Posted inଖେଳ

କାହିଁକି କୋହଲିଙ୍କ ଉପରେ ଖପ୍ପା ଭାରତୀୟ ପ୍ରଶଂସକ… ଜାଣନ୍ତୁ କେବେଠାରୁ ମାରି ନାହାନ୍ତି ଶତକ

ନୂଆଦିଲ୍ଲୀ,୨୭।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରଶଂସକ। ଦ୍ୱିତୀୟ ସେସନରେ ମାତ୍ର ୧୭୦ ରନ୍‌ରେ ଆଉଟ୍‌ ହେବାକୁ ନେଇ ସୋସିଆଲ ମିଡିଆରେ କଟୁ ସମାଲୋଚନା କରାଯାଉଛି। ଏହି ସମାଲୋଚନାର ଶୀର୍ଷରେ ରହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଖରାପ ଫର୍ମରେ ଥିବା ବେଳେ ଶତକ ମାରିବାରେ ବିଫଳ ହେଉଛନ୍ତି।

ଷ୍ଟାର ବ୍ୟାଟ୍ସମ୍ୟାନ କୋହଲି ଗତ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଖରାପ ଫର୍ମରେ ଅଛନ୍ତି। ସେ ୨୦୧୯ରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଶେଷଥର ପାଇଁ ଶତକ ହାସଲ କରିଥିଲେ। ସେବେଠାରୁ ଟେଷ୍ଟରେ ତାଙ୍କ ପ୍ରଦର୍ଶନ ହାରାହାରି ୨୪.୬୪ ରହିଛି। ହେଲେ ଦିନିକିଆ ଟୁର୍ନାମେଣ୍ଟରେ ତାଙ୍କ ଖେଳ ସାମାନ୍ୟ ଉନ୍ନତ ରହିଛି। ଏଥିରେ ତାଙ୍କ ପ୍ରଦର୍ଶନ ହାରାହାରି ୪୩.୨୬ ରହିଛି।

କୋହଲିଙ୍କ ପୂର୍ବ ପ୍ରଦର୍ଶନକୁ ଦେଖିଲେ ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଟେଷ୍ଟ ସ୍କୋର କରିଥିବା କ୍ରିକେଟର ହୋଇପାରନ୍ତି। କାରଣ ସେ ଏବେ ମହାନ ସଚିନ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକରୁ ୬ ପାଦ ଦୂରରେ ଅଛନ୍ତି। ଚେନ୍ନାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୨ ଅର୍ଦ୍ଧଶତକ କରିଥିଲେ। ଏହାବ୍ୟତିତ ଆଡିଲେଡ୍‌ଷର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ସେ ମଧ୍ୟ ଅର୍ଦ୍ଧଶତକ କରିଥିଲେ।

୨୦୧୯ ନଭେମ୍ବରଠାରୁ କୋହଲି ୧୫ ଦିନିକିଆ ମୁକାବିଲା ଖେଳି ୬୪୯ ରନ୍‌ କରିଛନ୍ତି। ସେ ଟେଷ୍ଟ ଅପେକ୍ଷା ଦିନିକିଆରେ ଭଲ ରହିଥିବା ବେଳେ ୮ ଅର୍ଦ୍ଧଶତକ କରିଛନ୍ତି। ହେଲେ ଶତକ କରିବାରେ ବିଫଳ ହୋଇଛନ୍ତି।

ଭାରତର ପୂର୍ବ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର କହିଛନ୍ତି, ଶତକର ମରୁଡ଼ିକୁ ନେଇ ଉତ୍କଣ୍ଠା କୋହଲିଙ୍କ ମନରେ ଥିବ। ହେଲେ ସେ ଏଥିରୁ ମୁକୁଳିଯିବେ। ସେ ନିଜର ୭୫୦୦ ଟେଷ୍ଟ ରନ୍‌ ପାଖରେ ରହିଛନ୍ତି। କ୍ରିକେଟ ଏଭଳି ଏକ ଫର୍ମାଟ ଯେଉଁଥିରେ ସେ ସବୁକିଛି ଆରାମରେ ଦେଇପାରିବେ। ଟି୨୦ ଖେଳରେ ସେ ସୁଧାର ଆଣିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri