Posted inଫୁରସତ

ଶାନ୍ତିପୂର୍ଣ୍ଣ ଶୈଳନିବାସ କାନାତାଲ

ଉତ୍ତରାଖଣ୍ଡସ୍ଥିତ ଏକ ଶୈଳନିବାସ ହେଉଛି କାନାତାଲ। ପ୍ରକୃତପକ୍ଷେ ଏହା ହେଉଛି ସ୍ଥାନୀୟ ଏକ ଗାଁ। କିନ୍ତୁ ଏହାର ଆକର୍ଷଣୀୟ ପ୍ରାକୃତିକ ପରିବେଶ ହିଁ ଏହାକୁ ଶୈଳନିବାସର ପରିଚୟ ଦେଇଛି, ଆଉ ପର୍ଯ୍ୟଟକଙ୍କ ଗହଣରେ କ୍ରମେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଶାନ୍ତ ବାତାବରଣ ଭିତରେ ଥିବା ଏହି ଶୈଳନିବାସଟି ସମୁଦ୍ରପତ୍ତନଠାରୁ ପ୍ରାୟ ୮୫୦୦ ଫୁଟ ଉଚ୍ଚରେ ଅବସ୍ଥିତ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଉଚ୍ଚ ଉଚ୍ଚ ପାହାଡ଼, ଓ୍ବାଚ୍‌ ଟାଓ୍ବାର୍‌ ତଥା କେତେକ ଆଧ୍ୟାତ୍ମିକ ପୀଠ ଇତ୍ୟାଦି।

ନାମକରଣକୁ ନେଇ ଲୋକକଥା
କାନାତାଲର ନାମକରଣକୁ ନେଇ ଏକ ଲୋକକଥା ଏଠାରେ ଶୁଣିବାକୁ ମିଳିଥାଏ। କୁହାଯାଏ, ଆଜକୁ କିଛି ବର୍ଷ ପୂର୍ବେ ଏହି ଅଞ୍ଚଳରେ ଏକ ଛୋଟ ହ୍ରଦଟିଏ ଥିଲା। ସମୟକ୍ରମେ ଯେବେ ସେହି ହ୍ରଦର ପାଣି ଶୁଖିଗଲା, ଲୋକେ ତାହାକୁ କାନା ତାଲ କହିବାକୁ ଲାଗିଲେ। ସ୍ଥାନୀୟ ଭାଷା ଅନୁସାରେ, କାନାର ଅର୍ଥ ହେଲା ଶୁଖିଯାଇଥିବା ପୋଖରୀ ବା ହ୍ରଦ। ଆଉ ସେହି ଅନୁଯାୟୀ, ସ୍ଥାନୀୟ ଅଞ୍ଚଳଟିର ନାମ ମଧ୍ୟ କାନାତାଲ ହୋଇ ଲୋକମୁଖରେ ପରିଚିତ ହେବାକୁ ଲାଗିଲା।

କେବେ ଓ କେମିତି ଯିବେ
କୁହାଯାଏ, କାନାତାଲର ଜଳବାୟୁ ବର୍ଷକ ବାରମାସ ପ୍ରାୟତଃ ଥଣ୍ଡା ରହିଥାଏ। ସେପ୍ଟେମ୍ବର ପରଠୁ ଏଠାରେ ଶୀତର ପ୍ରକୋପ ଟିକେ ବେଶୀ ଅନୁଭୂତ ହୋଇଥାଏ। ଆଉ ଡିସେମ୍ବର ବେଳକୁ ଏଠାରେ ତୁଷାରପାତ ହେବା ଆରମ୍ଭ ହୋଇଯାଏ, ଯାହା ପ୍ରାୟ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରହେ। ଏହି ସମୟ ଭିତରେ କାନାତାଲ ସମ୍ପୂର୍ଣ୍ଣ ଭାବେ ବରଫଚାଦରରେ ଢାଙ୍କି ହୋଇ ରହିଥାଏ, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗେ। ସେଥିପାଇଁ ଏହି ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭଲ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, କାନାତାଲକୁ ଯିବାପାଇଁ ପ୍ରକୃଷ୍ଟ ସମୟ ହେଉଛି ମାର୍ଚ୍ଚରୁ ଜୁନ୍‌। କାରଣ ଏହି ସମୟରେ ଏଠାରେ ନା ବେଶୀ ଶୀତ ଅନୁଭୂତ ହେଉଥାଏ ନା ବେଶୀ ଗରମ। ବୁଲାବୁଲି କରିବାକୁ ପାଣିପାଗ ପୂରା ଉତ୍ତମ ରହିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଡେରାଡୁନ୍‌ରେ ଥିବା ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ସେହିପରି ଋଷିକେଶ ଓ ଡେରାଡୁନ୍‌ ହେଉଛି ଉତ୍ତରାଖଣ୍ଡର ଦୁଇ ପ୍ରମୁଖ ସହର। ଦିଲ୍ଲୀରୁ ଏହି ଦୁଇ ସହରକୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଚଳାଚଳ କରିଥାଏ। ପର୍ଯ୍ୟଟକ ଚାହିଁଲେ ଟ୍ରେନ୍‌ ଯୋଗେ ଏହି ଦୁଇ ସହର ମଧ୍ୟରୁ କେଉଁଠିକି ବି ଯାଇ ସେଠାରୁ ଟ୍ୟାକ୍ସି ସାହାଯ୍ୟରେ ଆରାମରେ ଯାଇ କାନାତାଲରେ ପହଞ୍ଚତ୍ପାରିବେ। ନଚେତ୍‌ ସିଧାସଳଖ ଦିଲ୍ଲୀରୁ ମଧ୍ୟ ଟୁରିଷ୍ଟ ବସ୍‌ କାନାତାଲ ଯାଇଥାଏ। ଆଗନ୍ତୁକ ଚାହିଁଲେ ସେଥିରେ ମଧ୍ୟ ଯାଇପାରିବେ।

କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ କାନାତାଲରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ସୁରକଣ୍ଡା ଦେବୀ ମନ୍ଦିର, କୋଡିଆ ଜଙ୍ଗଲ, ତେହରି ଡ୍ୟାମ୍‌, ଚମ୍ବା, ଧନୌଲ୍‌ତି ଇକୋ ପାର୍କ, ସନ୍‌ସେଟ୍‌ ପଏଣ୍ଟ ଇତ୍ୟାଦି। ସେହିପରି କାନାତାଲଠାରୁ ପ୍ରାୟ ୪୦ କି.ମି ଦୂରରେ ରହିଛି ଉତ୍ତରାଖଣ୍ଡର ଅନ୍ୟତମ ଲୋକପ୍ରିୟ ଶୈଳନିବାସ ମସୌରୀ। ପର୍ଯ୍ୟଟକ ଚାହିଁଲେ ଏଠାକୁ ମଧ୍ୟ ବୁଲିଯାଇ କିଛିଟା ନିଆରା ଅନୁଭୂତି ଲାଭ କରିପାରିବେ।

କାନାତାଲର ମୁଖ୍ୟ ଆକର୍ଷଣ
କାନାତାଲ ମୁଖ୍ୟତଃ କ୍ୟାମ୍ପିଂ ଆଉ ଟ୍ରେକିଂ ପାଇଁ ପ୍ରସିଦ୍ଧ। ତା’ଛଡ଼ା ଏଠାକୁ ଆସୁଥିବା ପର୍ଯ୍ୟଟକ ସ୍ଥାନୀୟ ଜଙ୍ଗଲ ସଫାରିର ମଜା ମଧ୍ୟ ନେଇପାରିବେ। କେବଳ ସେତିକି ନୁହେଁ, କାନାତାଲରେ ଥିବା ସନ୍‌ସେଟ୍‌ ପଏଣ୍ଟରେ ବସି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭାକୁ ବି ଉପଭୋଗ କରିପାରିବେ। ସବୁଠୁ ବଡ଼ କଥା ହେଉଛି ସହରର କୋଳାହଳଠାରୁ ଦୂରରେ ଥିବା ଏହି ଶାନ୍ତିପୂର୍ଣ୍ଣ ଶୈଳନିବାସରେ ପର୍ଯ୍ୟଟକ ମୁଖ୍ୟତଃ କିଛି ମୁହୂର୍ତ୍ତ ନିରୋଳାରେ ଛୁଟି କଟାଇ ଆନନ୍ଦ ଲଭିବାକୁ ଆସିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri