅନ୍‌ଲାଇନରେ ବିକ୍ରି ପାଇଁ ରଖାଯାଇଛି। ଯାହାର ମୂଲ୍ୟ ୫୦୦ ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୭ ହଜାର ଟଙ୍କା। ଏହା ୫୦୦୦୦ ଟଙ୍କାରେ ବିକ୍ରି ହୋଇପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଆପଣ ଭାବୁଥିବେ ଏହି ଅଣ୍ଡାର ବିଶେଷତ୍ତ୍ୱ କ’ଣ ଯେ, ଏହା ଏତେ ଦାମ୍‌ରେ ବିକ୍ରି ହେବ? ତେବେ ଜାଣନ୍ତୁ ଏହା ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଗତ ୨୦ ବର୍ଷ ଧରି ଉଦ୍ଧାର ହୋଇଥିବା କୁକୁଡ଼ା ଆନ୍ନାବେଲ ମୁଲାଚିଙ୍କ ଘରେ ପାଳିତ ହେଉଛନ୍ତି। ଏହି କୁକୁଡ଼ାମାନଙ୍କ ମଧ୍ୟରୁ ଗୋଟିଏ ଦିନ ସକାଳେ ଏପରି ଅଣ୍ଡା ଦେଇଥିଲା, ଯାହାକୁ ଦେଖି ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଶ୍ଚିମ ଅକ୍ସଫୋର୍ଡଶାୟାରରେ ରହୁଥିବା ପିଲାମାନଙ୍କୁ ସେ ଏହି ଅଣ୍ଡା ଦେଖାଇଲେ ଏବଂ ସେମାନେ ଏଥିରେ ଆଗ୍ରହ ଦେଖାଇବା ଆରମ୍ଭ କଲେ। ଏହି ଅଣ୍ଡା ଦେଇଥିବା କୁକୁଡ଼ାର ନାମ ହେଉଛି ଟ୍ବିନିସ୍କ। ଯେତେବେଳେ ଆନ୍ନାବେଲ ଏହି ଅଣ୍ଡା ବିଷୟରେ ଗୁଗ୍‌ଲରୁ ଖୋଜିଲେ, ଏହା ଦେଖାଗଲା ଯେ ଏହା ଏକ ବିରଳ ଅଣ୍ଡା କାରଣ ଏହାର ଆକୃତି ଅଣ୍ଡା ନୁହେଁ କିନ୍ତୁ ସମ୍ପୂର୍ଣ୍ଣ ଗୋଲାକାର।

ଏହି ଅଣ୍ଡା କୋଟିରେ ଗୋଟିଏ ଅଟେ। ଗୁଗ୍‌ଲରେ ସର୍ଚ୍ଚ କରିବା ପରେ ଆନ୍ନାବେଲ୍‌ ଜାଣିବାକୁ ପାଇଲେ ଅଣ୍ଡା ଏତେ ଗୋଲାକାର ଯେ, ଏହାକୁ ଟେବୁଲ ଉପରେ ଗଡ଼ାଯାଇପାରିବ। ସେ ଅଣ୍ଡାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧୦୦୦୦ ହଜାର ରଖିଥିଲେ, ଯାହାଠାରୁ ନିଲାମ ମୂଲ୍ୟ ବଢ଼ିଚାଲିଥିଲା। ଏହାପୂର୍ବରୁ ୨୦୧୮ରେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ମଧ୍ୟ ଷ୍ଟକମ୍ୟାନ୍‌ସ ଏଗ୍‌ ନାମକ ଏକ ଫାର୍ମରେ ଏକ ଅଣ୍ଡା ମିଳିଥିଲା। ଏହାର ଓଜନ ୧୭୮ ଗ୍ରାମ ଥିଲାବେଳେ ଅଣ୍ଡା ସାଧାରଣତଃ ୫୮ ଗ୍ରାମର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri