Posted inଫୁରସତ

ଏକରେ ଅନେକ: ସମସ୍ତଙ୍କର ପ୍ରିୟ ରମାକାନ୍ତ ମିଶ୍ର

କାବି୍ୟକ ଛଟାରେ ମନର ଭାବକୁ ବ୍ୟକ୍ତ କଲାବେଳେ ହେଉ କି ଚିତ୍ରକରର ରଙ୍ଗକୁ ସର୍ବାଙ୍ଗରେ ବୋଳି ମଞ୍ଚରେ ଅଭିନୟ କଲାବେଳେ, ବିଷଣ୍ଣତାର ଆବରଣ ଫିଙ୍ଗି ହସର କଲ୍ଲରୋଳ ଖେଳାଇଲାବେଳେ ହେଉ କି ହେଉ ଅଧ୍ୟାପନା ଓ ଉପସ୍ଥାପନା ସେ ସାମ୍ନାକୁ ଆସନ୍ତି ରାଜକୀୟ ଠାଣି ନେଇ ଦର୍ଶକ, ଶ୍ରୋତା ଏବଂ ପାଠକଙ୍କ ଶ୍ରଦ୍ଧା ଏବଂ ସମ୍ମାନକୁ ସାଉଁଟି। ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ପ୍ରିୟ ରମାକାନ୍ତ ମିଶ୍ର।

ବହୁମୁଖୀ ପ୍ରତିଭା ରମାକାନ୍ତ ମିଶ୍ରଙ୍କ ଜନ୍ମ ୨୧ ଜୁନ ୧୯୫୬ ମସିହାରେ। ବିଖ୍ୟାତ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପନ ପରେ ସେ ଓଡ଼ିଶାର ବିଭିନ୍ନ ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ଇଂଲିଶ ପ୍ରାଧ୍ୟାପକ ରୂପେ କାର୍ଯ୍ୟ କରନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଭଳି ପ୍ରସିଦ୍ଧ ଶିକ୍ଷାୟତନରେ କଟିଛି ତାଙ୍କର ଅଧ୍ୟାପନା ଜୀବନ। ସେ ମଧ୍ୟ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସମ୍ବାଦ ପାଠକ ରୂପେ ସଫଳତାର ସହ କାର୍ଯ୍ୟ କରିଛନ୍ତି। କବିତା ରଚନା, ଅଭିନୟ, ସଂଯୋଜନା ଇତ୍ୟାଦି ସବୁ କ୍ଷେତ୍ରରେ ତାଙ୍କର କୃତିତ୍ୱ ସର୍ବଜନବିଦିତ। କେବଳ ସେତିକି ନୁହେଁ, ଛୋଟ ବଡ଼ ପରଦା ପାଇଁ ଦୁଇଶହରୁ ଊର୍ଦ୍ଧ୍ୱ ପ୍ରାମାଣିକ ଚିତ୍ରରେ କଣ୍ଠଦାନ କରିଛନ୍ତି। ନିଜର ନାଟ୍ୟସଂସ୍ଥା ‘ହୃଦୟ’ ମାଧ୍ୟମରେ ପ୍ରସିଦ୍ଧ ନାଟକ କିଛିକୁ ଓଡ଼ିଆରେ ଅନୁବାଦ କରି ନିର୍ଦ୍ଦେଶନା ଏବଂ ଅଭିନୟ କରି ସେ ତାଙ୍କ ଭିତରର ନିଆଁକୁ ପବନ ଦେଇଛନ୍ତି ବୋଲି କୁହନ୍ତି। ଏକ ୟୁଟ୍ୟୁବ ଚାନେଲ କରି ହାସ ପରିହାସ ଓ ଅନ୍ତରଙ୍ଗ ଆଳାପର ଏକ ନିୟମିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ସରସତା ଓ ବିନୋଦପ୍ରିୟତା ତାଙ୍କ ସାହିତ୍ୟ ଓ ବ୍ୟକ୍ତିତ୍ୱର ଦୁଇ ବିଶେଷ ଗୁଣ। ସର୍ଜକ ହିସାବରେ ରସସଞ୍ଚାର ତାଙ୍କର ମୁଖ୍ୟ ଚାଳିକା ଶକ୍ତି ବୋଲି ସେ ମନେକରନ୍ତି। ସେ କୁହନ୍ତି, କଥା କହିବାର କଳା ସେ ଶିଖିଛନ୍ତି ତାଙ୍କ ବୋଉଙ୍କଠାରୁ। କବିତା, ବ୍ୟଙ୍ଗ ରଚନା କି ନାଟକର ସଂଳାପ ଏସବୁଥିରେ ତ ଲୋକଙ୍କ ମନକୁ ଘେନିବା ବଡ଼ କଥା। ଦର୍ଶକ ହୁଅନ୍ତୁ କି ପାଠକ ସମସ୍ତଙ୍କ ହୃଦୟ ଜୟ କରିବା ତାଙ୍କ ଲିଖନ, ଅଭିନୟ ତଥା ବ୍ୟଙ୍ଗ ଉପସ୍ଥାପନର ମୂଳ ଇଚ୍ଛା। ନିଜ ସର୍ଜନାର ବହୁମୁଖୀନତାର ଶ୍ରେୟ ସେ ଦିଅନ୍ତି ନିଜର ପ୍ରଚଣ୍ଡ ଅସ୍ଥିର ଓ ବିକ୍ଷିପ୍ତ ମନକୁ। କୁହନ୍ତି, ଅସ୍ଥିରତା ଓ ଅସୁରକ୍ଷା ଭାବନା ତାଙ୍କୁ ବାରକାମରେ ବିନିଯୋଗ କରେ। କବିତାର ସିଂହଭାଗ ସେ ଲେଖିଛନ୍ତି ବି.ଏ. ଓ ଏମ.ଏ. ପଢିବା ସମୟରେ ଯଦିଓ କବିତା ତାଙ୍କୁ ଆବିଷ୍କାର କରିଛି ତାଙ୍କ ବିଦ୍ୟାଳୟ ଜୀବନରୁ। ପିଲାଦିନୁ ନାଟକ କରିଛନ୍ତି, ଦୀକ୍ଷିତ ହୋଇଛନ୍ତି ବୈଷ୍ଣବ ପାଣିଙ୍କ ସୁଆଙ୍ଗରେ। ନବନାଟ୍ୟ ଆନ୍ଦୋଳନର ଅନ୍ୟତମ ମଞ୍ଚ ରେଭେନ୍ସା ମହାବିଦ୍ୟାଳୟରେ ବିଶୁଦ୍ଧ ନାଟକ ସହ ପରିଚିତ ହୋଇଛନ୍ତି ଗୁରୁ ହେମନ୍ତ ଦାସଙ୍କର ଦିଗ୍‌ଦର୍ଶନରେ। ହୋଇଛନ୍ତି ଶ୍ରେଷ୍ଠ ଅଭିନେତା, ବଢିଛି ଉତ୍ସାହ ଓ ଆସ୍ପର୍ଦ୍ଧା । ସଦାଚଞ୍ଚଳ ରମାକାନ୍ତ ଓଡ଼ିଆ ବ୍ୟଙ୍ଗ କବିତାକୁ ଲାଳିକାମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି । ସେଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ସେ ପ୍ରମାଣ କରିଛନ୍ତି ବ୍ୟଙ୍ଗ କବିତା ଏକ ଗମ୍ଭୀର କାର୍ଯ୍ୟ। ଏବଂ ବ୍ୟଙ୍ଗକବିତାର ଲୋକପ୍ରିୟତା କେବେ ବି ମଉଳି ନାହିଁ । ତାଙ୍କ ପାଇଁ କବିତା ଉପସ୍ଥାପନ ନୁହେଁ ବରଂ ପରିବେଷଣ। ବେତାର ନାଟକ ଶିଳ୍ପୀ ଭାବରେ ସେ ପରିବେଷଣ କରିଛନ୍ତି ଅନେକ ଲଘୁକଥା। ‘ହୃଦୟ’ (ରମାକାନ୍ତଙ୍କର ଅଣପଞ୍ଜୀକୃତ ନାଟକ ସଂସ୍ଥାଟିର ନାଁ) ମାଧ୍ୟମରେ ନାଗମଣ୍ଡଳ, ତୁଗଲାକ, ଆଷାଢ଼ କା ଏକ ଦିନ୍‌ ଓ ମ୍ୟାକ୍‌ବେଥ ପ୍ରଭୃତି କାଳଜୟୀ ନାଟକର ଅନୁବାଦ କରି ସେ ନିର୍ଦ୍ଦେଶନା ଦେଇଛନ୍ତି ଓ ତହିଁରେ ଉଚ୍ଚକୋଟୀର ଅଭିନୟ ନିଜେ କରିଛନ୍ତି। କିଛି ଭଲ ଚଳଚ୍ଚିତ୍ର କରିବାର ସ୍ବପ୍ନ ଆଜି ବି ତାଙ୍କ ମନରେ ଖେଳିବୁଲେ। ସେ ବୁଝନ୍ତି ସବୁ କଳାର ଆତ୍ମା ଏକ। ତା’ର ଲକ୍ଷ୍ୟ ସୌନ୍ଦର୍ଯ୍ୟକୁ ଚିହ୍ନିବା, ପରଷିବା ଏବଂ ଭୁଞ୍ଜେଇବା। ନିଜ ସ୍ବପ୍ନ ଓ ଅବସୋସ ସମ୍ପର୍କରେ ସେ କୁହନ୍ତି,‘ଓଡ଼ିଆ କାବ୍ୟଧାରା’ , ଓଡ଼ିଆ ଗଳ୍ପଧାରା , ‘ଓଡ଼ିଆ ନାଟ୍ୟଧାରା’ , ‘ଓଡ଼ିଆ ବ୍ୟଙ୍ଗଧାରା’ ପରି କେତେଗୁଡିଏ ରୋଚକ ମନୋରଞ୍ଜନଧର୍ମୀ ମଞ୍ଚ କାର୍ଯ୍ୟକ୍ରମ ପରି ଆଜିର ପିଢିକୁ ଆମ ପରମ୍ପରା ସମ୍ପର୍କରେ ଅବଗତ କରେଇବାର ସ୍ବପ୍ନ ଅଛି। ଅର୍ଥ ସାପେକ୍ଷ ହୋଇଥିବାରୁ ପ୍ରଯୋଜକ ସନ୍ଧାନରେ ଅଛି । ‘ମାଟିର ମଣିଷ’ ଉପନ୍ୟାସର ଆଉଥରେ ମଞ୍ଚାୟନର ଇଚ୍ଛା ଅଛି । ସଫୋକ୍ଲିସଙ୍କର ସୁପ୍ରସିଦ୍ଧ ନାଟକ ‘ଇଡିପସ’ ଅନୁବାଦ କରି ସାରିଛି। ମଞ୍ଚସ୍ଥ ହେବ ଖୁବଶୀଘ୍ର। ଓଡ଼ିଆ ଭାଗବତକୁ ନାୟକ କରି ଭାଗବତକାର ଜଗନ୍ନାଥ ଦାଶଙ୍କ ସୃଜନ ପ୍ରକ୍ରିୟାକୁ ମୁଖ୍ୟ ବିଷୟ କରି ଏକ ନାଟକର ନକ୍ସା କରିଛି ‘କହଇ ଦାଶ ଜଗନ୍ନାଥ’। ଅବସୋସ ଏକ ଅସ୍ଥିରତା ଅଥବା ଅସନ୍ତୋଷ, ଯାହା କାର୍ଯ୍ୟ କରେଇ ନିଏ ନିଜଠାରୁ ସମୟ ସୁଯୋଗ ଦେଖି ବୋଲି ସେ ବୁଝନ୍ତି।

ମିଡିଆରେ ସକ୍ରିୟ ଥିବା ରମାକାନ୍ତଙ୍କୁ ଅଭିଳାଷ ପୂରଣ ପଥରେ ସାମାଜିକ ଗଣମାଧ୍ୟମର ଭୂମିକାକୁ କିପରି ଭାବରେ ଗ୍ରହଣ କରନ୍ତି ତା’ର ପ୍ରଶ୍ନରେ ସେ ହସି ହସି କୁହନ୍ତି ”ମୋ ଭଳି ଅଳସୁଆ ସାରା ପୃଥିବୀରେ ଖୋଜିଲେ ମିଳିବେ ନାହିଁ। ତା’ ଛଡ଼ା ଭଲ ସୃଜନଶିଳ୍ପୀଟିଏ ହେବା ଲାଗି ଯେଉଁ ସାଧନା ଓ ନିଷ୍ଠା ଲୋଡ଼ା ତାହା ମୋ’ଠାରେ ନାହିଁ । ଏଣୁ ସାମାଜିକ ଗଣମାଧ୍ୟମ ମୋ’ପାଇଁ ବରଦାନ ସଦୃଶ। ଏହା ଏବେ ମୋର ସବୁଠାରୁ ବଡ଼ ସାନ୍ତ୍ୱନାଦାୟୀ ବନ୍ଧୁ। ଅଳ୍ପଶବ୍ଦର କବିତା, ଛୋଟ ଛୋଟ ଉକ୍ତି, ଚିତ୍ରମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚି ଯାଇ ହେଉଛି ଏବଂ ହାତେ ହାତେ ପ୍ରଶଂସା ଓ ନିନ୍ଦା ମିଳିଯାଉଛି।
କବିତା ସମ୍ମାନ, ଫକୀରମୋହନ ସାହିତ୍ୟ ପରିଷଦ ବ୍ୟଙ୍ଗ ସମ୍ମାନ, ଚଳଚ୍ଚିତ୍ର ଜଗତ ଶ୍ରେଷ୍ଠ ଟିଭି ସମ୍ବାଦ ପାଠକ ସମ୍ମାନ, ଅଭିନନ୍ଦନିକା ବ୍ୟଙ୍ଗ ସମ୍ମାନ, ଶ୍ରୀଗଣେଶ ବ୍ୟଙ୍ଗ ସମ୍ମାନ, ମାହାଙ୍ଗା ଗୌରବ ସମ୍ମାନ, ଗଣକବି ସ୍ମୃତି ସମ୍ମାନ ଭଳି ଅନେକ ସମ୍ମାନରେ ସେ ସମ୍ମାନିତ। ରମାକାନ୍ତ ମିଶ୍ର ବହୁବିଧ ପ୍ରତିଭାର ଜଣେ ବିରଳ ସମାହାର।

-ମାନମୟୀ ରଥ
manamayeeratha 1 @gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri